Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଉଦ୍ୟୋଗ ପାର୍କ- ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଅଫ୍‌ ପାଇଁ ୨.୦ ଖୋଲା ଚ୍ୟାଲେଞ୍ଜର ଶୁଭାରମ୍ଭ
ବିଶେଷ ଖବର

ଉଦ୍ୟୋଗ ପାର୍କ- ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଅଫ୍‌ ପାଇଁ ୨.୦ ଖୋଲା ଚ୍ୟାଲେଞ୍ଜର ଶୁଭାରମ୍ଭ

September 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଉଦ୍ୟୋଗ ପାର୍କ- ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଅଫ୍‌ ପାଇଁ ୨.୦ ଖୋଲା ଚ୍ୟାଲେଞ୍ଜର ଶୁଭାରମ୍ଭ

ଭୁବନେଶ୍ୱର :  ଉଦ୍ୟୋଗ ପାର୍କ-ଭୁବନେଶ୍ୱର ଦ୍ୱାରା ଷ୍ଟାର୍ଟ ଅଫ୍‌ ପାଇଁ ୨.୦ ଖୋଲା ଚ୍ୟାଲେଞ୍ଜକୁ ସଫଫେୱର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆର ମହାନିର୍ଦ୍ଦେଶକ ଡ. ଓମ୍‌କାର ରାୟଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି ଖୋଲା ଚ୍ୟାଲେଞ୍ଜ ପ୍ରୋଗ୍ରାମରେ ଉଦ୍ୟୋଗୀମାନଙ୍କ ଦରଖାସ୍ତକୁ ସିଧାସଳଖ ଅନ୍‌ଲାଇନ୍‌ରେ ଆମନ୍ତ୍ରଣ କରାଯାଇ ନୂତନ ଷ୍ଟାର୍ଟ ଅଫ୍‌, ନବସୃଜନ ଓ ଉଦ୍ୟୋଗୀମାନଙ୍କୁ ଚିହ୍ନଟ କରି ମନୋନୀତ କରାଯିବ ।

ଏହି ମନୋନୀତ ଷ୍ଟାର୍ଟ ଅଫ୍‌ଗୁଡ଼ିକୁ ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତାଲିମ୍‌, ମୂଳଧନ ଯୋଗାଇବା, ଉତ୍ପାଦ ପେଟେଣ୍ଟ କରାଇବା, ବଜାର ସୃଷ୍ଟି କରିବା ଇତ୍ୟାଦି କାମରେ ସହଯୋଗ ପ୍ରଦାନ କରାଯିବ । ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉଦ୍ୟୋଗ ପାର୍କ ନକ୍‌ସା ପାଠାଗାର ଏବଂ ସମ୍ବଳ କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ସେ ହାଇସ୍କୁଲ ପାଠ୍ୟକ୍ରମରେ ଔଦ୍ୟୋଗୀକରଣ ଉପରେ ବିଷୟ ସ୍ଥାନିତ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଲ୍ଲେଖ କରି ଷ୍ଟାର୍ଟ ଅପ୍‌ ଓଡ଼ିଶା ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗ ପ୍ରତି ମାନସିକତା ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କହିଥିଲେ । ଏଠାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଉତ୍ପାଦ ନମୁନା ପ୍ରସ୍ତୁତି, ସେନ୍‌ସର, ନିୟନ୍ତ୍ରଣ ବୋର୍ଡ ଭଳି ସୁବିଧା ଉପଲବ୍‌ଧ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଇଲେକେଫ୍ରାନିକ୍‌ସ ଏବଂ ଆଇଟି ସଚିବ ଶ୍ରୀ ମନୋଜ ମିଶ୍ର, ସାଇବର ମିଡିଆ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି. ଗୁପ୍ତା, ଏସ୍‌ଟିପିଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ମାନସ ପଣ୍ଡା, ନିର୍ଦ୍ଦେଶକ ଏସ୍‌ଟିପିଆଇ, ନୂଆଦିଲ୍ଲୀ ଶ୍ରୀ ସୁବୋଧ ସାଚନ, ନିର୍ଦ୍ଦେଶକ ଟେକ୍‌ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟସ୍‌ ଶ୍ରୀ ରାଜୀବ ଖୁସୁ, ଇନ୍‌ଟେଲ୍‌ ଉପସଭାପତି ତଥା ସାଧାରଣ ପରିଚାଳକ ଶ୍ରୀ ସମ୍ବିତ୍‌ ସାହୁ, ନୂଆଦିଲ୍ଲୀ ଇଲେକେଫ୍ରାନିକ୍‌ସ ପାର୍କର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସଂଜୀବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ଓଡ଼ିଶାରେ ସ୍ୱାଭାବିକ ଓ ସ୍ଥିର ରହିଛି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ

April 21, 2026

​କାଳିପଲ୍ଲୀ ପଞ୍ଚାୟତରେ ବ୍ୟାପୁଥିବା କିଡ଼ନୀ ରୋଗର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ

April 21, 2026

୧୮ ନୂଆ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

April 21, 2026
Latest News

କେତେ ସମୟ ଚାଲିବା ଭଲ, ଜାଣନ୍ତୁ ଶରୀର ଉପରେ ଚାଲିବା ସମୟ କିପରି ପ୍ରଭାବ ପକାଏ ?

April 22, 2026

ସକାଳୁ ସକାଳୁ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁ ନାହିଁ , ହୋଇପାରେ ବଡ ସମସ୍ୟା

April 22, 2026

୨୨ ଏପ୍ରିଲରେ ଧନୁ ଏବଂ କନ୍ୟା ରାଶି ପାଇଁ ବଡ଼ ଲାଭ, ପଦୋନ୍ନତିର ସଙ୍କେତ!

April 22, 2026

ପ୍ରେମିକକୁ ଜୀଅନ୍ତା ଜାଳିଲା ପ୍ରେମିକା

April 22, 2026

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.