Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଂଜାବ ଇସ୍ତଫା ନାଟକ: 60 ଜଣ ବିଧାୟକ ଦଳ ଛାଡିବା ନେଇ ଦେଲେ ଧମକ
ଜାତୀୟ ଖବର

ପଂଜାବ ଇସ୍ତଫା ନାଟକ: 60 ଜଣ ବିଧାୟକ ଦଳ ଛାଡିବା ନେଇ ଦେଲେ ଧମକ

September 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଂଜାବ କଂଗ୍ରେସରେ ବର୍ତ୍ତମାନ ନାଟକ ବାଜି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ବର୍ତ୍ତମାନ ବିଧାୟକମାନେ ଖପ୍ପା ହୋଇଛନ୍ତି। ସେମାନେ ଖୁବ ଶିଘ୍ର କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କଂଗ୍ରେସ ଯେପରି ନିଷ୍ପତି କରିଛି ତାହା ଠିକ୍ ନୁହେଁ। ଆମେମାନେ କ୍ୟାପେଟନଙ୍କ ସହିତ ଅଛୁ।

ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ଅମରିନ୍ଦର ସିଂ ଗୋଷ୍ଠୀ ବର୍ତ୍ତମାନ ଆପ ସହିତ ଯୋଗାଯୋଗରେ ଅଛନ୍ତି। ଯଦି ସମ୍ଭବ ହୁଏ ତେବେ ଅମରିନ୍ଦର ସିଂ ଏବଂ ତାଙ୍କ ସମର୍ଥିତ ବିଧାୟକମାନେ ଖୁବ ଶିଘ୍ର ଆମ ଆଦମୀ ପାର୍ଟିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି। ଏ ଖବର ପାଇବା ପରେ ସୋନିଆ ଗାନ୍ଧୀ ଅମରିନ୍ଦରଙ୍କ ସହିତ ଫୋନରେ କଥା ହୋଇଛନ୍ତି।

ଆଜିି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ସିଂ କହିଛନ୍ତି ଯେ ମୁଁ ସୋନିଆ ଗାନ୍ଧୀଙ୍କୁ ସକାଳେ କହିଥିଲି ଯେ ମୁଁ ଇସ୍ତଫା ଦେଉଛି। କ୍ରୋଧିତ ସ୍ୱରରେ କ୍ୟାପଟେନ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ବିଧାୟକଙ୍କ ତିନିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତୃତୀୟ ଥର ପାଇଁ ବିଧାୟକଙ୍କ ସହ ଆଲୋଚନା ଚାଲିଛି। ହେଲେ  ମୋତେ ଅପମାନ କରାଯାଇଛି ବୋଲି କ୍ୟାପେଟନ କହିଛନ୍ତି।

ସେ କହିଛନ୍ତି ଯେ ମୋତେ ସରକାର ଚଳାଇବା ନେଇ ସନ୍ଦେହ କରାଯାଉଛି।  ହାଇ କମାଣ୍ଡ ଯାହାକୁ CM କରିବାକୁ ଚାହୁଁଛନ୍ତି କରନ୍ତୁ, ମୁଁ କିନ୍ତୁ ଆଉ CM ରହିବି ନାହିଁ ବୋଲି କ୍ୟାପେଟନ କହିଛନ୍ତି। ତେବେ ଭବିଷ୍ୟତ ରାଜନୀତି ପାଇଁ ମୁଁ ମୋର ସହକର୍ମୀମାନଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।

ଇସ୍ତଫା ଦେବା ପୂର୍ବରୁ ମଧ୍ୟ ସିଂ କହିଥିଲେ ଯେ ଏହି ପଦରୁ ହଟାଇବା ମୋ ପାଇଁ ଅପମାନ ହେବ। ତେବେ ସେ ଭିତର ମୁଁ ଇସ୍ତଫା ଦେଲି। ମୁଁ ବର୍ତ୍ତମାନ କଂଗ୍ରେସରେ ଅଛି, କିନ୍ତୁ ମୋର ରାସ୍ତା ଖୋଲା ଅଛି। ମୁଁ ସମସ୍ତ ବିକଳ୍ପଗୁଡ଼ିକୁ ବିଚାର କରିବି ବୋଲି କ୍ୟାପେଟନ କହିଛନ୍ତି।

ଆଜି ସଂଧ୍ୟାରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ନୂତନ ନେତା କ୍ୟାପଟେନ ସିଂ କିମ୍ବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

କ୍ୟାପେଟନ ଅମରିନ୍ଦର ସିଂ ପଂଜାବ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.