ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କଲେ ଶିକ୍ଷା ବିକାଶ ପୋର୍ଟାଲ ‘ବିଦ୍ୟାଞ୍ଜଳୀ’; ଜାଣନ୍ତୁ ଏଥିରେ କଣ ହେବ

Published: Sep 7, 2021, 9:44 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷକ ପର୍ବ କାର୍ଯ୍ୟକ୍ରମରେ ଏକ ନୂଆ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ରହିଛି ‘ବିଦ୍ୟାଞ୍ଜଳୀ’। ଏହି ପୋର୍ଟାଲ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ଦେଶର ଶିକ୍ଷାର ବିକାଶ ଦିଗରେ ଏକ ନୂଆ ଇତିହାସ ସୃଷ୍ଟି ହେବ।

ତେବେ ଏହି ପୋର୍ଟଲରେ କଣ ରହିଛି ତାହା ସାଧାରଣରେ ଜାଣିବାର ଆବଶ୍ୟକତା ରହିଛି। ଯାହା ସମସ୍ତଙ୍କର କାର୍ଯ୍ୟରେ ଆସିବ। ଏଥିରେ ଯେଉଁ ସୁବିଧା ରହିଛି ସେଗୁଡିକ ହେଲା

1-ଏହି ପୋର୍ଟାଲ ମାଧ୍ୟମରେ ଯେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ କିମ୍ବା ସ୍ବୀକୃତିପ୍ରାପ୍ତ ଏନଜିଓ ଚାହିଁଲେ ସ୍କୁଲର ବିକାଶ ପାଇଁ ସାହାର୍ଯ୍ୟ କରିପାରିବେ।

2-ଯେଉଁ କରପୋର୍ରେଟ ବା କଂପାନି ଚାହିଁବ ତେବେ ସେମାନଙ୍କର ସିଏସଆର ଫଣ୍ଡରୁ ଏହି ପୋର୍ଟାଲ ମାଧ୍ୟମରେ ସ୍କୁଲକୁ ସାହାର୍ଯ୍ୟ କରିପାରିବେ।

3-ଏଥିରେ ସାହାର୍ଯ୍ୟ ପାଇଁ ବିଭିନ୍ନ ମାଧ୍ୟମ ରହିଛି। ଯେପରିକି ଆର୍ଥିକ ସହାୟତା, ସ୍କୁଲ ନିର୍ମାଣ ପାଇଁ ବିଭିନ୍ନ ସାମଗ୍ରୀ ସହାୟତା, କ୍ଲାସରୁମର ଉନ୍ନତି ପାଇଁ ସହାୟତା, ଜମି କିମ୍ବା ବିଭିନ୍ନ ସଂପତ୍ତି ଦାନ, ସ୍କୁଲ ଉପକରଣ ଏବଂ ଡିଜିଟାଲ ବିକାଶ ପାଇଁ ସହାୟତା ପ୍ରଦାନ କରିପାରିବେ।

4-ଯେଉଁମାନେ ଚାହିଁବେ ଯେ ସ୍କୁଲ ଶିକ୍ଷା ବ୍ୟତିତ ଏକ୍ସଟ୍ରା କାରିକ୍ୟୁଲ ଆକଟିଭିଟ୍ ପାଇଁ ମଧ୍ୟ ସହାୟତା ପ୍ରଦାନ କରିପାରିବେ। ଯେପରିକି କ୍ରୀଡା ସାମଗ୍ରୀ, ଯୋଗ ସାମଗ୍ରୀ ଏବଂ ସ୍ବାସ୍ଥ୍ୟ ସାମଗ୍ରୀ ଯୋଗାଇପାରିବେ।

5- ଏହି ପୋର୍ଟାଲ ମାଧ୍ୟମରେ ଯେଉଁମାନେ ଶିକ୍ଷା ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି, ଯେଉଁ ସଂସ୍ଥା ଏ କ୍ଷେତ୍ରରେ କାର୍ଯ୍ୟ କରୁଛି କିମ୍ବା ଆର୍ଥିକ ସହାୟତାର ଆବଶ୍ୟକତା ଥିବା ସ୍କୁଲଗୁଡିକ ସାହାର୍ଯ୍ୟ ପାଇଁ ମଧ୍ୟ ଆବେଦନ କରିପାରିବାର ସୁବିଧା କରାଯାଇଛି।

Related posts