Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମାନବ ସମ୍ବଳ ପରିଚାଳନାରେ ୫-ଟି ନିତୀ, ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସ୍ବୁକ୍ ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ
ବିଶେଷ ଖବର

ମାନବ ସମ୍ବଳ ପରିଚାଳନାରେ ୫-ଟି ନିତୀ, ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସ୍ବୁକ୍ ଅପ୍ଡେଟ୍ କରିବାକୁ ନିର୍ଦ୍ଦେଶ

November 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି ପ୍ରୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ର ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇ-ସର୍ଭିସ୍ବୁକ୍ ସରକାରୀ କର୍ମଚାରୀ ମାନଙ୍କ ଉତ୍ତମ ପରିଚାଳନାରେ ବହୁ ଭାବେ ସହାୟକ ହେବା ସହ ଅବସର ନେଉଥିବା କର୍ମଚାରୀମାନଙ୍କର ପେନ୍ସନ୍ ସମ୍ବନ୍ଧିତ ଦେୟ ପ୍ରଦାନକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ। ଏହା ଉଭୟ କର୍ମଚାରୀ ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ବୃତ୍ତିଗତ କରିବ।

ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ନିଜ ନିଜ ବିଭାଗ କର୍ମଚାରୀ ମାନଙ୍କର ଇ-ସର୍ଭିସ୍ବୁକ୍ କାର୍ଯ୍ୟର ସଦ୍ୟତନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହା ନହେଲେ ଡିସେମ୍ବର ମାସଠାରୁ ସଂପୃକ୍ତ କର୍ମଚାରୀ ଏବଂ ବିଭାଗୀୟ ନୋଡାଲ୍ ଅଧିକାରୀଙ୍କ ଦରମା ମିଳିବାରେ ବାଧା ସୃଷ୍ଟିହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୁର୍ତ୍ତ , କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଅବକାରୀ, ଶିଳ୍ପ, ପର୍ଯ୍ୟଟନ, ଗୃହ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଇସ୍ପାତ୍ ଓ ଖଣି, ନଗର ଓ ଗୃହ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଶ୍ରମ ଓ ନିୟୋଜନ ଆଦି ବିଭାଗର ପ୍ରାୟ ୯୫ ପ୍ରତିଶତ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ ସଦ୍ୟତନ କରାସରିଛି। ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରଖ, ଝାରସୁଗୁଡ଼ା, କୋରାପୁଟ, ମାଲ୍କାନାଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରାୟ ୯୨ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ବିଭାଗ ଏବଂ ଜିଲ୍ଲାମାନେ ହାରାହାରି ୭୦ ପ୍ରତିଶତ କାର୍ଯ୍ୟଶେଷ କରିଛନ୍ତି।

ବୈଠକରେ ମୁଖ୍ୟତଃ ଇ-ସର୍ଭିସ୍ବୁକ୍ ସଫଟ୍ଓୟାର ର କାର୍ଯ୍ୟକାରିତା, ସେଥିରେ ତଥ୍ୟ ସନ୍ନିବେଶ କରିବା, ଡାଟା ଏଣ୍ଟ୍ରି କାର୍ଯ୍ୟ ଆଦି ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା। ବିଭିନ୍ନ ଜିଲ୍ଲା ଏବଂ ବିଭାଗର ନୋଡାଲ୍ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ଓ ସମସ୍ୟା ବିଷୟ ଜଣାଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ସେବୁର ଆଶୁ ସମାଧାନ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026

ବିଜେପିରେ ସାମିଲ ହେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟ

May 26, 2026

କେନ୍ଦ୍ରମନ୍ତ୍ରୀ ଗଡକରିଙ୍କୁ ସାକ୍ଷାତ କରି ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ ତ୍ବରାନିତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 26, 2026
Latest News

ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ପାକିସ୍ତାନ ଏବଂ ଚୀନ୍: ମିଳିତ ବିବୃତ୍ତିରେ ଉଲ୍ଲେଖ କଲେ କାଶ୍ମୀର ପ୍ରସଙ୍ଗ

May 26, 2026

୫ ଟଙ୍କାରେ ମିଳିବ ମାଛ ଭାତ: ଏହି ରାଜ୍ୟରେ ଖୋଲିବ ୪୦୦ ସ୍ୱତନ୍ତ୍ର କ୍ୟାଣ୍ଟିନ୍

May 26, 2026

କର୍ଣ୍ଣାଟକରେ ପରିବର୍ତ୍ତନ ହେବ ନାହିଁ ମୁଖ୍ୟମନ୍ତ୍ରୀ: କଳ୍ପନାଜଳ୍ପନାକୁ ଖାରଜ କଲା କଂଗ୍ରେସ

May 26, 2026

କ୍ୱାଡ୍ ବୈଠକରେ ବେଜିଂ ଅସନ୍ତୁଷ୍ଟ: ଜାଣନ୍ତୁ କ’ଣ କହିଲା ଚୀନ୍ ବୈଦେଶିକ ମନ୍ତ୍ରଣାଳୟ?

May 26, 2026

ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ସ୍ଥାନଗୁଡ଼ିକରେ ଆଉ ମିଳିବ ନାହିଁ ମଦ

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.