Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ  ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର
ବିଶେଷ ଖବର

ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ  ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର

September 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରି ପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୫୨ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଏହି ଅର୍ଥରେ ଜିଲ୍ଲାରେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥା ଓ କମୁ୍ୟନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ରହିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୭ ପ୍ରକଳ୍ପ ନିମନ୍ତେ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏଥିରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ସହ କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ।

ସମ୍ବଲପୁର ଜିଲ୍ଲାରେ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦ ଲକ୍ଷ, ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ୍‌ ସାହସପୁର ଗ୍ରାମପଞ୍ଚାୟତର ଧଉଳଟିକ୍ରାର ଆରଡ଼ି ରୋଡ଼ଠାରୁ ନୂଆ ସ୍କୁଲପଡ଼ା ଯାଏ ସିମେଣ୍ଟ କଂକ୍ରିଟ୍‌ ରୋଡ଼ ନିର୍ମାଣ ନିମନ୍ତେ ୫ ଲକ୍ଷ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦୁଇଟି କମୁ୍ୟନିଟି ସେଣ୍ଟର ନିର୍ମାଣ ୫ ଲକ୍ଷ ଲେଖାଏଁ ଓ ଅନୁଗୋଳ ଜିଲ୍ଲାର ଅଁଳାବେରିନି ଓ ଷଠପଲା-୨ଠାରେ ଥିବା ଉଠା ଜଳସେଚନ ପଏଣ୍ଟର ଉନ୍ନତିକରଣ ନିମନ୍ତେ ୬ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।

ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେବ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ

November 16, 2025

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

November 16, 2025

ସିଆଇଏସଏଫର ୪୭ତମ ବ୍ୟାଚର ଦୀକ୍ଷାନ୍ତ ସମାରୋହ

November 16, 2025

ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ: ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ

November 16, 2025
Latest News

ଆଇଏଫଏଫଆଇ 2025ର ବିଶ୍ୱସ୍ତରୀୟ ପ୍ରସାର ଓ ସାଂସ୍କୃତିକ ପ୍ରଭାବ ଉପରେ ଆଲୋକପାତ

November 16, 2025

ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେବ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ

November 16, 2025

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

November 16, 2025

ସିଆଇଏସଏଫର ୪୭ତମ ବ୍ୟାଚର ଦୀକ୍ଷାନ୍ତ ସମାରୋହ

November 16, 2025

ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ: ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.