Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପିପିଲି ଉପନିର୍ବାଚନ ପାଇଁ ତିନି କମ୍ପାନୀ ବିଏସ୍ଏଫଙ୍କ ସହ ଦୁଇ ହଜାର ପୁଲିସ କର୍ମଚାରୀ ନିୟୋଜିତ
ବିଶେଷ ଖବର

ପିପିଲି ଉପନିର୍ବାଚନ ପାଇଁ ତିନି କମ୍ପାନୀ ବିଏସ୍ଏଫଙ୍କ ସହ ଦୁଇ ହଜାର ପୁଲିସ କର୍ମଚାରୀ ନିୟୋଜିତ

September 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିପିଲି ଉପନିର୍ବାଚନ ପାଇଁ ତିନି କମ୍ପାନୀ ବି.ଏସ୍.ଏଫଙ୍କ ସହ ୨୦୦୦ ପୁଲିସ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନୀ ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ କି ୭ ଜଣ ଡି.ଏସ୍.ପି ଓ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ ।

ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସସସ୍ତ୍ର ବଳ ଏବଂ ମାଇକ୍ରୋ ଅବଜରଭର,  ଓ୍ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ନିର୍ବାଚନ କାର୍ଯ୍ୟରେ ମୋଟ ୪୩୨ ଗୋଟି ଯାନ ନିୟୋଜିତ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀ, ପୁଲିସ୍ କର୍ମଚାରୀ, ବାହାରର କର୍ମଚାରୀ ଯଥା-ଯାନ ଚାଳକ, କ୍ୟାମେରା ମ୍ୟାନ୍ ଇତ୍ୟାଦି ସମସ୍ତଙ୍କୁ କୋଭି଼ଡ୍ ଟିକା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ କରାଯାଇଛି ।

ସେହିପରି ଅନୂରୁପ ଭାବେ ସମସ୍ତ ପ୍ରାର୍ଥୀ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ନିର୍ବାଚନ ଏଜେଣ୍ଟ, ଗଣତି ଏଜେଣ୍ଟ ଇତ୍ୟାଦିଙ୍କୁ ସମ୍ପୁର୍ଣ୍ଣ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପୁରୀ, ଡେଲାଙ୍ଗ ଓ ପିପିଲିରେ ସ୍ୱତନ୍ତ୍ର କୋଭିଡ୍ ଟୀକାକରଣ କ୍ୟାମ୍ଫ୍ ଆୟୋଜିତ ହୋଇଥିଲା ।

ପିପିଲି ଉପନିର୍ବାଚନ ନିମନ୍ତେ ମୋଟରେ ୩୪୮ ଗୋଟି ବ୍ୟାଲଟ ୟୁନିଟ୍ , ୩୪୮ ଗୋଟି କଣ୍ଟ୍ରୋଲ ୟୁନିଟ୍ ଓ ୩୪୮ ଗୋଟି ଭି.ଭି.ପ୍ୟାଟ୍ କୁ ନିୟୋଜିତ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଇ.ଭି.ଏମ୍ କୁ ଗଚ୍ଛିତ କରି ରଖାଯାଇଛି । ନିର୍ବାଚନ ସମୟରେ ଇ.ଭି.ଏମ ରେ କୈଣସି ପ୍ରକାର ତ୍ରୁଟିକୁ ସୁଧାରିବା ନିମନ୍ତେ ହାଇଦ୍ରାବଦରୁ ଆସିଥିବା ୮ ଜଣ ଇଞ୍ଜିନିୟର ମାନଙ୍କୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି ।

Pipili Bye Election ପିପିଲି ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.