Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କୃଷି ଭବନଠାରେ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଉଦଘାଟିତ
ବିଶେଷ ଖବର

କୃଷି ଭବନଠାରେ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଉଦଘାଟିତ

November 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ଭବନଠାରେ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଙ୍ଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୁଭ ଉଦ୍‌ଘାଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ସଚିବ ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଟ ତଥା କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ଼. ଏମ୍‌. ମୁଥୁକୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ମହାସଂଘର ସମସ୍ତ ସଭ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳମୟ ବ୍ୟବସାୟିକ ଭବିଷ୍ୟତ କାମନା କରିବା ସହ ଏଭଳି ଏକ ପ୍ରୟାସ ପାଇଁ ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ
ଜଣାଇଥିଲେ ।

ଏହି ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଓଡିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତି ବିଭାଗର ମିଳିତ ପ୍ରୟାସରେ ପ୍ରାରମ୍ଭ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ କୃଷି ଭବନରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ସମୂହ ତଥା ଆଗନ୍ତୁକମାନଙ୍କୁ ପୁଷ୍ଟିଶସ୍ୟରେ ପ୍ରସ୍ତୁତ ନାନାଦି ଖାଦ୍ୟ ଦ୍ରବ୍ୟ ବିକ୍ରି କରିବା ସହ ପୁଷ୍ଟିଶସ୍ୟର ଉପକାରିତା ବିଷୟରେ ଅବଗତ କରାଇବା । ଏହି ବିକ୍ରୟ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଧେଶକ (ଓଡିଶା ମିଲେଟ୍ସ ମିଶନ), ଶ୍ରୀ ହୀରଞ୍ଜନ ମହନ୍ତ, ଓଡିଶା ମିଲେଟ୍ସ ମିଶନର ଯୋଜନା ଅଧିକାରୀ ଶ୍ରୀମତୀ କଳ୍ପନା ପ୍ରଧାନ, ରାଜ୍ୟ ସଂଯୋଜକ ସୁଶ୍ରୀ ଅସୀମା ଚୌଧୁରୀ, ଜିଲ୍ଲା ସଂଯୋଜକ ମିଶନ ଶକ୍ତି ଏବଂ ଅନ୍ୟ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ ।

ପୁନଶ୍ଚ କୃଷି ଭବନଠାରେ ମନ୍ତ୍ରୀ ଡ. ସାହୁ ଏକ କାଫେଟାରିଆର ଶୁଭ ଉଦ୍‌ଘାଟନ କରିଛନ୍ତି। ବାର୍ଷିକ ଟେଣ୍ଡର ମାଧ୍ୟମରେ ଜୟକମଳ କ୍ୟାଟେରିଂ ସର୍ଭିସ୍‌ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି କାଫେଟାରିଆ କୃଷି ଭବନ କର୍ମଚାରୀ ତଥା ଏଠାରେ ଅନୁଷ୍ଠିତ ଅନେକ ସଭାସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବ। ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିବେଶରେ ସୁଲଭ ଦରରେ ଏହି କାଫେଟାରିଆ ଖାଦ୍ୟ ଯୋଗାଇଦେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକାଶ କରିଛନ୍ତି।

କୃଷି ଭବନ ଡ. ଅରୁଣ କୁମାର ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026
Latest News

ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

July 17, 2026

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.