Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଜାରୀ କଲେ ଏକକ ଟୋଲ ଫ୍ରି ହେଲ୍ପ ଲାଇନ
ଜାତୀୟ ଖବର

ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଜାରୀ କଲେ ଏକକ ଟୋଲ ଫ୍ରି ହେଲ୍ପ ଲାଇନ

September 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ କେନ୍ଦ୍ର ସରକାର ଜାରୀ କଲେ ଏକକ ଟୋଲ ଫ୍ରି ହେଲ୍ପ ଲାଇନ

ନୂଆଦିଲ୍ଲୀ: ଦେଶର ବରିଷ୍ଠ ନାଗରିକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଭାରତ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବୟସ୍କମାନଙ୍କ ସହାୟତା ପାଇଁ ଦେଶର ପ୍ରଥମ ସର୍ବଭାରତୀୟ ହେଲ୍ପ ଲାଇନ ନମ୍ବର: ଏଲ୍ଡର ଲାଇନ (ନିଃଶୁଳ୍କ ନଂ – ୧୪୫୬୭)ର ଶୁଭାରମ୍ଭ କରାଯାଇଛି।

ଏହି ହେଲ୍ପ ଲାଇନ ମାଧ୍ୟମରେ ବରିଷ୍ଠ ନାଗରିକମାନଙ୍କୁ ପେନସନ, ଆଇନଗତ ପ୍ରସଙ୍ଗରେ ମାର୍ଗଦର୍ଶନ ଦିଆଯିବା ସହିତ ସେମାନଙ୍କୁ ଭାବଗତ ସମର୍ଥନ ମଧ୍ୟ ଯୋଗାଇ ଦିଆଯିବ। ଉତ୍ପୀଡ଼ନର ଶିକାର ହେଉଥିବା ବରିଷ୍ଠ ନାଗରିକଙ୍କ ମାମଲାରେ ହସ୍ତକ୍ଷେପ କରିବା ସହ ବାସହୀନ ବୟସ୍କମାନଙ୍କୁ ମଧ୍ୟ ଉଦ୍ଧାର କରିବା କ୍ଷେତ୍ରରେ ଏହା ସହାୟକ ହୋଇପାରିବ।

ସାରା ଦେଶରେ ଏହି ଗୋଟିଏ ମଞ୍ଚ ଜରିଆରେ ବୟସ୍କ ନାଗରିକମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ ଏବଂ ଅଭିଯୋଗ କରିପାରିବେ। ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସୂଚନା ଏବଂ ପରାମର୍ଶ ହେଲ୍ପଲାଇନ ମାଧ୍ୟମରେ ଯୋଗାଇ ଦିଆଯିବ। ୨୦୫୦ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରେ ବୟସ୍କ ନାଗରିକମାନଙ୍କ ସଂଖ୍ୟା ୩୦୦ ନିୟୁତରୁ ଅଧିକ ଅର୍ଥାତ୍ ୨୦ ପ୍ରତିଶତ ପାଖାପାଖି ପହଞ୍ଚିଯିବ।

ଦେଶର ସାମଗ୍ରିକ ଆର୍ଥିକ ଏବଂ ସାମାଜିକ ଅଭିବୃଦ୍ଧିରେ ବରିଷ୍ଠ ନାଗରିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ଏପରି ଏକ ମହତ୍ବପୂର୍ଣ୍ଣ ହେଲ୍ପଲାଇନର ଶୁଭାରମ୍ଭ କରାଯାଇଛି। ଦେଶର ପ୍ରମୁଖ ଦାତବ୍ୟ ସଂସ୍ଥା ଟାଟା ଟ୍ରଷ୍ଟ, ଏନଏସଇ ଫାଉଣ୍ଡେସନ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ହେଲ୍ପଲାଇନର ଶୁଭାରମ୍ଭ କରାଯାଇଛି।

ବରିଷ୍ଠ ନାଗରିକ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026
Latest News

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.