Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମମିତା ହତ୍ୟା ଘଟଣାରେ କହିଲେ ଏମିତି କଥା
ବିଶେଷ ଖବର

ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମମିତା ହତ୍ୟା ଘଟଣାରେ କହିଲେ ଏମିତି କଥା

October 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବହୁ ଦିନର ନିରବତା ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ ପ୍ରେସ ବିବୃତି ଦେଇ ସେ କହିଛନ୍ତି ଯେ, ମମିତା ଘଟଣାରେ ମୁଁ ବହୁତ ଦୁଃଖିତ। ତାଙ୍କ ପରିବାରକୁ ନ୍ୟାୟ ମିଳୁ ଏହା ମଧ୍ୟ ମୋର ଦାବୀ। ଯେ ଦୋଷୀ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ କହିଛନ୍ତି।

ତେବେ ତାଙ୍କର ଏହି ଘଟଣାରେ ସଂପୃକ୍ତି ନେଇ ସେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତିଯେ, ମୋ ବିରୋଧରେ ବିରୋଧୀ ଦଳ ପାଖରେ ଯଦି କିଛି ପ୍ରମାଣ ଅଛି ତେବେ ପୋଲିସକୁ ଦିଅନ୍ତୁ। ମମିତା ହତ୍ୟାକାଣ୍ଡରେ ମୋର କୌଣସି ସଂପର୍କ ନାହିଁ। ଯଦି କେହି ଏହାର ପ୍ରମାଣ ଦେବ ତେବେ ମନ୍ତ୍ରୀ ପଦରୁ ନୁହେଁ ରାଜନୀତିରୁ ମଧ୍ୟ ସନ୍ନାସ ନେବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ମୋତେ ଏହି ଘଟଣାରେ ସଂପୃକ୍ତି ରହିଛି ବୋଲି କହିଆସୁଛନ୍ତି। ହେଲେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଜଣେ ସ୍ଥାନୀୟ ବିଧାୟକ ଭାବେ ମୁଁ କୌଣସି ଅନୁଷ୍ଠାନରେ ଯୋଗ ଦେବା କଣ ମୋର ଭୁଲ ବୋଲି କହିଛନ୍ତି ଦିବ୍ୟଶଙ୍କର। ଯଦି ଯୋଗ ଦେବା ପରେ ସେଠାରେ କିଛି ଅଘଟଣ ଘଟେ ତେବେ ମୋର ଭୁଲ କେଉଁଠି ରହିଲା ବୋଲି ଦିବ୍ୟଶଙ୍କର ପ୍ରଶ୍ନ କରିଛନ୍ତି।

ଏଥିସହିତ ଦିବ୍ୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ମୁଁ ବାୟୁ ସେନାରେ କାମ କରୁଥିଲି। ମୋର ଧର୍ମ ହେଲା ଅନ୍ୟକୁ ସାହାଯ୍ୟ କରିବା। ସେହି ଆଦର୍ଶରେ ମୁଁ ରାଜନୀତିରେ କାର୍ଯ୍ୟ କରୁଛି। ହେଲେ ବିରୋଧୀ ଦଳ ଏବଂ କେତେକ ଗଣମାଧ୍ୟମ ବିନା କୌଣସି ପ୍ରମାଣରେ ମୋତେ ଅପରାଧୀ ସଜାଇ ଦେଲେଣି। ଏହା ଠିକ ନୁହେଁ ବୋଲି ଦିବ୍ୟଶଙ୍କର କହିଛନ୍ତି।

ବର୍ତ୍ତମାନ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ରହିଛିବୋଲି ବିରୋଧୀ ଦାବୀ କରିଆସୁଛନ୍ତି। ତାଙ୍କର ଇସ୍ତଫା ଦାବୀ କରି ବିରୋଧୀଦଳ ସାରା ରାଜ୍ୟରେ ଆନ୍ଦୋଳନ କରିବାରେ ଲାଗିଛନ୍ତି। ହେଲେ ବିରେୋଧୀଙ୍କ ଏହି ବିରୋଧରେ ମନ୍ତ୍ରୀ ଦିବ୍ୟଶଙ୍କର ଦୀର୍ଘଦିନ ଧରି ଚୁପ ରହିବା ପରେ ଏବେ ସେ ସ୍ପଷ୍ଟି କରଣ ଦେଇଛନ୍ତି।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026
Latest News

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.