ଡେନମାର୍କ ସହ ଭାରତ କଲା ସାତୋଟି ବୁଝାମଣା ତଥା ରାଜିନାମା, ଜାଣନ୍ତୁ ସେଗୁଡିକ କଣ

Published: Oct 10, 2021, 6:31 am IST

ନୂଆଦିଲ୍ଲୀ: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଏକ ଟିମ ମଧ୍ୟ ଡେନମାର୍କରୁ ଆସିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଡେନମାର୍କ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଟିମ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଚାରୋଟି ରାଜିନାମା ସ୍ବାକ୍ଷରିତ ହୋଇଛି। ସେଗୁଡିକ ହେଲା

1-ଭୂତଳ ଜଳ ଉତ୍ସ ଏବଂ ଆକ୍ୟୁଫର୍ସ ସ୍ତର ମାପିବା ପାଇଁ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ-ରାଷ୍ଟ୍ରୀୟ ଭୂଭୌତିକୀୟ ଗବେଷଣା ସଂସ୍ଥାନ, ହାଇଦ୍ରାବାଦ, ଆରହସ୍ ବିଶ୍ବବିଦ୍ୟାଳୟ, ଡେନମାର୍କ ଏବଂ ଜିଓଲୋଜିକାଲ ସର୍ଭେ ଅଫ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ର।

2-ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ ଏବଂ ଡାନିଶ ପେଟେଣ୍ଟ ଆଣ୍ଡ ଟ୍ରେଡ୍‌ମାର୍କ ଅଫିସ ମଧ୍ୟରେ ପାରମ୍ପରିକ ଜ୍ଞାନ ଡିଜିଟାଲ ପାଠାଗାର ଗ୍ରହଣୀୟତା ରାଜିନାମା

3-ସମ୍ଭାବ୍ୟ ପ୍ରୟୋଗ ସହିତ ଟ୍ରପିକାଲ ଜଳବାୟୁ ଲାଗି ପ୍ରାକୃତିକ ରେଫ୍ରିଜରେଣ୍ଟ ଦିଗରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଡାନଫୋସ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର

4-ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ଦେଶ୍ୟ ପତ୍ର

ଯେଉଁ ବାଣିଜ୍ୟିକ ବୁଝାମଣା ପତ୍ର ସ୍ବାକ୍ଷିରତ ହୋଇଛି ସେଗୁଡିକ ହେଲା

1- ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜରର ବିକାଶ ଏବଂ ଏହାପରେ ଭାରତରେ ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଏବଂ ନିୟୋଜନ ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଷ୍ଟିସଡେଲ ଫୁଏଲ ପ୍ରଯୁକ୍ତି ମଧ୍ୟରେ ବୁଝାମଣାପତ୍ର

2-ଡେନମାର୍କରେ ଏକ ‘ଦୀର୍ଘସ୍ଥାୟୀ ସମାଧାନ ପାଇଁ ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ଲାଗି ଇନଫୋସିସ୍ ଟେକ୍ନୋଲୋଜି ଏବଂ ଆରହସ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର

3-ସମାଧାନ ଉପରେ ଜ୍ଞାନ-ବିନିମୟକୁ ପ୍ରୋତ୍ସାହନ ଲାଗି ରଣନୈତିକ ସହଯୋଗ ଏବଂ ଅର୍ଥବ୍ୟବସ୍ଥାର ସବୁଜ ରୂପାନ୍ତର ପାଇଁ ଗବେଷଣା ସୁବିଧା ପ୍ରଦାନ ନିମନ୍ତେ ‘ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ’ ଏବଂ ‘ଷ୍ଟେଟ୍ ଅଫ୍ ଗ୍ରୀନ’ ମଧ୍ୟରେ ବୁଝାମଣାପତ୍ର

Related posts