Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଟୀକାକରଣ କରି ଦେଶର ନାଗରିକଙ୍କୁ ଦୁଇ ଭାଗ କଲେ ସରକାର, ମୌଳିକ ଅଧିକାର କ୍ଷୁର୍ଣ୍ଣ; ହାଇକୋର୍ଟ
ଜାତୀୟ ଖବର

ଟୀକାକରଣ କରି ଦେଶର ନାଗରିକଙ୍କୁ ଦୁଇ ଭାଗ କଲେ ସରକାର, ମୌଳିକ ଅଧିକାର କ୍ଷୁର୍ଣ୍ଣ; ହାଇକୋର୍ଟ

November 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟୀକାକରଣ କରି ଦେଶର ନାଗରିକଙ୍କୁ ଦୁଇ ଭାଗ କଲେ ସରକାର, ମୌଳିକ ଅଧିକାର କ୍ଷୁର୍ଣ୍ଣ; ହାଇକୋର୍ଟ

ନୂଆଦିଲ୍ଲୀ : ଗତକାଲି କେରଳ ହାଇକୋର୍ଟ ଦେଶରେ ଟୀକାରଣ ନେଇ ଏକ ମାମଲାର ଶୁଣାଣି କରି ଏକ ନୂଆ ମତ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, କେନ୍ଦ୍ର ସରକାର କୋଭିଡ19 ଟୀକାକରଣ କରି ଦେଶର ନାଗରିକଙ୍କୁ ଦୁଇ ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ବର୍ଗରେ ନାଗରିକ, ଯେଉଁମାନେ କୋଭାକ୍ସିନ୍ ଟିକା ନେଇଛନ୍ତି ସେମାନଙ୍କର ବିଦେଶକୁ ଯିବା ପ୍ରତିବନ୍ଧକ ଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ନାଗରିକମାନେ ଅଛନ୍ତି, ଯେଉଁମାନେ କୋଭିସିଲ୍ଡ ଟିକା ଗ୍ରହଣ କରିଛନ୍ତି ଏବଂ ସେମାନେ ଯେ କୈଣସି ସ୍ଥାନକୁ ଯାଇପାରିବେ।

କୋର୍ଟ କହିଛନ୍ତି ଯେ କେନ୍ଦ୍ରର ଏହି ପଦକ୍ଷେପ ଆବେଦନକାରୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛି। ଜଷ୍ଟିସ୍ ପିଭି ଉନିକ୍ରିଷ୍ଣନ୍ କହିଛନ୍ତି ଯେ, ଆନ୍ତର୍ଜାତୀୟ ସ୍ତରର ସ୍ୱୀକୃତିପ୍ରାପ୍ତ ଟୀକାକରଣର କରାଯିବା ଉଚିତ। ଫଳରେ କାମ କରିବାକୁ ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରହିପାରିବ।

ସାଉଦି ଆରବରେ ଫିଟର ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ବିଦେଶ ଯିବାକୁ ଚାହୁଥିଲେ ମଧ୍ୟ ସେ ଯାଇପାରୁ ନ ଥିଲେ। କାରଣ ହେଲା ସେ କୋଭାକ୍ସିନର ଦୁଇଟି ଡୋଜ୍ ନେଇଛନ୍ତି ଯାହା ଗଲ୍ଫ ଦେଶରେ ସ୍ୱୀକୃତିପ୍ରାପ୍ତ କିମ୍ବା ଅନୁମୋଦିତ ନୁହେଁ। ଏହା ଦ୍ବାରା ସେ ନିଜର ରୋଜଗାର କରିବାରେ ଅସମର୍ଥ ହୋଇଛନ୍ତି ବୋଲି ଆବେଦନ କରିଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଏଭଳି ଏକ ମାମଲା ବିଚାରାଧୀନ ଅଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ହେବ ବୋଲି କହିଥିଲେ। ତେବେ ଏହାର ନିଷ୍ପତି କରି କେନ୍ଦ୍ର କୋର୍ଟଙ୍କୁ ଅବଗତ କରାନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଏପରିକି କୋର୍ଟ କହିଛନ୍ତି ଯେ ଯଦି ଏହି ନିଷ୍ପତ୍ତି ନେବାକୁ କେନ୍ଦ୍ର ଅଧିକ ସମୟ ନେବାକୁ ଚାହୁଁଛି, ତେବେ ବିଦେଶରେ କାର୍ଯ୍ୟ କରିବା ସମୟରେ ଆବେଦନକାରୀ ବିଦେଶରେ ଯେତିକି ଦରମା ପାଉଛନ୍ତି ତାଙ୍କୁ ସେତିକି ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି କହିଛନ୍ତି ଯେ ଏ କ୍ଷେତ୍ରରେ କୋର୍ଟ କେବଳ ଦର୍ଶକଙ୍କ ପରି ଚୁପଚାପ୍ ବସିପାରିବେ ନାହିଁ। ଏହାର ପରବର୍ତ୍ତି ଶୁଣାଣି ଆସନ୍ତାକାଲି କରାଯିବ।

corona vaccine କରୋନା ଟିକା
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.