Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କଲେ ଶିକ୍ଷା ବିକାଶ ପୋର୍ଟାଲ ‘ବିଦ୍ୟାଞ୍ଜଳୀ’; ଜାଣନ୍ତୁ ଏଥିରେ କଣ ହେବ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କଲେ ଶିକ୍ଷା ବିକାଶ ପୋର୍ଟାଲ ‘ବିଦ୍ୟାଞ୍ଜଳୀ’; ଜାଣନ୍ତୁ ଏଥିରେ କଣ ହେବ

September 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ଲୋକାର୍ପଣ କଲେ ଶିକ୍ଷା ବିକାଶ ପୋର୍ଟାଲ 'ବିଦ୍ୟାଞ୍ଜଳୀ'; ଜାଣନ୍ତୁ ଏଥିରେ କଣ ହେବ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ଏହି ପୋର୍ଟାଲ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଦେଶର ଶିକ୍ଷାର ବିକାଶ ଦିଗରେ ଏକ ନୂଆ ଇତିହାସ ସୃଷ୍ଟି ହେବ।

ତେବେ ଏହି ପୋର୍ଟଲରେ କଣ ରହିଛି ତାହା ସାଧାରଣରେ ଜାଣିବାର ଆବଶ୍ୟକତା ରହିଛି। ଯାହା ସମସ୍ତଙ୍କର କାର୍ଯ୍ୟରେ ଆସିବ। ଏଥିରେ ଯେଉଁ ସୁବିଧା ରହିଛି ସେଗୁଡିକ ହେଲା

1-ଏହି ପୋର୍ଟାଲ ମାଧ୍ୟମରେ ଯେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ କିମ୍ବା ସ୍ବୀକୃତିପ୍ରାପ୍ତ ଏନଜିଓ ଚାହିଁଲେ ସ୍କୁଲର ବିକାଶ ପାଇଁ ସାହାର୍ଯ୍ୟ କରିପାରିବେ।

2-ଯେଉଁ କରପୋର୍ରେଟ ବା କଂପାନି ଚାହିଁବ ତେବେ ସେମାନଙ୍କର ସିଏସଆର ଫଣ୍ଡରୁ ଏହି ପୋର୍ଟାଲ ମାଧ୍ୟମରେ ସ୍କୁଲକୁ ସାହାର୍ଯ୍ୟ କରିପାରିବେ।

3-ଏଥିରେ ସାହାର୍ଯ୍ୟ ପାଇଁ ବିଭିନ୍ନ ମାଧ୍ୟମ ରହିଛି। ଯେପରିକି ଆର୍ଥିକ ସହାୟତା, ସ୍କୁଲ ନିର୍ମାଣ ପାଇଁ ବିଭିନ୍ନ ସାମଗ୍ରୀ ସହାୟତା, କ୍ଲାସରୁମର ଉନ୍ନତି ପାଇଁ ସହାୟତା, ଜମି କିମ୍ବା ବିଭିନ୍ନ ସଂପତ୍ତି ଦାନ, ସ୍କୁଲ ଉପକରଣ ଏବଂ ଡିଜିଟାଲ ବିକାଶ ପାଇଁ ସହାୟତା ପ୍ରଦାନ କରିପାରିବେ।

4-ଯେଉଁମାନେ ଚାହିଁବେ ଯେ ସ୍କୁଲ ଶିକ୍ଷା ବ୍ୟତିତ ଏକ୍ସଟ୍ରା କାରିକ୍ୟୁଲ ଆକଟିଭିଟ୍ ପାଇଁ ମଧ୍ୟ ସହାୟତା ପ୍ରଦାନ କରିପାରିବେ। ଯେପରିକି କ୍ରୀଡା ସାମଗ୍ରୀ, ଯୋଗ ସାମଗ୍ରୀ ଏବଂ ସ୍ବାସ୍ଥ୍ୟ ସାମଗ୍ରୀ ଯୋଗାଇପାରିବେ।

5- ଏହି ପୋର୍ଟାଲ ମାଧ୍ୟମରେ ଯେଉଁମାନେ ଶିକ୍ଷା ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି, ଯେଉଁ ସଂସ୍ଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଛି କିମ୍ବା ଆର୍ଥିକ ସହାୟତାର ଆବଶ୍ୟକତା ଥିବା ସ୍କୁଲଗୁଡିକ ସାହାର୍ଯ୍ୟ ପାଇଁ ମଧ୍ୟ ଆବେଦନ କରିପାରିବାର ସୁବିଧା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026
Latest News

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.