Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରୋନାରୁ ପ୍ରାଣ ହରାଇଥିବା ପରିବାରକୁ ମିଳିବ କ୍ଷତିପୂରଣ, ଜାଣନ୍ତୁ କେଉଁ ରାଜ୍ୟ ଦେଉଛି କେତେ ରାଶି
ଜାତୀୟ ଖବର

କରୋନାରୁ ପ୍ରାଣ ହରାଇଥିବା ପରିବାରକୁ ମିଳିବ କ୍ଷତିପୂରଣ, ଜାଣନ୍ତୁ କେଉଁ ରାଜ୍ୟ ଦେଉଛି କେତେ ରାଶି

September 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଠୋରତା ପରେ ଶେଷରେ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ କେନ୍ଦ୍ର ୫୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟଙ୍କ ଜୁନ୍ ୩୦ ତାରିଖ ନିର୍ଦ୍ଦେଶକୁ ପାଳନ କରି ସେପ୍ଟେମ୍ବର ୧୧ ତାରିଖରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିର୍ଦ୍ଦେଶାବଳୀ ଜାରି କରିଛି। ଜୁନ୍ ୩୦ ତାରିଖରେ କୋର୍ଟ ତାଙ୍କ ରାୟରେ ଏନଡ଼ିଏମଏ କୁ ଛଅ ସପ୍ତାହ ମଧ୍ୟରେ କ୍ଷତିପୂରଣ ପାଇଁ ରାଶି ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡ଼ିଆରଏଫ) ରୁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ପଡିବ ବୋଲି କେନ୍ଦ୍ର କହିଛି। କିନ୍ତୁ କେତେକ ରାଜ୍ୟ କୋଭିଡ ପୀଡିତଙ୍କ ସମ୍ପର୍କୀୟଙ୍କୁ ଏସଡ଼ିଆରଏଫ ପାଣ୍ଠିରୁ ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାଜ୍ୟଗୁଡିକ ହେଲେ-

୧- ଆନ୍ଧ୍ରପ୍ରଦେଶ (ଅନାଥ ପିଲାମାନଙ୍କୁ ୧୦ ଲକ୍ଷ ଟଙ୍କା, ପିତାମାତାଙ୍କ ମୃତ୍ୟୁରେ ୫ ଲକ୍ଷ ଟଙ୍କା)

୨- ବିହାର (୪ ଲକ୍ଷ ଟଙ୍କା)

୩- ହରିୟାଣା (କେବଳ ବିପିଏଲ ପରିବାରକୁ ୩ ଲକ୍ଷ ଟଙ୍କା)

୪- କର୍ଣ୍ଣାଟକ (୧ ଲକ୍ଷ ଟଙ୍କା)

୫- ଆସାମ (୧ ଲକ୍ଷ ଟଙ୍କା)

୬- ତାମିଲନାଡୁ (ଅନାଥ ପିଲାମାନଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏକାକୀ ପିତାମାତାଙ୍କ ମୃତ୍ୟୁ ମାମଲାରେ ୩ ଲକ୍ଷ ଟଙ୍କା)

୭- ତ୍ରିପୁରା (ତିନି କିସ୍ତିରେ ୧୦ ଲକ୍ଷ ଟଙ୍କା)

୮- ନାଗାଲାଣ୍ଡ (କେବଳ କାର୍ଯ୍ୟରତ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା)

ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ କହିଛନ୍ତି ଯେ, କେନ୍ଦ୍ର ସରକାର ଏହାର ଦାୟିତ୍ଵରୁ ଦୂରେଇ ରହିପାରିବେ ନାହିଁ। ମହାମାରୀର ଶିକାର ହୋଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପରବର୍ତ୍ତୀ କ୍ଷତିପୂରଣ ରାଶି ବିପର୍ଯ୍ୟୟ ପରିଚାଳନା ଆଇନ (ଡିଏମଏ) ସ୍ଥିର କରେ। ଏହି ଅଧିନିୟମ ଅନୁଯାୟୀ କରୋନା ସଙ୍କଟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯାଇଥିଲା।

ଆବେଦନକାରୀଙ୍କ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଥିଲା। କିନ୍ତୁ ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଏନଡ଼ିଏମଏ କୁ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ରାଶି ପାଇଁ ନିର୍ଦ୍ଦେଶାବଳୀ ସୁପାରିଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ, ସେପ୍ଟେମ୍ବର ୩ ତାରିଖରେ, କୋଭିଡ କାରଣରୁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବର୍ତ୍ତମାନ ଏନଡ଼ିଏମଏ ଦ୍ଵାରା ସ୍ଥିର ହୋଇଥିବା ରାଶିକୁ ଯଥାର୍ଥ କହି କେନ୍ଦ୍ର କହିଛି ଯେ, “କୋଭିଡ ଏକ ବିପର୍ଯ୍ୟୟ ଯାହା ହ୍ରାସ ପାଇନାହିଁ। ମୋଟ ମୃତ୍ୟୁ ସଂଖ୍ୟା ବଢିବାବାରେ ଲାଗିଛି। ଭାଇରସର ନୂତନ ରୂପ ଏବଂ ଭବିଷ୍ୟତର ଲହରକୁ ନେଇ ଅନିଶ୍ଚିତତା ରହିଛି।” କ୍ଷତିପୂରଣ ରାଶିରୁ ପଡିବାକୁ ଥିବା ମୋଟ ଆର୍ଥିକ ବୋଝ ସ୍ଥିର କରିବା ସମ୍ଭବ ନୁହେଁ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତରେ କରୋନା ମହାମାରୀ ଆରମ୍ଭରୁ ମୋଟ ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୬ ହଜାର ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ରାଜ୍ୟ ସରକାର ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଘିଡିଘିଡି ନାଦରେ ଗଡିଲା ରଥ,ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ରଥଟଣା, ବର୍ଷା ସତ୍ବେ ବଡଦାଣ୍ଡ ଲୋକାରଣ୍ୟ

July 16, 2026

ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୦ ଟି ସ୍କୁଲରେ JEE ଏବଂ NEET ପାଇଁ ମାଗଣା କୋଚିଂ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.