Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୩୫ ପ୍ରଜାତିର ଶସ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

୩୫ ପ୍ରଜାତିର ଶସ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

September 29, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ଗ୍ରୀନ୍ କ୍ୟାମ୍ପସ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ନୂଆ ନୂଆ ପଦ୍ଧତି ଅନୁସରଣ କରୁଥିବା ଚାଷୀମାନଙ୍କ ସହ ମତ ବିନିମୟ କରିବା ଲାଗି ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେଇଥିଲେ ।
ଜମ୍ମୁ ଓ କଶ୍ମୀର ରାଜ୍ୟର ଗନ୍ଦରବାଲସ୍ଥିତ ଶ୍ରୀମତୀ ଜୟତୁନ ବେଗମଙ୍କ ସହ କଥାବାର୍ତ୍ତା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ବେଗମ୍ କିପରି ଅତ୍ୟାଧୁନିକ କୃଷି ପଦ୍ଦତି ପ୍ରୟୋଗ କରି ଅନ୍ୟାନ୍ୟ ଚାଷୀମାନଙ୍କୁ ତାଲିମ ଦେବା ସହ ଉପତ୍ୟକାରେ ବାଳିକା ଶିକ୍ଷାକୁ ଆଗେଇ ନେବା ବିଷୟ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡାରେ ମଧ୍ୟ ଜମ୍ମୁ ଓ କଶ୍ମୀରର ଝିଅମାନେ ଉନ୍ନତ ପ୍ରଦର୍ଶନ କରୁଛନ୍ତି । ସେ କହିଥିଲେ ଯେ ଅଳ୍ପ ଜମି ଥିବା ଚାଷୀମାନଙ୍କ ପ୍ରତି ସରକାର ଅଗ୍ରାଧିକାର ଦେଉଛନ୍ତି ଓ ସେମାନେ ଏହାର ସୁବିଧା ସିଧାସଳଖ ପାଉଛନ୍ତି । ଉତ୍ତରପ୍ରଦେଶ ବୁଲନ୍ଦ ସହରର ଜନୈକ ଚାଷୀ କୁଲୱନ୍ତ ସିଂଙ୍କୁ ପ୍ରଧାନମନ୍ତ୍ରୀ ସେ ଦିଗରେ କିପରି ବିଭିନ୍ନ କିସମର ବିହନ ଉତ୍ପାଦନ କରୁଛନ୍ତି ବୋଲି ପଚାରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ କୃଷି ପ୍ରତିଷ୍ଠାନ ପୁଷାର ବୈଜ୍ଞାନିକମାନଙ୍କ ସହ ଆଲୋଚନା ଯୋଗୁଁ କି ପ୍ରକାର ସଫଳତା ହାସଲ ହୋଇଛି ପଚାରିଥିଲେ । ଚାଷୀଙ୍କ ଦ୍ୱାରା ନିଜ ଶସ୍ୟର ପ୍ରକ୍ରିୟାକରଣ ପାଇଁ ଏହାର ପ୍ରଶଂସା କରିଥିଲେ। ବଜାର ସୁବିଧା, ଉନ୍ନତ ମାନର ବିହନ, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଇତ୍ୟାଦି ଦ୍ୱାରା ସରକାର ଚାଷୀମାନଙ୍କ ଉତ୍ତମ ମୂଲ୍ୟ ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୋଆ, ବାର୍ଡେଜର ଶ୍ରୀମତୀ ଦର୍ଶନା ପେଦେଙ୍କରଙ୍କୁ ସେ କିପରି ବିବିଧ ଫସଲ ଉତ୍ପାଦନ କରିବା ସହ ପଶୁପାଳନ କରୁଥିବା ପଚାରିଥିଲେ । ସେ ନଡିଆ ଚାଷୀଙ୍କ ଲାଭ ଉପରେ ମଧ୍ୟ ପଚାରିଥିଲେ । ମହିଳା ଚାଷୀ ଉଦ୍ୟୋଗପତି ଭାବେ ଉଭା ହେଉଥିବାରୁ ଶ୍ରୀ ମୋଦୀ ଏଥିରେ ସନ୍ତୋଷବ୍ୟକ୍ତ କରିଥିଲେ ।

ମଣିପୁରର ଶ୍ରୀ ଥୋଇବା ସିଂଙ୍କ ସହ କଥାବାର୍ତ୍ତାବେଳେ ପ୍ରଧାନମନ୍ତ୍ରୀ ସଶସ୍ତ୍ର ସେନାରୁ ଅବସର ଗ୍ରହଣ ପରେ ଚାଷରେ ମନୋନିବଶେ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ସେ କୃଷି ସହ ମତ୍ସ୍ୟପାଳନ ଓ ଅନ୍ୟାନ୍ୟ କୃଷି କାର‌୍ୟ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ତା’ର ପ୍ରଶଂସା କରି ଜୟଜବାନ, ଜୟକିଶାନ, ଜୟ ବିଜ୍ଞାନର ଉଦାହରଣ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ଉଦାମସିଂହ ନଗରର ଶ୍ରୀ ସୁରେଶ ରାଣାଙ୍କୁ କିପରି ସେ ଫସଲ ଆରମ୍ଭ କଲେ ପଚାରିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ଚାଷୀମାନେ କୃଷି ଉତ୍ପାଦକ ସଂଘ(ଏଫପିଓ) ପରାମର୍ଶ ମାନି କାର‌୍ୟ୍ୟ କରୁଥିବାରୁ ଅଭିନନ୍ଦନ ଜଣାଇବା ସହ କୃଷକମାନେ ମିଳିମିଶି କାମ କଲେ ଲାଭାନ୍ୱିତ ହେବେ ବୋଲି କହିଥିଲେ। ସରକାର କୃଷକଙ୍କୁ ସମସ୍ତ ଅର୍ଥ ଓ ଭିତ୍ତିଭୂମି ଯୋଗାଇବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଛଅ-ସାତବର୍ଷ ମଧ୍ୟରେ କୃଷିରେ ଥିବା ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବହୁଳ ଉପଯୋଗ କରାଯାଉଛି । ଆମେ ନୂତନ ପରିସ୍ଥିତିକୁ ସୁହାଇଲା ଭଳି ଅଧିକ ପୌଷ୍ଟିକ ବିହନ, ବିଶେଷକରି ଜଳବାୟୁ ଭିତ୍ତିକ ପରିବର୍ତ୍ତନରେ ଦେବା ପାଇଁ ପ୍ରାଧାନ୍ୟ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କରୋନା ବୈଶ୍ୱିକ ମହାମାରୀ କାଳରେ କିପରି ଗତବର୍ଷ ଅନେକ ରାଜ୍ୟରେ ପଙ୍ଗପାଳ ଆକ୍ରମଣ ହୋଇଥିଲା ତାହାର ସ୍ମୃତିଚାରଣ କରିଥିଲେ । ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବା ପୂର୍ବରୁ ଭାରତ ପ୍ରଗାଢ ଉଦ୍ୟମ କରି ଏହି ପରିସ୍ଥିତିରୁ ଚାଷୀମାନଙ୍କୁ ରକ୍ଷା କରିପାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଚାଷ ଏବଂ ଚାଷୀ ସୁରକ୍ଷା ଜାଲ ଭିତରେ ରହନ୍ତି ସେତେବେଳେ ସେମାନଙ୍କ ଅଭିବୃଦ୍ଧି ମଧ୍ୟ ଦୃତ ହୋଇଥାଏ । ଜମିର ସୁରକ୍ଷା ପାଇଁ ୧୧କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡଜାରୀ କରାଯାଇଛି । ଚାଷୀଙ୍କୁ ସୁହାଇଲା ଭଳି ଶହେଟି ବାକି ପଡିଥିବା ଜଳସେଚନ ପ୍ରକଳ୍ପ କାର‌୍ୟ୍ୟ ଶେଷ କରି ଚାଷୀମାନଙ୍କୁ ପାଣି ଯୋଗାଇବା ସହ, ଶସ୍ୟ ସୁରକ୍ଷା କରି ଅଧିକ ଅମଳ ପାଇବା ପାଇଁ ଉନ୍ନତ କିସମର ବିହନ ଯୋଗାଇ ଦିଆଯାଉଛି ।

ନ୍ୟୁନତମ ସହାୟକ ମୂଲ୍ୟ ବୃଦ୍ଧି ସହ ଶସ୍ୟ ସଂଗ୍ରହ ପ୍ରକ୍ରିୟାକୁ ମଧ୍ୟ ଅଧିକ ଉନ୍ନତ କରାଯାଇଛି । ଏହା ଚାଷୀଙ୍କୁ ବେଶ୍ ସୁହାଉଛି । ରବି ଋତୁରେ ୪୩୦ ଲକ୍ଷ ଟନ୍ ଗହମ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ୮୫ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ବୈଶ୍ୱିକ ମହାମାରୀ କାଳରେ ଗହମ ସଂଗ୍ରହ କେନ୍ଦ୍ର ତିନିଗୁଣ ବୃଦ୍ଧି କରାଯାଇଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀମାନଙ୍କୁ ପ୍ରଯୁକ୍ତିଜ୍ଞାନ ଓ ସହ ଯୋଡିବା ଯୋଗୁଁ ସେମାନେ ବ୍ୟାଙ୍କରୁ ଋଣ ପାଇପାରୁଛନ୍ତି । ଆଜିକାଲି ଚାଷୀମାନେ ପାଣିପାଗ ଖବର ମଧ୍ୟ ସହଜରେ ପାଇପାରୁଛନ୍ତି । ନିକଟରେ ଦୁଇକୋଟିରୁ ଅଧିକ ଚାଷୀ ପରିବାଙ୍କୁ କିଶାନ କ୍ରେଡିଟ୍ କାର୍ଡ ଯୋଗାଇ ଦିଆଯାଇଛି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ନୂଆ ନୂଆ ରୋଗ, କୀଟପତଙ୍କ ଓ ମହାମାରୀଦେଖାଦେଉଛି । ଯାହାକି ମାନବ ସମାଜ ସହିତ ଗୃହପାଳିତ ପଶୁ ଓ ଫସଲ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିନେଇ ସୁଦୀର୍ଘ ଗବେଷଣାର ଆବଶ୍ୟକତା ରହିଛି । ଯେତେବେଳେ ବିଜ୍ଞାନ ଓ ସମାଜ ଏକାଠି କାର‌୍ୟ୍ୟ କରିବେ ଫଳାଫଳ ମଧ୍ୟ ଭଲ ହେବ । କୃଷକ ଓ ବିଜ୍ଞାନୀଙ୍କ ଯୋଗସୂତ୍ର ସ୍ଥାପନ ହେଲେ ତାହା ନୂତନ ଆହ୍ୱାନର ସମ୍ମୁଖୀନ ହେବା ସହ ଦେଶକୁ ଶକ୍ତି ମଧ୍ୟ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀମାନଙ୍କୁ କେବଳ ଫସଲ ଛାଡି ଅନ୍ୟ ଅଧିକ ଲାଭ ପ୍ରଦାନକାରୀ କାର‌୍ୟ୍ୟ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ବିଜ୍ଞାନ ଓ ଗବେଷଣା ଦ୍ୱାରା ବାଜରା ଜାତୀୟ ଶସ୍ୟ ଅଧିକ ଉତ୍ପାଦନର ଆବଶ୍ୟକତା ରହିଛି । ଏହାର ଉଦ୍ଦେଶ୍ୟ ହେଲା ସ୍ଥାନୀୟ ଆବଶ୍ୟକତା ଅନୁସାରେ ଉତ୍ପାଦନ ଦେଶର ଅନ୍ୟାନ୍ୟ ସ୍ଥାନରେ କରାଯାଇପାରିବ । ଆସନ୍ତାବର୍ଷକୁ ଜାତିସଂଘ ଆନ୍ତର୍ଜାତୀୟ ବାଜରା ବର୍ଷ ଘୋଷଣା କରିଥିବାରୁ ଚାଷୀମାନେ ଏହାର ସୁଯୋଗ ନେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ପ୍ରାଚୀନ ଚାଷ ପରମ୍ପରା ସହ ଭବିଷ୍ୟତରେ ଆଗକୁ ବଢିବା ମଧ୍ୟଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତ ଚାଷ ପାଇଁ ଆଧୁନିକ ପ୍ରଯୁକ୍ତିବିଜ୍ଞାନ ଓ ନୂଆ ଚାଷ ଉପକରଣ ମୁଖ୍ୟ ଆୟୁଧ ହେବ । “ଆଧୁନିକ କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣର ବ୍ୟବହାର ଆଦି ତାର ସଫଳତା ଦର୍ଶାଉଛି” ବୋଲି ଶ୍ରୀ ମୋଦି କହିଛନ୍ତି ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.