Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

October 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଭାରତ ହେଉଛି ବୁଦ୍ଧ ଚେତନାର କେନ୍ଦ୍ରବିନ୍ଦୁ। ଆଜି କୁଶୀନଗର ଆନ୍ତର୍ଜାତିକ ବିମାନବନ୍ଦରର ଉଦ୍‌ଘାଟନ ସେମାନଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ସଦୃଶ। ଏହି ଅଞ୍ଚଳ ଭଗବାନ ବୁଦ୍ଧଙ୍କ ଦିବ୍ୟଜ୍ଞାନ ପ୍ରାପ୍ତିଠାରୁ ଆରମ୍ଭ କରି ମହାପରିନିର୍ବାଣ ସହ ଓତଃପ୍ରୋତଃ ଜଡିତ। ଆଜିଠାରୁ ଏହି ଅଞ୍ଚଳ ବିଶ୍ୱର ଅନ୍ୟାନ୍ୟ ସ୍ଥାନ ସହ ସିଧାସଳଖ ସଂଯୋଗ ହେଉଛି।

ଭଗବାନ ବୁଦ୍ଧଙ୍କ ସହ ଯୋଡି ହୋଇଥିବା ସ୍ଥାନଗୁଡିକକୁ ଉନ୍ନତ ସଂଯୋଗ ଓ ଭକ୍ତମାନଙ୍କୁ ସୁବିଧାସୁଯୋଗ ଉପଲବ୍ଧ କରାଇ ସେ ସବୁର ବିକାଶ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କୁଶୀନଗରରେ ଅବତରଣ କରିଥିବା ଶ୍ରୀଲଙ୍କା ପ୍ରତିନିଧିମାନଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ ଜଣାଇଥିଲେ। ଆଜି ମହର୍ଷି ବାଲ୍ମୀକୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ଦେଶ ସବ୍‌କା ସାଥ୍ ସବ୍‌କା ପ୍ରୟାସକୁ ଆଧାର କରି ସବ୍‌କା ବିକାଶ ପଥରେ ଆଗେଇ ଚାଲିଛି ବୋଲି କହିଥିଲେ। “କୁଶୀନଗରର ବିକାଶ ଉଭୟ ଉତ୍ତରପ୍ରଦେଶ ଓ କେନ୍ଦ୍ରର ଅଗ୍ରାଧିକାର ବୋଲି ସେ କହିଛନ୍ତି।

ସେ ବିଶ୍ୱାସ ହେଉ ବା ଆମୋଦପ୍ରମୋଦ, ପର୍ଯ୍ୟଟନ ନିମନ୍ତେ ନିର୍ମଳ ପରିବେଶ ସହ ରେଳ, ସଡକ, ବିମାନପଥ, ଜଳପଥ, ହୋଟେଲ, ହସ୍‌ପିଟାଲ, ଇଣ୍ଟରନେଟ ସଂଯୋଗ, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଉନ୍ନତ ଭିତ୍ତିଭୂମି ଆବଶ୍ୟକ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। “ଏହି ସମସ୍ତ କ୍ଷେତ୍ର ପରସ୍ପର ସହ ଯୋଡି ହୋଇଥିବାରୁ ସବୁଗୁଡିକର ଏକକାଳୀନ ବିକାଶ ଅପରିହାର୍ଯ୍ୟ। ଆଜିର ଏକବିଂଶ ଶତାବ୍ଦୀର ଭାରତବର୍ଷ ଏହାକୁ ପାଥେୟ କରି ଚାଲିଛି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ୯୦୦ ନୂତନ ବିମାନପଥ ଉଡାନ ଯୋଜନା ଅଧୀନରେ ଅନୁମୋଦିତ ହୋଇଛି ଓ ସେଥିରୁ ୩୫୦ରୁ ଅଧିକ ପଥରେ ବିମାନ ସେବା ଆରମ୍ଭ ହୋଇସାରିଛି। ଆଗରୁ ବିମାନ ସେବା ଦେଇ ନ ଥିବା ୫୦ରୁ ଅଧିକ ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯାଇଛି।

ଉତ୍ତରପ୍ରଦେଶର ବିମାନ ଉଡାଣ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବିମାନ ସଂଯୋଗ ନିରବଚ୍ଛିନ୍ନଭାବେ ବୃଦ୍ଧି ପାଉଛି। କୁଶୀନଗର ବିମାନବନ୍ଦର ପୂର୍ବରୁ ଉତ୍ତରପ୍ରଦେଶରେ ଆଠଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ଲକ୍ଷ୍ନୌ, ବାରଣାସୀ ଓ କୁଶୀନଗର ପରେ ଦେୱର ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟ ଏବେ ଚାଲୁରହିଛି। ଏହାଛଡା ଅଯୋଧ୍ୟା, ଆଲିଗଡ, ଆଜମଗଡ,ଚିତ୍ରକୂଟ, ମୋରାଦାବାଦ ଏବଂ ଶ୍ରାବସ୍ତୀରେ ବିମାନ ବନ୍ଦର ପ୍ରକଳ୍ପ କାର‌୍ୟ୍ୟ ଆଗେଇ ଚାଲିଛି।

ନିକଟରେ ଏୟାର ଇଣ୍ଡିଆ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଉଡାଣ କ୍ଷେତ୍ରରେ ବୃତ୍ତିଗତ ଓ ସୁରକ୍ଷାଗତ ଉନ୍ନତି ଘଟିବ। “ଏହି ପଦକ୍ଷେପ ଦେଶର ଉଡାଣ କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବ। ସେହିପରି ଆଉ ଏକ ପଦକ୍ଷେପ ହେଉଛି ପ୍ରତିରକ୍ଷା ମହାକାଶକୁ ବେସାମରିକ ଉଦ୍ଦେଶ୍ୟରେ ପ୍ରୟୋଗ” ବୋଲି ସେ କହିଛନ୍ତି। ଏହି ପଦକ୍ଷେପ ଯୋଗୁଁ ବିଭିନ୍ନ ସ୍ଥାନ ମଧ୍ୟରେ ନଭମଣ୍ଡଳୀୟ ଦୂରତା ହ୍ରାସ ପାଇବ। କୃଷିରୁ ସ୍ୱାସ୍ଥ୍ୟ ଓ ବିପର‌୍ୟ୍ୟୟ ପରିଚାଳନାଠାରୁ ପ୍ରତିରକ୍ଷା ପର‌୍ୟ୍ୟନ୍ତ ନିକଟରେ ଆରମ୍ଭ କରାଯାଇଥିବା ଡ୍ରୋନ ନୀତି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନିକଟରେ ଆରମ୍ଭ କରାଯାଇଥିବା ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସଡକ, ରେଳ, ବିମାନ ଇତ୍ୟାଦି ସମସ୍ତ ପ୍ରକାର ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକକୁ ଆରକର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026
Latest News

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.