Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘର କିଣାବିକା ପାଇଁ ଆସିଲା ନୂଆ ନିୟମ, ଭାରତୀୟ ଷ୍ଟାମ୍ପ ଆକ୍ଟ ସଂଶୋଧନ ବିଲ୍‌ ୨୦୨୧ ପାରିତ
ବିଶେଷ ଖବର

ଘର କିଣାବିକା ପାଇଁ ଆସିଲା ନୂଆ ନିୟମ, ଭାରତୀୟ ଷ୍ଟାମ୍ପ ଆକ୍ଟ ସଂଶୋଧନ ବିଲ୍‌ ୨୦୨୧ ପାରିତ

September 9, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଘର କିଣାବିକା ପାଇଁ ଆସିଲା ନୂଆ ନିୟମ, ଭାରତୀୟ ଷ୍ଟାମ୍ପ ଆକ୍ଟ ସଂଶୋଧନ ବିଲ୍‌ ୨୦୨୧ ପାରିତ

ଭୁବନେଶ୍ୱର:  ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଷ୍ଟାମ୍ପ ଆଇନ ୧୮୯୯ର ସଂଶୋଧନ ଆଜି ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ ଦରରେ ଘର ମିଳିପାରିବ । ଏହି ସଂଶୋଧିତ ବ୍ୟବସ୍ଥା ଅନୁସାରେ ସ୍ଥାବର ସଂପତ୍ତିର ବିକ୍ରି ଚୁକ୍ତିନାମା, ଡେଭଲପ୍‌ମେଣ୍ଟ ଚୁକ୍ତି, ନିର୍ମାଣ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପ ଆଦାୟ କରାଯିବ।

ଯେତେବେଳେ ନିର୍ଦ୍ଦିଷ୍ଟ ସଂପତ୍ତି ଉପରେ ଯଦି ଜଣେ ବ୍ୟକ୍ତି ଡେଭଲପ୍‌ମେଣ୍ଟ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ କରନ୍ତି ଏବଂ  ଡେଭଲପମେଣ୍ଟ ଚୁକ୍ତି ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପଡ୍ୟୁୟଟି ନିଆଯାଇଥାଏ ତେବେ ପାୱାର ଅଫ୍‌ ଆଟର୍ଣ୍ଣି ଉପରେ କେବଳ ମାତ୍ର ଏକ ହଜାର ଟଙ୍କା ଆଦାୟ କରାଯିବ। ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ପ୍ରକଳ୍ପ ବାବଦରେ ହେଉଥିବା ଖର୍ଚ୍ଚ କମି ଯାଇପାରିବ ଏବଂ ଇଚ୍ଛୁକ କ୍ରେତାମାନେ ସୁଲଭ ଦରରେ କିଣି ପାରିବେ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇପାରିବ।

ସୁତରାଂ, ରାଜ୍ୟରେ ନିର୍ମାଣ ଶିଳ୍ପର ବିକାଶ, ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ବିଭିନ୍ନ ଗୃହ କିମ୍ବା ଆପାର୍ଟମେଣ୍ଟଗୁଡ଼ିକର ବିକ୍ରିର ବୃଦ୍ଧି ଘଟିବା ସହିତ ଜିଏସ୍‌ଟି, ଷ୍ଟାମ୍ପଡୁ୍ୟଟି ଓ ରେଜିଷ୍ଟ୍ରେସନ୍‌ ଫି ପରି ପ୍ରତ୍ୟକ୍ଷ କରଗୁଡ଼ିକ ଆଦାୟ ଫଳରେ ଅଧିକ ରାଜସ୍ୱ ସଂଗ୍ରହ କରାଯାଇପାରିବ। ପରିବାର ମଧ୍ୟରେ ପିତା, ମାତା, ପତିପନ୍ତ୍ରୀ, ପୁତ୍ର, କନ୍ୟା, ଭାଇ ଓ ଭଉଣୀମାନଙ୍କୁ ସ୍ଥାବର ସଂପତ୍ତିର ବିକ୍ରୟ କିମ୍ବା ହସ୍ତାନ୍ତରଣ ପାଇଁ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ କଲାବେଳେ ମାତ୍ର ଏକ ହଜାର ଟଙ୍କା ଅସୁଲ କରାଯାଉଥିବାବେଳେ ଏବେ ବୋହୂ, ନାତି, ନାତୁଣି, ଜେଜେବାପା ଓ ଜେଜେମାଙ୍କୁ ମଧ୍ୟ ଏହି କାରବାର ପାଇଁ ପରିବାର ସଦସ୍ୟ ଭାବରେ ବିବେଚନା କରାଯିବ।

ପଂଜୀକୃତ ହୋଇଥିବା କାଗଜାତ୍‌ର ପ୍ରମାଣୀକୃତ ନକଲ ନିମନ୍ତେ ପୂର୍ବରୁ ୧୦ ଟଙ୍କା ଆଦାୟ ହେଉଥିବାବେଳେ ତାହାକୁ ବୃଦ୍ଧି କରାଯାଇ ୧୦୦ ଟଙ୍କା କରାଯାଇଛି । ବହୁ ପ୍ରତୀକ୍ଷିତ ଏହି ବିଧେୟକ ଆଜି ବିଧାନସଭାରେ ପାରିତ ହେବା ପରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଥା ରାଜସ୍ୱ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ।

ପ୍ରଚଳିତ ଭାରତୀୟ ଷ୍ଟାମ୍ପ ଆକଫ ଅନୁଯାୟୀ କୌଣସି ସ୍ଥାବର ସଂପତ୍ତିର ଦଖଲ ନେବା ପାଇଁ ଚୁକ୍ତିନାମା ସଂପାଦନ କରିବା, ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କୁ ଅଧିକାର ପ୍ରଦାନ କରିବାକୁ ପାୱାର ଅଫ୍‌ ଆଟର୍ଣ୍ଣି ଦେବା ଇତ୍ୟାଦି କାରବାର ନିମନ୍ତେ ରାଜ୍ୟରେ ସଂପତ୍ତିର ବଜାରଦରକୁ ଭିତ୍ତିକରି ୫ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ଦେବାକୁ ହେଉଛି ।

ଅନୁରୂପ ଭାବରେ ରିୟଲ ଇଷ୍ଟେଟ୍‌ର ପ୍ରମୋଟର ବା ଡେଭଲପରମାନଙ୍କୁ ଦୁଇ ପ୍ରକାରର କାଗଜାତ ପ୍ରସ୍ତୁତ କରିବାକୁ ପଡ଼ୁଛି ।ଜମି ମାଲିକଙ୍କ ଜମି ଉପରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପରେ ଜନସାଧାରଣଙ୍କୁ ବିକ୍ରୟ ନିମନ୍ତେ ପ୍ରମୋଟର ବା ଡେଭଲପରଙ୍କୁ ସଂପୂର୍ଣ୍ଣ ଅଧିକାର ଦେଇ ଗୋଟିଏ ପାୱାର ଅଫ୍‌ ଆଟର୍ଣ୍ଣି ଏବଂ ମାଲିକାନା ଥିବା ଜମି ମାଲିକଙ୍କ ଜମିରେ ଆବାସ ବା ବ୍ୟବସାୟିକ ଗୃହ ନିର୍ମାଣ ତଥା ଜମିର ଆବଶ୍ୟକୀୟ ଉନ୍ନତି ପାଇଁ ଜମି ମାଲିକଙ୍କ ସହ ଗୋଟିଏ ଚୁକ୍ତିନାମା କରିବାକୁ ପଡ଼ୁଛି । ସେଲ୍‌ ଡିଡ୍‌ ସହ ସମତାଳରେ ଏଥିପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ନିଆଯାଉଛି।

ଫଳରେ ଉନ୍ନତ ଜମି ଓ ଗୃହ ପାଇଁ ଜନସାଧାରଣଙ୍କ ଉପରେ ଏପରି ଷ୍ଟାମ୍ପଡୁ୍ୟଟି ଆର୍ଥିକ ବୋଝ ହେଉଛି । ବିକ୍ରୟ ଚୁକ୍ତିନାମା ଓ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ ନିମନ୍ତେ ପଡ଼ୁଥିବା ଷ୍ଟାମ୍ପଡୁ୍ୟଟି ଫଳରେ ରାଜ୍ୟରେ ସ୍ଥାବର ସଂପତ୍ତିର କାରବାର ବୃଦ୍ଧିରେ ପ୍ରତିକୂଳ ପ୍ରଭାବ ପଡ଼ୁଛି ।

ଉଚ୍ଚମୂଲ୍ୟର ଷ୍ଟାମ୍ପଡୁ୍ୟଟି ଯୋଗୁଁ ଅନେକ ସମୟରେ ଜନସାଧାରଣ ପଂଜୀକରଣକୁ ଆଡ଼େଇ ଯାଉଥିବାର ଲକ୍ଷ୍ୟ କରାଯାଉଛି । ଗତ ୭ ବର୍ଷ ମଧ୍ୟରେ ବିଭିନ୍ନ ସଂପତ୍ତି ଦଖଲ ଉପରେ ୦.୦୨% ବିକ୍ରି ଚୁକ୍ତିନାମା ଓ ୦.୧୪ ପ୍ରତିଶତ ପାୱାର ଅଫ୍‌ ଆଟର୍ଣ୍ଣି ପଂଜୀକୃତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ବର୍ତ୍ତମାନ ନୂଆ ଆଇନ ଅନୁସାରେ ଏଥିରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

August 21, 2026

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ଫେରିଲେ ଆଶିଷ କୁମାର ସିଂ

August 21, 2026

ଭେଜିପୁଟ ଗ୍ରାମରେ ସାମାନ୍ୟ କଥାକୁ ନେଇ ମାରଣାନ୍ତକ ଆକ୍ରମଣ

August 21, 2026

ବାପା ପୁଅକୁ ହତ୍ୟା ଉଦ୍ୟମ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

August 21, 2026
Latest News

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026

ପେଲେଟ୍ ଗନ୍ ମାମଲା: ରାହୁଲ ଗାନ୍ଧୀଙ୍କ ପ୍ରତିବାଦ ପରେ ରୁଜ୍ଜୁ ହେଲା ମାମଲା

August 21, 2026

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

August 21, 2026

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ: ଫେରିଲେ ଆଶିଷ କୁମାର ସିଂ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.