Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋବିନ୍ଦଙ୍କ ଅଟକ ନେଇ ଦୁଇ ଜିଲ୍ଲାର ପୋଲିସ୍ ଏସ୍‌ପି,ରାଜ୍ୟ ପୋଲିସ୍ ମୁଖ୍ୟ ଅବଗତ ଥିଲେ; କଂଗ୍ରେସ
ବିଶେଷ ଖବର

ଗୋବିନ୍ଦଙ୍କ ଅଟକ ନେଇ ଦୁଇ ଜିଲ୍ଲାର ପୋଲିସ୍ ଏସ୍‌ପି,ରାଜ୍ୟ ପୋଲିସ୍ ମୁଖ୍ୟ ଅବଗତ ଥିଲେ; କଂଗ୍ରେସ

November 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋବିନ୍ଦଙ୍କ ଅଟକ ନେଇ ଦୁଇ ଜିଲ୍ଲାର ପୋଲିସ୍ ଏସ୍‌ପି,ରାଜ୍ୟ ପୋଲିସ୍ ମୁଖ୍ୟ ଅବଗତ ଥିଲେ; କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଏବଂ ବରିଷ୍ଠ ପୋଲିସ୍ ଅଫିସରଙ୍କ ସଲାସୁତରାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିବା ସହିତ ଘଟଣା ଘଟିବାର ପ୍ରଥମ ଦିନରୁହିଁ ପୋଲିସ ନିଷ୍କ୍ରିୟତା ଜଳ ଜଳ ହୋଇ ଦେଖାଯାଉଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶିକ୍ଷୟିତ୍ରୀ ମମିତା ନିଖୋଜ ହେବା ପରଠାରୁ ପୋଲିସ୍ ପୀଡ଼ିତାଙ୍କ ପରିବାରର ନିଖୋଜ ସୂଚନା ଆଧାରରେ କେ ନୂଆଗାଁ ଏବଂ ସିନ୍ଧେକାଲା ପୋଲିସ୍ ଯେଭଳି ପଦକ୍ଷେପ ନେବା କଥା ତାହା ନେଇନଥିବା ସ୍ଥଳେ ଏତଲା ଦାୟର ସମୟରେ ପୋଲିସ ସର୍କୁଲାର ଅର୍ଡର ୩୪୩ / ୨୦୧୩କୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଛି । ମହିଳାଙ୍କ ବିରୋଧରେ ହେଉଥିବା ଅଭିଯୋଗ ସଂପୃକ୍ତ ମହିଳା କିମ୍ବା ତାଙ୍କ ପରିବାର ରାଜ୍ୟର ଯେକୌଣସି ଥାନାରେ ଅଭିଯୋଗ କରିପାରିବେ ଏବଂ ସଂପୃକ୍ତ ଥାନାଅଧିକାରୀ ଉକ୍ତ ଏତଲାକୁ ପଞ୍ଜିକରଣ କରିବା ସହିତ ଯେଉଁ ଥାନା ଅଂଚଳରେ ଘଟଣା ଘଟିଛି ସେହି ଥାନାକୁ ସ୍ଥାନାନ୍ତର କରିବେ ।

ଏହି ଘଟଣାରେ ସଂପୃକ୍ତ ଦୁଇଥାନା ଏହି ପରିବାରର ମୌଖିକ ସୂଚନାକୁ ଆମ ଥାନା ଅଂଚଳର ନୁହେଁ କହି ଏଡ଼ାଇ ଦେଇଥିଲେ । ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ୧୩ ତାରିଖରେ ଏଫଆଇଆର ପଂଜିକରଣ ପରେ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପୋଲିସ୍ ଅଟକ ରଖିଥିଲା । ଲିଡିଂ ଟୁ ଡିସ୍କଭରି କୁ ଆଭଏଡ କରିବା ଅର୍ଥାତ ଅପରାଧିକୁ ଆଇନର ଫାଙ୍କ ଦେଇ ଖସିବା ପାଇଁ ସୁଯୋଗଦେବା ଅର୍ଥାତ ଅପରାଧିକୁ ଖସାଇବା ପାଇଁ ସରକାରୀ ବ୍ୟବସ୍ଥା କରି ପୋଲିସ ୧୭ ତାରିଖରେ ଗୋବିନ୍ଦ ଖସିଯିବାର ନାଟକ ରଚିଥିଲା ଏବଂ ୧୯ ତାରିଖରେ ମମିତାଙ୍କ ମୃତଦେହ ମିଳିବାପରେ ପୁଣିଥରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଆରେଷ୍ଟ କରିଥିଲା ।

ଏହି ସମସ୍ତ ଘଟଣା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ପୋଲିସ୍ ମୁଖ୍ୟ ଏବଂ ଡିଆଇଜି (ତଦନ୍ତକାରୀ ଅଫିସର) ଏବଂ ଦୁଇ ଜିଲ୍ଲାର ଏସ୍‌ପି ଅପରାଧି ମୁହଁରେ ଯେଭଳି ଗୃହମନ୍ତ୍ରୀଙ୍କ ସଂପୃକ୍ତିର ବୟାନ ନଆସେ ସେଥିପାଇଁ ଏଭଳି ଖସେଇବାର ନାଟକ କରିଛନ୍ତି ବୋଲି ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ତଦନ୍ତର ସ୍ୱଚ୍ଛତା ପାଇଁ ଗୃହରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସାମନାକୁ ଆସି ତାଙ୍କ କ୍ୟାବିନେଟ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କରୁ ବହିସ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଶୁଭ୍ରଶ୍ରୀ ପଣ୍ଡା, ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Congress ମମିତା ମେହେର
Share. Facebook Twitter LinkedIn Email WhatsApp Copy Link

Related Posts

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ଦ ଗ୍ଲୋବାଲ କ୍ରାଉନ୍ ୨୦୨୬ ର ଦ୍ଵିତୀୟ ରନର୍ସ ଅପ୍ ବିଜୟିନୀ ମୁକୁଟ ପିନ୍ଧିଲେ କ୍ଷୀରାବ୍ଦୀ ପଟ୍ଟନାୟକ

October 13, 2026
Latest News

୬୨ତମ ଆଇଏଚଜିଏଫ୍ ଦିଲ୍ଲୀ ଅଟମ୍ ଫେୟାରରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

October 14, 2026

ମୁକ୍ତ ବାଣିଜ୍ୟ ରାଜିନାମା ମାଧ୍ୟମରେ ବିଶ୍ୱ ବଜାରରେ ସୁଯୋଗ ଖୋଜୁଛି ଓଡ଼ିଶା

October 14, 2026

ଅକ୍ଟୋବର ୧୪ ତାରିଖ ରାଶିଫଳ: ଆପଣ ଜାଣନ୍ତୁ ଆଜିର ଭାଗ୍ୟ ଓ ଭବିଷ୍ୟତ

October 14, 2026

ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

October 13, 2026

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଫୋକସ୍‌ରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.