Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ  ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର
ବିଶେଷ ଖବର

ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ  ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର

September 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର କେତେକ ପ୍ରଶାସନିକ ମଞ୍ଜୁରି ପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୫୨ଟି ପ୍ରକଳ୍ପ ପାଇଁ ସର୍ବାଧିକ ୧ କୋଟି ୮୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଏହି ଅର୍ଥରେ ଜିଲ୍ଲାରେ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥା ଓ କମୁ୍ୟନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ରହିଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୪୭ ପ୍ରକଳ୍ପ ନିମନ୍ତେ ୧ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏଥିରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ସହ କମ୍ୟୁନିଟି ସେଣ୍ଟର ଓ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ ।

ସମ୍ବଲପୁର ଜିଲ୍ଲାରେ ରାସ୍ତା ନିର୍ମାଣ ଓ ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦ ଲକ୍ଷ, ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ୍‌ ସାହସପୁର ଗ୍ରାମପଞ୍ଚାୟତର ଧଉଳଟିକ୍ରାର ଆରଡ଼ି ରୋଡ଼ଠାରୁ ନୂଆ ସ୍କୁଲପଡ଼ା ଯାଏ ସିମେଣ୍ଟ କଂକ୍ରିଟ୍‌ ରୋଡ଼ ନିର୍ମାଣ ନିମନ୍ତେ ୫ ଲକ୍ଷ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦୁଇଟି କମୁ୍ୟନିଟି ସେଣ୍ଟର ନିର୍ମାଣ ୫ ଲକ୍ଷ ଲେଖାଏଁ ଓ ଅନୁଗୋଳ ଜିଲ୍ଲାର ଅଁଳାବେରିନି ଓ ଷଠପଲା-୨ଠାରେ ଥିବା ଉଠା ଜଳସେଚନ ପଏଣ୍ଟର ଉନ୍ନତିକରଣ ନିମନ୍ତେ ୬ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।

ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.