Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ନିଆଗଲା ନିଷ୍ପତ୍ତି
ବିଶେଷ ଖବର

ଏଣିକି ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ନିଆଗଲା ନିଷ୍ପତ୍ତି

October 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଣିକି ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ନିଆଗଲା ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଉପଯୋଗ ଉପରେ ଏକ ବୈଠକ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା ।

ବିଧାନସଭାରେ ଆଲୋଚନା ହେଉଥିବା ସମସ୍ତ ପ୍ରସଙ୍ଗକୁ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ଭାଷାରୁ ଇଂରାଜୀ ଭାଷାକୁ ଅନୁଦିତ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ । ଓସ୍ୱାସର ସହଯୋଗରେ ବିଧାନସଭାରେ ନେଭା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରାଯିବ ଏବଂ ବିଧାନସଭାର ସମସ୍ତ ବିବରଣୀ ଜନସାଧାରଣଙ୍କୁ ଉପଲବ୍ଧ ହେବ ।

ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ସାମ୍ୱାଦିକଙ୍କ ସହ ସାକ୍ଷାତ ଏବଂ ମତାମତ ରଖିବା ନିମନ୍ତେ ବିଧାନସଭା ପରିସରରେ ଏକ ମିଡିଆ ପ୍ରକୋଷ୍ଠ ତୁରନ୍ତ ପ୍ରତିଷ୍ଠା ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହାର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ୍ତ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ସଂସଦୀୟ ବ୍ୟାପର ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ବୈଷୟିକ ଅଧିକାରୀ ସରିତା ସାହୁ, ବୈଜ୍ଞାନିକ ଦିଲ୍ଲୀପ କୁମାର ମାନ୍ଧାତା, ବିଧାନସଭା ଯୁଗ୍ମ ସଚିବ ଦେବାନନ୍ଦ ଦୋରା ପ୍ରମୁଖ ଯୋଗ ଦେଇଥିଲେ।

ଆଜିର ବିଧାନସଭା ବିଧାନସଭା ସୂର୍ଯ୍ୟ ନାରାୟଣ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026
Latest News

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ବରିଷ୍ଠ ନାଗରିକ FD ହାର: କେଉଁ ବ୍ୟାଙ୍କ କେତେ ରିଟର୍ଣ୍ଣ ପ୍ରଦାନ କରୁଛନ୍ତି, ଦେଖନ୍ତୁ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.