Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଡେନମାର୍କ ସହ ଭାରତ କଲା ସାତୋଟି ବୁଝାମଣା ତଥା ରାଜିନାମା, ଜାଣନ୍ତୁ ସେଗୁଡିକ କଣ
ଅନ୍ତରାଷ୍ଟ୍ରୀୟ

ଡେନମାର୍କ ସହ ଭାରତ କଲା ସାତୋଟି ବୁଝାମଣା ତଥା ରାଜିନାମା, ଜାଣନ୍ତୁ ସେଗୁଡିକ କଣ

October 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡେନମାର୍କ ସହ ଭାରତ କଲା ସାତୋଟି ବୁଝାମଣା ତଥା ରାଜିନାମା, ଜାଣନ୍ତୁ ସେଗୁଡିକ କଣ

ନୂଆଦିଲ୍ଲୀ: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହିତ ଏକ ଟିମ ମଧ୍ୟ ଡେନମାର୍କରୁ ଆସିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଡେନମାର୍କ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଟିମ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଚାରୋଟି ରାଜିନାମା ସ୍ବାକ୍ଷରିତ ହୋଇଛି। ସେଗୁଡିକ ହେଲା

1-ଭୂତଳ ଜଳ ଉତ୍ସ ଏବଂ ଆକ୍ୟୁଫର୍ସ ସ୍ତର ମାପିବା ପାଇଁ ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ-ରାଷ୍ଟ୍ରୀୟ ଭୂଭୌତିକୀୟ ଗବେଷଣା ସଂସ୍ଥାନ, ହାଇଦ୍ରାବାଦ, ଆରହସ୍ ବିଶ୍ବବିଦ୍ୟାଳୟ, ଡେନମାର୍କ ଏବଂ ଜିଓଲୋଜିକାଲ ସର୍ଭେ ଅଫ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ମଧ୍ୟରେ ବୁଝାମଣାପତ୍ର।

2-ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଗବେଷଣା ପରିଷଦ ଏବଂ ଡାନିଶ ପେଟେଣ୍ଟ ଆଣ୍ଡ ଟ୍ରେଡ୍‌ମାର୍କ ଅଫିସ ମଧ୍ୟରେ ପାରମ୍ପରିକ ଜ୍ଞାନ ଡିଜିଟାଲ ପାଠାଗାର ଗ୍ରହଣୀୟତା ରାଜିନାମା

3-ସମ୍ଭାବ୍ୟ ପ୍ରୟୋଗ ସହିତ ଟ୍ରପିକାଲ ଜଳବାୟୁ ଲାଗି ପ୍ରାକୃତିକ ରେଫ୍ରିଜରେଣ୍ଟ ଦିଗରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଡାନଫୋସ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର

4-ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ଦେଶ୍ୟ ପତ୍ର

ଯେଉଁ ବାଣିଜ୍ୟିକ ବୁଝାମଣା ପତ୍ର ସ୍ବାକ୍ଷିରତ ହୋଇଛି ସେଗୁଡିକ ହେଲା

1- ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜରର ବିକାଶ ଏବଂ ଏହାପରେ ଭାରତରେ ହାଇଡ୍ରୋଜେନ ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଏବଂ ନିୟୋଜନ ଉପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏବଂ ଷ୍ଟିସଡେଲ ଫୁଏଲ ପ୍ରଯୁକ୍ତି ମଧ୍ୟରେ ବୁଝାମଣାପତ୍ର

2-ଡେନମାର୍କରେ ଏକ ‘ଦୀର୍ଘସ୍ଥାୟୀ ସମାଧାନ ପାଇଁ ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ଲାଗି ଇନଫୋସିସ୍ ଟେକ୍ନୋଲୋଜି ଏବଂ ଆରହସ ବିଶ୍ବବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର

3-ସମାଧାନ ଉପରେ ଜ୍ଞାନ-ବିନିମୟକୁ ପ୍ରୋତ୍ସାହନ ଲାଗି ରଣନୈତିକ ସହଯୋଗ ଏବଂ ଅର୍ଥବ୍ୟବସ୍ଥାର ସବୁଜ ରୂପାନ୍ତର ପାଇଁ ଗବେଷଣା ସୁବିଧା ପ୍ରଦାନ ନିମନ୍ତେ ‘ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ’ ଏବଂ ‘ଷ୍ଟେଟ୍ ଅଫ୍ ଗ୍ରୀନ’ ମଧ୍ୟରେ ବୁଝାମଣାପତ୍ର

Denmark ଡେନମାର୍କ ବୁଝାମଣା
Share. Facebook Twitter LinkedIn Email WhatsApp Copy Link

Related Posts

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲା ପାଇଁ ୨ଟି ରେଳଲାଇନ ପ୍ରଶସ୍ତିକରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

July 15, 2026

ବିପଦରେ ଦେଶର ପରମାଣୁ ସୁରକ୍ଷା!: ଲିକ୍ ହେଲା ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ରରୁ ତଥ୍ୟ

July 15, 2026

ଏବେ ୟୁକେରେ ଏହି ଫସଲକୁ ଟିକସମୁକ୍ତ ବିକ୍ରୟ କରିପାରିବେ ଚାଷୀ: ଜାଣନ୍ତୁ ତାଲିକା

July 15, 2026
Latest News

ସେମିକନ୍ ୨.୦କୁ କ୍ୟାବିନେଟ୍ ଅନୁମୋଦନ

July 16, 2026

ବଲାଙ୍ଗିର ଅମୃତ ଭାରତ ଷ୍ଟେସନ: ପରିବର୍ତ୍ତନର ଏକ ନୂତନ ଯାତ୍ରା, ଆଧୁନିକତା ଓ ଐତିହ୍ୟର ସମନ୍ୱୟ

July 16, 2026

ମୋବାଇଲ୍ ଫୋନ୍ ନିର୍ମାଣ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

July 16, 2026

ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲର ଶୁଭ ଉନ୍ମୋଚନ

July 16, 2026

ଶିକ୍ଷକ ନିଯୁକ୍ତିରେ ବିଳମ୍ବକୁ ନେଇ ସରକାରଙ୍କୁ ଘେରିଲା ସମନ୍ୱୟ ସମିତି

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.