Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ମୋଦୀଙ୍କ ବ୍ୟକ୍ତିଗତ ସାକ୍ଷାତ, କଲେ ନିମନ୍ତ୍ରଣ
PIB_NEWS

ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ମୋଦୀଙ୍କ ବ୍ୟକ୍ତିଗତ ସାକ୍ଷାତ, କଲେ ନିମନ୍ତ୍ରଣ

September 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ଅବସରରେ ୨୩ ସେପ୍ଟେମ୍ବର ୨୦୨୧ରେ ୱାଶିଂଟନ ଡିସି ଠାରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ସାକ୍ଷାତ କରିଛନ୍ତି।

ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସାକ୍ଷତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଏଥିପୂର୍ବରୁ ଜୁନ ୨୦୨୧ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପକୁ ସେମାନେ ସହୃଦୟତାର ସହିତ ସ୍ମରଣ କରିଥିଲେ। ଆଫଗାନିସ୍ତାନ ପ୍ରସଙ୍ଗ ସମେତ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। ଏଥିସହିତ ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଦୁଇ ନେତା ନିଜ ନିଜ ଦେଶରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଟିକାକରଣ ପ୍ରୟାସକୁ ଗତିଶୀଳ କରିବା ଏବଂ ଜରୁରି ଔଷଧ, ଚିକିତ୍ସାବିଧାନ ଏବଂ ସ୍ୱାସ୍ଥ୍ୟ ସେବା ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଜରିଆରେ ମହାମାରୀକୁ ପ୍ରତିହତ କରିବା ନେଇ ସେମାନେ ଆଲୋଚନା କରିଥିଲେ।

ଜଳବାୟୁ ପରିବର୍ତ୍ତନ ଉପରେ ସହଭାଗୀ କାର‌୍ୟ୍ୟାନୁଷ୍ଠାନର ଗୁରୁତ୍ୱକୁ ଉଭୟ ପକ୍ଷ ସ୍ୱୀକାର କରିଥିଲେ। ଅକ୍ଷୟ ଶକ୍ତି ଉପଯୋଗ ବୃଦ୍ଧି ଲାଗି ଭାରତର ପ୍ରୟାସ ଏବଂ ନିକଟରେ ଆରମ୍ଭ କରାଯାଇଥିବା ହାଇଡ୍ରୋଜେନ ମିଶନ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଦୀର୍ଘସ୍ଥାୟୀ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଲାଗି ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ସେ ଜୋର ଦେଇଥିଲେ।

ମହାକାଶ ସହଯୋଗ, ସୂଚନା ପ୍ରଯୁକ୍ତି, ବିଶେଷ କରି ଉଦୀୟମାନ ଏବଂ ଜଟିଳ ପ୍ରଯୁକ୍ତି ସମେତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ ନିମନ୍ତେ ଭବିଷ୍ୟତର ସହଭାଗିତା କ୍ଷେତ୍ରରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଦୁଇ ଦେଶର ନାଗରିକମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିବା ଉଭୟ ନେତା ସ୍ୱୀକାର କରିଥିଲେ। ଆପୋସ ଲାଭଜନକ ଶିକ୍ଷାଗତ ସମ୍ପର୍କ ଏବଂ ଜ୍ଞାନ, ନବୋନ୍ମେଷ ଏବଂ ପ୍ରତିଭାର ବିନିମୟ ମାଧ୍ୟମରେ ଏହି ସମ୍ପର୍କର ଆଧାର ମଜବୁତ ହୋଇଛି।

ଯଥାଶୀଘ୍ର ଭାରତ ଆସିବା ଲାଗି ଉପରାଷ୍ଟ୍ରପତି କମଳା ହ୍ୟାରିସ ଏବଂ ଦ୍ୱିତୀୟ ନାଗରିକ ଡଗ୍ଲାସ ଏମୋଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିମନ୍ତ୍ରଣ କରିଥିଲେ।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ବସିଲା ପ୍ରସ୍ତୁତି ବୈଠକ, ନିଆଗଲା ଏହି ସବୁ ନିଷ୍ପତି

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.