Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଲେ ବିଜେଡିର ଦୁଇ ନେତ୍ରୀ, କହିଲେ ଏମିତି କଥା
ବିଶେଷ ଖବର

ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଲେ ବିଜେଡିର ଦୁଇ ନେତ୍ରୀ, କହିଲେ ଏମିତି କଥା

October 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଲେ ବିଜେଡିର ଦୁଇ ନେତ୍ରୀ, କହିଲେ ଏମିତି କଥା

ଭୁବନେଶ୍ୱର : ଓଡିଶା ବିଜେପିର ମହିଳା ମୋର୍ଚ୍ଚା ଆଜି ତାହାର ଘେରାଉ ସମୟରେ ମିଥ୍ୟା ଓ ଭିତ୍ତିହୀନ ବିବୃତି ଦେଇ ସମସ୍ତ ଲଜ୍ଜାକୁ ଅତିକ୍ରମ କରି ଅତି ନିମ୍ନ ସ୍ତରକୁ ଖସି ଆସିଛି । ଏଭଳି ଭାବେ ନିମ୍ନ ସ୍ତରକୁ ଯିବା ସମ୍ପୂର୍ଣ୍ଣ ନୂଆ ଯାହାକି ଶସ୍ତା ରାଜନୀତି ପାଇଁ ପୂର୍ବରୁ ଖେଳା ଯାଇଥିବା ସମସ୍ତ ଲଜ୍ଜାଜନକ ରାଜନୀତି ଠାରୁ ମଧ୍ୟ କମ୍ ଅଟେ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଏଲିନା ଦାସ ଓ ସୁଶ୍ରୀ ଇପ୍ସିତା ସାହୁ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାକୁ କଡା ଜବାବ ଦେଇ ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ଯେ ଓଡିଶା ବିଜେପିର ମହିଳା ମୋର୍ଚ୍ଚା ବେଶ୍ ଭଲ ଭାବେ ଜାଣିଛି ଯେ ମମିତା ମେହେର ମାମଲାରେ ଗୋଟିଏ ଏଫଆଇଆର ରୁଜୁ ହୋଇଥିବାରୁ ସମାନ ମାମଲାରେ ଆଉ ଗୋଟିଏ ଏଫଆଇଆର ହୋଇପାରିବ ନାହିଁ ।

ଏହା ଜାଣି ମଧ୍ୟ ସେମାନେ ଗତକାଲି ଭୁବନେଶ୍ୱରର କ୍ୟାପିଟାଲ ଥାନାକୁ ଆସି ଆଉ ଗୋଟିଏ ଏଫ୍‌ଆଇଆର ଦେଇଛନ୍ତି । ଏଥିରୁ ଜଣାପଡୁଛି ଯେ କିଏ କେତେ ଅଧିକ ଟିଭିରେ ମୁହଁ ଦେଖାଇବ ସେଥିପାଇଁ ବିଜେପି ନେତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବାରୁ ସେମାନେ ଏଭଳି ନିମ୍ନ ରୁଚିର କାର୍ଯ୍ୟ କରୁଛନ୍ତି ।

ଅନୁରୂପ ଭାବେ ଏହି ଘଟଣାରେ ବିଜେପି ନେତାମାନେ ଅତି ତଳ ସ୍ତରର ରାଜନୀତି କରି କଳାହାଣ୍ଡି ଜିଲ୍ଲାର ଶିକ୍ଷାନୁଷ୍ଠାନରେ ଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ସାରା ଓଡିଶା ଏପରିକି ସାରା ଭାରତ ଜାଣିଛି ଯେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ଆସାମ ଭଳି ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସର୍ବାଧିକ ରହିଛି । ପ୍ରତି ମାସରେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହେଉଥିବା ଜଘନ୍ୟ ଅପରାଧ ମାମଲା ସଂଖ୍ୟା ବଢି ବଢି ଚାଲିଛି ଏବଂ ସଂଖ୍ୟାଧିକ ମାମଲାରେ ବିଜେପି ନେତାମାନେ ଜଡିତ ।

ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବିଭିନ୍ନ ମାମଲାରେ ଓଡିଶା ବିଜେପି ପୂର୍ବରୁ ଅଦାଲତର ଦ୍ୱାରସ୍ଥ ହୋଇଛି ଏବଂ ସବୁ ଘଟଣାରେ ମାନ୍ୟବର ଅଦାଲତ ସେମାନଙ୍କ ଆବେଦନକୁ ଗ୍ରହଣ କରିନାହାନ୍ତି । ସତ କ’ଣ ଜାଣିବା ସତ୍ତ୍ୱେ ଓଡିଶା ବିଜେପି ଶସ୍ତା ରାଜନୀତି କରିବାକୁ ଚେଷ୍ଟା କରିଥାଏ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ।

କଳାହାଣ୍ଡିର ଜନସାଧାରଣ ଏବଂ ଓଡିଶାବାସୀ ଓଡିଶା ବିଜେପି ମହିଳା ମୋର୍ଚ୍ଚାର ମିଥ୍ୟା ଓ ଭିତ୍ତିହୀନ ଆଚରଣକୁ ଦେଖିୁଛନ୍ତି ଏବଂ ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସେମାନେ ଯେଉଁ ନିମ୍ନ ରୁଚିର ରାଜନୀତି କରୁଛନ୍ତି ସେଥିପାଇଁ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ପ୍ରବକ୍ତା ଶ୍ରୀମତୀ ଦାସ ଓ ସୁଶ୍ରୀ ସାହୁ କହିଛନ୍ତି ।

ଇପ୍ସିତା ସାହୁ ଏଲିନା ଦାସ ବିଜେପି ମହିଳା ମୋର୍ଚ୍ଚା
Share. Facebook Twitter LinkedIn Email WhatsApp Copy Link

Related Posts

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026

ଏବେ UPI ପାଇଁ ସରକାରଙ୍କ ଦୁଇଟି ଫର୍ମୁଲା: ପ୍ରଭାବିତ ହେବେ କି ଗ୍ରାହକ?

August 13, 2026
Latest News

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026

“ଗଞ୍ଜା କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.