Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶୁଭାରମ୍ଭ କଲେ “ସମ୍ଭବ”-୨୦୨୧, ଯୋଗଦେବେ ଦେଢ ଲକ୍ଷ ଛାତ୍ରଛାତ୍ରୀ
ଜାତୀୟ ଖବର

କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶୁଭାରମ୍ଭ କଲେ “ସମ୍ଭବ”-୨୦୨୧, ଯୋଗଦେବେ ଦେଢ ଲକ୍ଷ ଛାତ୍ରଛାତ୍ରୀ

October 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ରାଷ୍ଟ୍ରୀୟ ସଚେତନତା କାର‌୍ୟ୍ୟକ୍ରମ- “ସମ୍ଭବ”-୨୦୨୧ ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ- “ସମ୍ଭବ”-୨୦୨୧ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ପକ୍ଷରୁ ଏହି କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେଶର ଆର୍ଥିକ ବିକାଶ କ୍ଷେତ୍ରରେ ଉଦ୍ୟମିତାକୁ ବଢାଇବାରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି । ସେ ଜୋର ଦେଇ କହିଛନ୍ତି ଯେ ନୂତନ ଉଦ୍ୟମୀମାନଙ୍କ ଦ୍ୱାରା କରାଯାଇଥିବା ନୂଆ ଉତ୍ପାଦ ଏବଂ ସେବା ସମ୍ବନ୍ଧିତ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇବ । ଏହି ଅବସରରେ ମନ୍ତ୍ରୀଙ୍କ ସହ ରାଜ୍ୟମନ୍ତ୍ରୀ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଏବଂ ଏମ୍‌ଏସ୍‌ଏମ୍‌ଇର ସଚିବ ଶ୍ରୀ ବି.ବି. ସେନ୍ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଭାନୁପ୍ରତାପ ସିଂ ବର୍ମା ଜିଡିପିରେ ଏମ୍‌ଏସ୍‌ଏମ୍‌ଇର ଯୋଗଦାନ ବର୍ତ୍ତମାନର ୩୦ ପ୍ରତିଶତରୁ ବୃଦ୍ଧି ଘଟି ୫୦ ପ୍ରତିଶତ କରିବା ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧୧କୋଟି ନିଯୁକ୍ତି ସୁଯୋଗ ବଢାଇ ୧୫କୋଟି କରିବା ଉପରେ ଜୋର ଦେଇଛନ୍ତି । ସେ ବିଶ୍ୱାସର ସହ କହିଛନ୍ତି ଯେ ଭବିଷ୍ୟତରେ ଭାରତ ବିଶ୍ୱର ଶୀର୍ଷ ଅର୍ଥବ୍ୟବସ୍ଥା ଥିବା ଦେଶ ମଧ୍ୟରେ ରହିବ।

ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଅନ୍ତର୍ଗତ ବହୁ ସଂଖ୍ୟାରେ ଲୋକମାନଙ୍କ ନିକଟକୁ ପହଞ୍ଚାଇବାରେ ଏହି କାର୍ଯ୍ୟକ୍ରମ ଏକ ମାସ ବ୍ୟାପି ଚାଲିବ । ଏଥିରେ ମନ୍ତ୍ରଣାଳୟର ୧୩୦ କ୍ଷେତ୍ରୀୟ କାର‌୍ୟ୍ୟାଳୟ ଦେଶର ସମସ୍ତ ସ୍ଥାନର ବିଭିନ୍ନ ମହାବିଦ୍ୟାଳୟ ଏବଂ ଆଇଟିଆଇର ଛାତ୍ରଛାତ୍ରୀମାନଙ୍କୁ ଉଦ୍ୟମିତା ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ । ଏହି ଅଭିଯାନ ଅନ୍ତର୍ଗତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅଡିଓ ଏବଂ ଭିଡିଓ ଫିଲ୍ମ ଦେଖାଇ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦିଆଯିବ ।

ଏହା ବ୍ୟତୀତ ସମଗ୍ର ଦେଶରେ ୧,୩୦୦ରୁ ଅଧିକ ମହାବିଦ୍ୟାଳୟରେ ସଚେତନତା କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ୧,୫୦,୦୦୦ ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଆଶା କରାଯାଉଛି ।

ଏମ୍‌ଏସ୍‌ଏମ୍‌ଇ ନାରାୟଣ ରାଣେ
Share. Facebook Twitter LinkedIn Email WhatsApp Copy Link

Related Posts

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

ଚିନି ରପ୍ତାନି ଉପରେ ନିଷେଧାଜ୍ଞା ଜାରି କଲେ କେନ୍ଦ୍ର ସରକାର

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.