Categories
ଜାତୀୟ ଖବର ବିଶେଷ ଖବର

Panjab Election: ସିଦ୍ଧୁଙ୍କ ବିରୋଧରେ କ୍ୟାପଟେନ ଅମରିନ୍ଦର ସିଂ ଆଣିଲେ ମହା ଅଭିଯୋଗ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତିର ମୋଡ ସେତିକି ବଦଳିବାରେ ଲାଗିଛି। ବର୍ତ୍ତମାନ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପେଟନ ଅମରିନ୍ଦର ସିଂଙ୍କ ଏକ ବଡ ଖୁଲାସାକୁ ନେଇ ରାଜ୍ୟ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ତାହା ହେଲା ଅମରିନ୍ଦର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ ଅଭିଯୋଗ ଆଣିଛନ୍ତି।

ସେ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛନ୍ତି। ତାହା ହେଲା ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିଦ୍ଧୁଙ୍କୁ  ମନ୍ତ୍ରୀ କରିବା ପାଇଁ ପାକିସ୍ଥାନ ଚାପ ପ୍ରୟୋଗ କରିଥିଲା। ସେ ସିଧା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମ ନେଇଛନ୍ତି।

ଅମରିନ୍ଦର କହିଛନ୍ତି ଯେ, ତାଙ୍କୁ ରାଜ୍ୟ କ୍ୟାବିନେଟରେ ସ୍ଥାନିତ କରିବା ପାଇଁ ଇମ୍ରାନ ଏକ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଯଦି ସିଦ୍ଧୁଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନିତ କରିପାରିବେ ତେବେ ମୁଁ ଖୁସି ହେବି। ସେ ହେଉଛନ୍ତି ମୋର ଜଣେ ଭଲ ବନ୍ଧୁ।

ଅମରିନ୍ଦର ଆହୁରି କହିଛନ୍ତି ଯେ, ଇମ୍ରାନ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ, ଯଦି ସେ ଭଲ କାମ ନ କରିବେ ତେବେ ତାଙ୍କୁ ବାହାର କରିପାରନ୍ତି। ଏହି ଅନୁରୋଧ ପାଇବା ପରେ କ୍ୟାପେଟନ ତାହାକୁ ଗ୍ରହଣ କରି ନ ଥିଲେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ନବଜୋତ ସିଂ ସିଦ୍ଧୁ ହେଉଛନ୍ତି ଜଣେ ଅଯୋଗ୍ୟ ଲୋକ। ସେ କୌଣସି କାମକୁ ନୁହଁନ୍ତି। ତାଙ୍କୁ ପ୍ରଥମେ ମୁଁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲି। ହେଲେ ସେ ଗୋଟିଏ ଫାଇଲରେ ଦସ୍ତଖତ କରିବାକୁ ତିରିଶ ଦିନ ଲଗାଉଥିଲେ। ପ୍ରକୃତରେ ମନ୍ତ୍ରୀ ହେଲେ କଣ ଦାୟିତ୍ବ ସେ କଥା ସିଦ୍ଧୁ ଜାଣନ୍ତି ନାହିଁ ବୋଲି କ୍ୟାପେଟନ କହିଛନ୍ତି।

ଏହି ଘଟଣା ପରେ ପଂଜାବ ତଥା ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଣ ପାଇଁ ସିଦ୍ଧୁ ମନ୍ତ୍ରୀ ହୁଅନ୍ତୁ ବୋଲି ପାକିସ୍ଥାନ ଚାହୁଁଥିଲା। ପ୍ରକୃତ ବନ୍ଧୁଙ୍କ ପାଇଁ ଇମ୍ରାନ ଅନୁରୋଧ କରିଥିଲେ ନା ସେ ମନ୍ତ୍ରୀ ହେଲେ ଆଉ କିଛି କରିଥାଆନ୍ତେ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ବିଶେଷ ଖବର

ପଂଜାବ ଇସ୍ତଫା ନାଟକ: 60 ଜଣ ବିଧାୟକ ଦଳ ଛାଡିବା ନେଇ ଦେଲେ ଧମକ

ନୂଆଦିଲ୍ଲୀ: ପଂଜାବ କଂଗ୍ରେସରେ ବର୍ତ୍ତମାନ ନାଟକ ବାଜି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ବର୍ତ୍ତମାନ ବିଧାୟକମାନେ ଖପ୍ପା ହୋଇଛନ୍ତି। ସେମାନେ ଖୁବ ଶିଘ୍ର କଂଗ୍ରେସରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯେ, କଂଗ୍ରେସ ଯେପରି ନିଷ୍ପତି କରିଛି ତାହା ଠିକ୍ ନୁହେଁ। ଆମେମାନେ କ୍ୟାପେଟନଙ୍କ ସହିତ ଅଛୁ।

ତେବେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ଅମରିନ୍ଦର ସିଂ ଗୋଷ୍ଠୀ ବର୍ତ୍ତମାନ ଆପ ସହିତ ଯୋଗାଯୋଗରେ ଅଛନ୍ତି। ଯଦି ସମ୍ଭବ ହୁଏ ତେବେ ଅମରିନ୍ଦର ସିଂ ଏବଂ ତାଙ୍କ ସମର୍ଥିତ ବିଧାୟକମାନେ ଖୁବ ଶିଘ୍ର ଆମ ଆଦମୀ ପାର୍ଟିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଛି। ଏ ଖବର ପାଇବା ପରେ ସୋନିଆ ଗାନ୍ଧୀ ଅମରିନ୍ଦରଙ୍କ ସହିତ ଫୋନରେ କଥା ହୋଇଛନ୍ତି।

ଆଜିି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ ସିଂ କହିଛନ୍ତି ଯେ ମୁଁ ସୋନିଆ ଗାନ୍ଧୀଙ୍କୁ ସକାଳେ କହିଥିଲି ଯେ ମୁଁ ଇସ୍ତଫା ଦେଉଛି। କ୍ରୋଧିତ ସ୍ୱରରେ କ୍ୟାପଟେନ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ବିଧାୟକଙ୍କ ତିନିଟି ବୈଠକ ଅନୁଷ୍ଠିତ ହୋଇଥିଲା। ତୃତୀୟ ଥର ପାଇଁ ବିଧାୟକଙ୍କ ସହ ଆଲୋଚନା ଚାଲିଛି। ହେଲେ  ମୋତେ ଅପମାନ କରାଯାଇଛି ବୋଲି କ୍ୟାପେଟନ କହିଛନ୍ତି।

ସେ କହିଛନ୍ତି ଯେ ମୋତେ ସରକାର ଚଳାଇବା ନେଇ ସନ୍ଦେହ କରାଯାଉଛି।  ହାଇ କମାଣ୍ଡ ଯାହାକୁ CM କରିବାକୁ ଚାହୁଁଛନ୍ତି କରନ୍ତୁ, ମୁଁ କିନ୍ତୁ ଆଉ CM ରହିବି ନାହିଁ ବୋଲି କ୍ୟାପେଟନ କହିଛନ୍ତି। ତେବେ ଭବିଷ୍ୟତ ରାଜନୀତି ପାଇଁ ମୁଁ ମୋର ସହକର୍ମୀମାନଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।

ଇସ୍ତଫା ଦେବା ପୂର୍ବରୁ ମଧ୍ୟ ସିଂ କହିଥିଲେ ଯେ ଏହି ପଦରୁ ହଟାଇବା ମୋ ପାଇଁ ଅପମାନ ହେବ। ତେବେ ସେ ଭିତର ମୁଁ ଇସ୍ତଫା ଦେଲି। ମୁଁ ବର୍ତ୍ତମାନ କଂଗ୍ରେସରେ ଅଛି, କିନ୍ତୁ ମୋର ରାସ୍ତା ଖୋଲା ଅଛି। ମୁଁ ସମସ୍ତ ବିକଳ୍ପଗୁଡ଼ିକୁ ବିଚାର କରିବି ବୋଲି କ୍ୟାପେଟନ କହିଛନ୍ତି।

ଆଜି ସଂଧ୍ୟାରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ନୂତନ ନେତା କ୍ୟାପଟେନ ସିଂ କିମ୍ବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପେଟନ , ଏହାପରେ ସେ କଣ କହିଲେ ଜଣନ୍ତି କି ?

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ କଂଗ୍ରେସରେ ଚାଲିଥିବା ଅଶାନ୍ତି ମଧ୍ୟରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ ଭବନ ଯାଇ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ନିକଟରେ ଇସ୍ତଫା ଦାଖଲ କରିଛନ୍ତି।

ଇସ୍ତଫା ପରେ କ୍ୟାପଟେନ ସିଂ କହିଛନ୍ତି ଯେ ମୁଁ ସୋନିଆ ଗାନ୍ଧୀଙ୍କୁ ସକାଳେ କହିଥିଲି ଯେ ମୁଁ ଇସ୍ତଫା ଦେଉଛି।  ପିତାଙ୍କ ଇସ୍ତଫା ସମ୍ପର୍କରେ ସିଂଙ୍କ ପୁଅ ରଣନ୍ଦର ସିଂ ମଧ୍ୟ ଟ୍ୱିଟ୍ କରିଛନ୍ତି।

କ୍ରୋଧିତ ସ୍ୱରରେ କ୍ୟାପଟେନ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ବିଧାୟକଙ୍କ ତିନିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସେ କହିଛନ୍ତି ଯେ ତୃତୀୟ ଥର ପାଇଁ ବିଧାୟକଙ୍କ ସହ ଆଲୋଚନା ଚାଲିଛି। ସିଂ କହିଛନ୍ତି ଯେ ମୋତେ ଅପମାନ କରାଯାଇଛି।

ସେ କହିଛନ୍ତି ଯେ ମୋତେ ସରକାର ଚଳାଇବା ନେଇ ସନ୍ଦେହ କରାଯାଉଛି।  ହାଇ କମାଣ୍ଡ ଯାହାକୁ CM କରିବାକୁ ଚାହୁଁଛନ୍ତି କରନ୍ତୁ, ମୁଁ କିନ୍ତୁ ଆଉ CM ରହିବି ନାହିଁ ବୋଲି କ୍ୟାପେଟନ କହିଛନ୍ତି। ତେବେ ଭବିଷ୍ୟତ ରାଜନୀତି ପାଇଁ ମୁଁ ମୋର ସହକର୍ମୀମାନଙ୍କ ସହ କଥା ହେବି ବୋଲି ସେ କହିଛନ୍ତି।

ଇସ୍ତଫା ଦେବା ପୂର୍ବରୁ ମଧ୍ୟ ସିଂ କହିଥିଲେ ଯେ ଏହି ପଦରୁ ହଟାଇବା ମୋ ପାଇଁ ଅପମାନ ହେବ। ତେବେ ସେ ଭିତର ମୁଁ ଇସ୍ତଫା ଦେଲି। ମୁଁ ବର୍ତ୍ତମାନ କଂଗ୍ରେସରେ ଅଛି, କିନ୍ତୁ ମୋର ରାସ୍ତା ଖୋଲା ଅଛି। ମୁଁ ସମସ୍ତ ବିକଳ୍ପଗୁଡ଼ିକୁ ବିଚାର କରିବି ବୋଲି କ୍ୟାପେଟନ କହିଛନ୍ତି।

ଆଜି ସଂଧ୍ୟାରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ନୂତନ ନେତା କ୍ୟାପଟେନ ସିଂ କିମ୍ବା ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।