Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୈନିକ ଜିମ୍ କଲେ ହୁଅନ୍ତି କି ହୃଦଘାତର ଶିକାର?: ଜାଣନ୍ତୁ କ’ଣ କୁହନ୍ତି ଦେଶର ସର୍ବୋତ୍ତମ ହୃଦ୍‌ରୋଗ ସର୍ଜନ
ବିଶେଷ ଖବର

ଦୈନିକ ଜିମ୍ କଲେ ହୁଅନ୍ତି କି ହୃଦଘାତର ଶିକାର?: ଜାଣନ୍ତୁ କ’ଣ କୁହନ୍ତି ଦେଶର ସର୍ବୋତ୍ତମ ହୃଦ୍‌ରୋଗ ସର୍ଜନ

October 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସ୍ୱାସ୍ଥ୍ୟ ଟିପ୍ସ: କନ୍ନଡ ଚଳଚ୍ଚିତ୍ରର ସୁପରଷ୍ଟାର ତଥା ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ହୃଦୟକୁ ଛୁଇଁଥିବା ପୂନୀତ ରାଜକୁମାର ଶୁକ୍ରବାର ଦିନ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ସେ ମାତ୍ର ୪୬ ବର୍ଷ ବୟସରେ ଦୁନିଆରୂ ବିଦାୟ ନେଇଛନ୍ତି। ୪୬ ବର୍ଷ ବୟସରେ ଜଣେ ଫିଟ୍ ବ୍ୟକ୍ତି କିପରି ହୃଦଘାତ ଭଳି ରୋଗରେ ମୃତ୍ୟୁବରଣ କରିପାରିବ, ଏହା ସମସ୍ତଙ୍କୁ ଚକିତ କରିଛି। ଏହାପୂର୍ବରୁ ହୃଦଘାତ ଯୋଗୁଁ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା। ଲୋକମାନେ ଭାବୁଛନ୍ତି ଯେ, ଯଦି ଜଣେ ଫିଟ୍ ବ୍ୟକ୍ତି ଏତେ କମ ବୟସରେ ଦୁନିଆ ଛାଡି ପାରିବେ, ତେବେ ଯେଉଁମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ନୁହଁନ୍ତି କିମ୍ବା କୌଣସି ଶାରୀରିକ ବ୍ୟାୟାମ କରନ୍ତି ନାହିଁ ସେମାନଙ୍କ ସହିତ କ’ଣ ହେବ?

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏସୀୟ ହାର୍ଟ ଇନଷ୍ଟିଚ୍ୟୁଟର ଭିସି ତଥା ଏମଡି ଡକ୍ଟର ରମାକାନ୍ତ ପଣ୍ଡା କହିଛନ୍ତି ଯେ, ୨୦ ରୁ ୨୫ ବର୍ଷ ପୂର୍ବେ, ୩୦ ବର୍ଷ ଏବଂ ତାହାଠାରୁ କମ ବର୍ଷ ଲୋକଙ୍କ ମଧ୍ୟରେ ହୃଦଘାତର ବିରଳ ଘଟଣା ଘଟୁଥଲା। କିନ୍ତୁ ବର୍ତ୍ତମାନ ପ୍ରତି ସପ୍ତାହରେ ଏଭଳି ମାମଲା ସାମ୍ନାକୁ ଆସୁଛି। ଭାରତର ବେଷ୍ଟ ହାର୍ଟ ସର୍ଜନ ତଥା ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଡକ୍ଟର ପଣ୍ଡା କହିଛନ୍ତି ଯେ, ବ୍ୟାୟାମ ଆମ ଶରୀର ଉପରେ ଉଭୟ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। କିନ୍ତୁ ଆପଣ ବ୍ୟାୟାମ କିପରି କରୁଛନ୍ତି ତାହା ଉପରେ ଏହା ନିର୍ଭର କରେ। ଏହି କାରଣରୁ ଯୁବକମାନଙ୍କଠାରେ ହୃଦଘାତର ସମସ୍ୟା ମଧ୍ୟ ବଢିବାରେ ଲାଗିଛି।

ଶାରୀରିକ ବ୍ୟାୟାମ ସମୟରେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ:

ଶରୀରରେ ମଧ୍ୟମ ସ୍ତରର ବ୍ୟାୟାମ ଆବଶ୍ୟକ ବୋଲି ଡକ୍ଟର ପଣ୍ଡା ଦର୍ଶାଇଛନ୍ତି। ନିମ୍ନ ସ୍ତର କିମ୍ବା ଉଚ୍ଚ ସ୍ତରର ଶାରୀରିକ କାର୍ଯ୍ୟକଳାପ ପ୍ରତିକୂଳ ପ୍ରଭାବ ପକାଇପାରେ, ଯେଉଁଥିରେ ହୃଦଘାତ ଭଳି ରୋଗ ଅଧିକ ଘଟୁଛି।

କିପରି ସଠିକ୍ ବ୍ୟାୟାମ କରିବେ?:

– ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ୱାର୍ମ ଅପ କରନ୍ତୁ।

– ୨୦-୩୦ ମିନିଟ୍ ବ୍ୟାୟାମ କରନ୍ତୁ।

– ଶରୀରକୁ ୫ ରୁ ୧୦ ମିନିଟ୍ ରିଲାକ୍ସ କରନ୍ତୁ

ଡକ୍ଟର ପଣ୍ଡା ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଶରୀର କିପରି କାର୍ଯ୍ୟ କରୁଛି ତାହା ଉପରେ ନଜର ରଖିବା ଉଚିତ୍। ଛାତିର ବାମ ପାର୍ଶ୍ୱରେ ଯଦି ଯନ୍ତ୍ରଣା ଅନୁଭବ ହୁଏ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହୁଏ, ତେବେ ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ।

କନ୍ନଡ ଚଳଚ୍ଚିତ୍ର ସିଦ୍ଧାର୍ଥ ଶୁକ୍ଲା ସୁପରଷ୍ଟାର ହୃଦଘାତରେ ମୃତ୍ୟୁ ହୃଦ୍‌ରୋଗ ସର୍ଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଜାରି: ବାତିଲ୍ ହେଲା ଏହି ସବୁ ଟ୍ରେନ

June 28, 2026

Mann Ki Baat 135: ଏଥର ଦେଶର ବିମାନ ସେବା ଓ ସାମରିକ ଶକ୍ତିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

June 28, 2026

“ଇନ୍ଦିରା ଗାନ୍ଧୀଙ୍କ ପରେ, କେବଳ ମୋଦୀ…”: ପିତା ପ୍ରଣବ ମୁଖାର୍ଜୀଙ୍କ କଥା ମନେ ପକାଇଲେ ଝିଅ ଶର୍ମିଷ୍ଠା

June 28, 2026

ଗତ ତିନି ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହେଲା କେତେ ଭାରତୀୟ ଜାହାଜ?: ଜାଣନ୍ତୁ ସଂଖ୍ୟା

June 28, 2026
Latest News

ବିଶ୍ୱକପରୁ ଭାରତ ବିଦା, ଅଷ୍ଟ୍ରେଲିଆଠାରୁ ୬ ଉଇକେଟରେ ପରାଜୟ

June 29, 2026

ଗାଧୋଉଥିବାବେଳେ ଜଣେ ଛାତ୍ର ମୃତ, ୨ ନିଖୋଜ

June 28, 2026

ଅଧିନାୟକ ନାହିଁ ତ ଦଳରେ ରହିବାର ନାହିଁ: MI କୁ ଅଲଟିମେଟମ୍ ଦେଲେ କି ସୂର୍ଯ୍ୟକୁମାର

June 28, 2026

ମାଲକାନଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ

June 28, 2026

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.