Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ଦିନ 11 ଟା ସୁଦ୍ଧା 24. 76 ପ୍ରତିଶତ ମତଦାନ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଭୋଟରମାନେ ଭୋଟ ଦାନ କରିବାରେ ଆଗ୍ରହ ପ୍ରକାଶ କରିଛନ୍ତି। ଫଳରେ ଦିନ 11 ଟା ସୁଦ୍ଧା 24.76 ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। କେତେକ ସ୍ଥାନରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ହେଲେ ପରବର୍ତ୍ତି ସମୟରେ ତାହା ବଦଳଯାଇ ଭୋଟ ଗ୍ରହଣ ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ତିନି କମ୍ପାନୀ ବିଏସ୍ଏଫଙ୍କ ସହ ଦୁଇ ହଜାର ପୁଲିସ କର୍ମଚାରୀ ନିୟୋଜିତ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନୀ ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ କି ୭ ଜଣ ଡି.ଏସ୍.ପି ଓ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ ।

ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସସସ୍ତ୍ର ବଳ ଏବଂ ମାଇକ୍ରୋ ଅବଜରଭର,  ଓ୍ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।

ନିର୍ବାଚନ କାର୍ଯ୍ୟରେ ମୋଟ ୪୩୨ ଗୋଟି ଯାନ ନିୟୋଜିତ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀ, ପୁଲିସ୍ କର୍ମଚାରୀ, ବାହାରର କର୍ମଚାରୀ ଯଥା-ଯାନ ଚାଳକ, କ୍ୟାମେରା ମ୍ୟାନ୍ ଇତ୍ୟାଦି ସମସ୍ତଙ୍କୁ କୋଭି଼ଡ୍ ଟିକା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ କରାଯାଇଛି ।

ସେହିପରି ଅନୂରୁପ ଭାବେ ସମସ୍ତ ପ୍ରାର୍ଥୀ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ନିର୍ବାଚନ ଏଜେଣ୍ଟ, ଗଣତି ଏଜେଣ୍ଟ ଇତ୍ୟାଦିଙ୍କୁ ସମ୍ପୁର୍ଣ୍ଣ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପୁରୀ, ଡେଲାଙ୍ଗ ଓ ପିପିଲିରେ ସ୍ୱତନ୍ତ୍ର କୋଭିଡ୍ ଟୀକାକରଣ କ୍ୟାମ୍ଫ୍ ଆୟୋଜିତ ହୋଇଥିଲା ।

ପିପିଲି ଉପନିର୍ବାଚନ ନିମନ୍ତେ ମୋଟରେ ୩୪୮ ଗୋଟି ବ୍ୟାଲଟ ୟୁନିଟ୍ , ୩୪୮ ଗୋଟି କଣ୍ଟ୍ରୋଲ ୟୁନିଟ୍ ଓ ୩୪୮ ଗୋଟି ଭି.ଭି.ପ୍ୟାଟ୍ କୁ ନିୟୋଜିତ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଇ.ଭି.ଏମ୍ କୁ ଗଚ୍ଛିତ କରି ରଖାଯାଇଛି । ନିର୍ବାଚନ ସମୟରେ ଇ.ଭି.ଏମ ରେ କୈଣସି ପ୍ରକାର ତ୍ରୁଟିକୁ ସୁଧାରିବା ନିମନ୍ତେ ହାଇଦ୍ରାବଦରୁ ଆସିଥିବା ୮ ଜଣ ଇଞ୍ଜିନିୟର ମାନଙ୍କୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ଦିନଟି କର୍ମଚାରୀଙ୍କର ସବୈତିନିକ ଛୁଟି ଘୋଷଣା

ଭୁବନେଶ୍ବର: ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଦିନ ଅର୍ଥାତ୍ ତା ୩୦-୦୯- ୨୦୨୧ ରିଖରେ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କ ପାଇଁ ସବୈତିନିକ ଛୁଟି ମଞ୍ଜୁର କରାଯାଇଛି।

ଏତଦ୍ ବ୍ୟତୀତ ବାଣିଜ୍ୟିକ ଅନୁଷ୍ଠାନ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ଭୋଟର ହୋଇଥିବେ ସେମାନଙ୍କ ପାଇଁ ମଧ୍ୟ ସବୈତିନିକ ଛୁଟି ଘୋଷଣା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ନିମନ୍ତେ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ନିବେଦନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପନିର୍ବାଚନ: ବିଜେଡିରେ ମିଶିଲେ ଶତାଧିକ ବିଜେପି କର୍ମୀ

ପିପିଲି, ଆଜି ପିପିଲି ବ୍ଲକର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଈଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଲକ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥିନୀ ମମତା ମଞ୍ଜରୀ ମହାନ୍ତି।

ସେହିପରି ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠନାଥ ପାତ୍ରଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଉପସ୍ଥିତି ଥିଲେ। ପିପିଲି ଉପ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏପରି ମିଶ୍ରଣ ପର୍ବ ବିଜେଡିକୁ ଶକ୍ତିଶାଳି କରିଛି।