Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତାକାଲି ଆସିବ ପିପିଲି ଫଳାଫଳ, କରୋନା ପାଇଁ ଏଥର ନୂଆ ପ୍ରକାରର ହେବ ଭୋଟ ଗଣତି
ବିଶେଷ ଖବର

ଆସନ୍ତାକାଲି ଆସିବ ପିପିଲି ଫଳାଫଳ, କରୋନା ପାଇଁ ଏଥର ନୂଆ ପ୍ରକାରର ହେବ ଭୋଟ ଗଣତି

October 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଆସିବ ପିପିଲି ଫଳାଫଳ, କରୋନା ପାଇଁ ଏଥର ନୂଆ ପ୍ରକାରର ହେବ ଭୋଟ ଗଣତି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିପିଲି ଉପନିର୍ବାଚନର ଭୋଟ ଗଣତି ଆସନ୍ତାକାଲି ସକାଳ ଆଠଟାରୁ ଆରମ୍ଭ ହେବ। ଏଥିପାଇଁ ପୁରୀର ପେଣ୍ଠକଟା ଇଭିଏମ ୱେର ହାଉସରେ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏଥର ଭିନ୍ନ ପ୍ରକାରର ଭୋଟ ଗଣତି ହେବ। କରୋନା ପାଇଁ ଏହି ଗଣତି ପରିବେଶରେ ସଂପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।

ଏଥର ପ୍ରତି ଟେବୁଲରେ ଗଣତି ଅଧିକାରୀଙ୍କ ଆଗରେ ରହିବ ପଲିଥିନ ଚାଦର। ଏହା ଗଣତି ଅଧିକାରୀ ଓ ଏଜେଣ୍ଟ ମଧ୍ୟରେ ସଂକ୍ରାମଣକୁ ରୋକିବାରେ ସାହାଯ୍ୟ କରିବ। ଏଥିସହିତ ସମସ୍ତେ ସାନିଟାଇଜର ବ୍ୟବହାର କରିବା ସହିତ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତା ମୂଳକ କରାଯାଇଛି। ହଲ ଭିତରେ ଏଜେଣ୍ଟମାନେ ପଶିବା ପୂର୍ବରୁ ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇବେ।

ଆଜି ରାତିରେ ଏହି ଗଣତି ହଲଗୁଡିକୁ ସଂପୂର୍ଣ୍ଣ ସାନାଟାଇଜ କରାଯାଇଛି। ଆସନ୍ତାକାଲି ପ୍ରତି ରାଉଣ୍ଡ ପରେ ପୁଣି ସାଇନଟାଇଜ କରାଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ଏକ ଟିମ ସେଠାରେ ମୁତୟନ କରାଯାଇଛି।

ଏହି ଗଣତି ପାଇଁ ତିନୋଟି ହଲର ବ୍ୟବସ୍ଥା କରାଯାଇଛି। ପ୍ରତି ହଲରେ ସାତୋଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ତିନିଜଣ ଅଧିକାରୀ ଗଣତି କାର୍ଯ୍ୟରେ ନିୟୋଜିତ ହେବେ। ତାଙ୍କ ସମ୍ମୁଖରେ ବସି ରାଜନୈତିକ ଦଳର ଏଜେଣ୍ଟମାନେ ତାହା ଅନୁଧ୍ୟାନ କରିବେ। ଗୋଟିଏ ଟେବୁଲରେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଦଳଗୁଡିକୁ କୁହାଯାଇଛି।

ପ୍ରତି ରାଇଣ୍ଡରେ କଣ ଫଳାଫଳ ହେଲା ତାହା ସେହି କାଉଣ୍ଟିଂ ହଲରେ ଥିବା ବଡ ମିନଟରରେ ପ୍ରଦର୍ଶିତ କରାଯିବ। ଏଥିସହିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ ସାଇଟରେ ମଧ୍ୟ ଫଳାଫଳକୁ ଲାଇଭ କରାଯିବ। ସେଥିପାଇଁ ନିର୍ବାଚନ ଅଧିକାରୀଙ୍କ ତରଫରୁ ଭୁବନେଶ୍ବର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୱେବସାଇଟ ହେଲା results.eci.gov.in।

ଭୋଟ ଗଣତି ସରିବା ପରେ VVPAT ଗଣତି କରାଯିବ। ସେଥିପାଇଁ ଆଖିବୁଜି ପାଞ୍ଚୋଟି ମେସିନର ସଂଖ୍ୟା ଗଣିତ କରାଯିବ। ଏହାପରେ ଇଭିଏମରେ ପଡିଥିବା ଭୋଟ ସହିତ ମେଳକ କରାଯିବ। ଭୋଟ ଗଣତି ଠିକ ଭାବରେ ପରିଚାଳନା କରିବା ଏବଂ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ଅପରାହ୍ନ ବେଳକୁ ପିପିଲିର କିଏ ହେବେ ବିଧାୟକ ତାହାର ଏକ ସ୍ପଷ୍ଟ ଚିତ୍ର ମିଳିଯିବ।

vvpat ଇଭିଏମ ପିପିଲି ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.