Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ କ୍ୟାବିନେଟରେ ୨୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆସିଲା ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧
ବିଶେଷ ଖବର

ରାଜ୍ୟ କ୍ୟାବିନେଟରେ ୨୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆସିଲା ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧

November 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ କ୍ୟାବିନେଟରେ ୨୪ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆସିଲା ଓଡ଼ିଶା ଇଲେକ୍ଟ୍ରୋନିକ୍ସ ପଲିସି ୨୦୨୧

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରେ ରହିଛି ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଇଲୋଟ୍ରୋନିକ୍ସ ପଲିସି ୨୦୨୧ । ରାଜ୍ୟରେ ଇଲୋଟ୍ରୋନିକ୍ସ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ପଲିସି ଆଣିଛନ୍ତି।

କ୍ୟାବିନେଟରେ ନୂଆ ମେଗା ଜଳସେଚନ ପ୍ରକଳ୍ପକୁ ମଂଜୁରୀ ମିଳିଛି। ତାହା ହେଲା ସୁକତେଲ ନଦୀରେ ଉପରେ ବ୍ୟାରେଜ ନିର୍ମାଣକୁ ମଞ୍ଜୁରୀ । ସେହିଭଳି ପାର୍ବତୀଗିରି ମେଗା ଉଠାଜଳସେଚନା ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିରେ ଆସନ୍ତା ୫ ବର୍ଷ ପାଇଁ ୧୦ ୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଞ୍ଜୁର ହୋଇଛି । ଏହାଦ୍ୱାରା ପ୍ରାୟ ୨ଲକ୍ଷ ୬୩ ହଜାର ୮ଶହ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ।

ସେହିପରି ଆସନ୍ତା ୫ ବର୍ଷରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୪୮୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । କ୍ରୀଡ଼ାବିତ ଓ ପାରା କ୍ରୀଡ଼ାବିତଙ୍କୁ ମଧ୍ୟ ସମାନ ସରକାରୀ ଚାକିରି ମିଳିବ । ତେବେ କେଉଁ ପଦକ ଜିତିଲେ କେଉଁ ଚାକିରି ପାଇବେ ସେ ନେଇ ଏକ ନୂଆ ନିୟମାବାଳୀ ପ୍ରସ୍ତୁତ କରାଯାଇଛି। ଏହାକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠର ପରିଚାଳନାକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ଦେବା ପାଇଁ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମନ୍ଦିର କାର୍ଯ୍ୟର ଉତ୍ତମ ଓ ସଠିକ୍ ପରିଚାଳନା ହେବା ସହ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ ।

କ୍ୟାବିନେଟ ରାଜ୍ୟ କ୍ୟାବିନେଟ ରାଜ୍ୟ କ୍ୟାବିନେଟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଚଳଚ୍ଚିତ୍ର “ପରୀ”ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି

January 20, 2026

ଭୁବନେଶ୍ବର ଏକ ନମ୍ବର ହାଟରେ ପୁଣି ଲାଗିଲା ନିଆଁ, ବହୁ ଦୋକାନ ପୋଡି ଛାରଖାର, କମିଶନରଙ୍କ ଅନୁଧ୍ୟାନ

January 20, 2026

ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କିଏ, ଜାଣନ୍ତୁ ସେ କିପରି ହେଲେ ସଂଗଠନର ଶ୍ରେଷ୍ଠ ପସନ୍ଦ?

January 20, 2026

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ପବିତ୍ର ବୌଦ୍ଧ ଅବଶେଷ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପ୍ରଦର୍ଶିତ

January 20, 2026
Latest News

ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅସମ୍ମାନ?: ଅଭିଭାଷଣ ପାଇଁ ମନା କଲେ ରାଜ୍ୟପାଳ 

January 20, 2026

ଓଡିଆ ଚଳଚ୍ଚିତ୍ର “ପରୀ”ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି

January 20, 2026

ଭୁବନେଶ୍ବର ଏକ ନମ୍ବର ହାଟରେ ପୁଣି ଲାଗିଲା ନିଆଁ, ବହୁ ଦୋକାନ ପୋଡି ଛାରଖାର, କମିଶନରଙ୍କ ଅନୁଧ୍ୟାନ

January 20, 2026

ବିଜେପିର ନୂତନ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କିଏ, ଜାଣନ୍ତୁ ସେ କିପରି ହେଲେ ସଂଗଠନର ଶ୍ରେଷ୍ଠ ପସନ୍ଦ?

January 20, 2026

ଚଳିତ ବର୍ଷ ଅବସର ନେଇପାରନ୍ତି ଏହି ୫ ଭାରତୀୟ କ୍ରିକେଟର: ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବା ଅସମ୍ଭବ

January 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.