Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ କହିବା ପଡିଲା ମହଙ୍ଗା, ଭିଡିଓ ହଟାଇବାକୁ ନ୍ୟୁଜ ଚ୍ୟାନେଲକୁ ନିର୍ଦ୍ଦେଶ
ଜାତୀୟ ଖବର

ଚାଷୀ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ କହିବା ପଡିଲା ମହଙ୍ଗା, ଭିଡିଓ ହଟାଇବାକୁ ନ୍ୟୁଜ ଚ୍ୟାନେଲକୁ ନିର୍ଦ୍ଦେଶ

November 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ କହିବା ପଡିଲା ମହଙ୍ଗା, ଭିଡିଓ ହଟାଇବାକୁ ନ୍ୟୁଜ ଚ୍ୟାନେଲକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଖଲିସ୍ଥାନୀ କହି ସମାଲୋଚନା କରିଥିବା ନ୍ୟୁଜ ଚ୍ୟାନେଲକୁ ଏବେ ମହଙ୍ଗା ପଡିଛି। କାରଣ ହେଲା ଏହା ଜର୍ଣ୍ଣାଲିଜିମ ଏଥିକ୍ସ ଉଲ୍ଲଘଂନ କରିଛି ବୋଲି କହିଛି ଏନବିଡିଏସଏ । NBDSA ସଂସ୍ଥା ହେଉଛି ନ୍ୟୁଜ୍ ବ୍ରୋଡକାଷ୍ଟିଂ ଏବଂ ଡିଜିଟାଲ୍ ଷ୍ଟାଣ୍ଡାର୍ଡ ଅଥରିଟି।

ଯେଉଁ ଚ୍ୟାନେଲ ଏହି ନ୍ୟୁଜ ପ୍ରସାରଣ କରିଛି ସେ ହେଉଛି Zee News। ଖଲିସ୍ତାନ ସହି ଏହି ଚ୍ୟାନେଲ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ଜାତୀୟ ପତାକା ହଟାଯାଇଛି ବୋଲି ଏକ ଭିଡିଓ ପ୍ରସାରଣ କରିଥିଲା। ଯାହା ଭୁଲ ଭିଡିଓ ଥିଲା ବୋଲି NBDSA କହଛି। ଏହି ଦୁଇଟି ଭିଡିଓ ତୁରନ୍ତ ହଟାଅ ବୋଲି ଏନବିଡିଏସଏ ଏକ ନିର୍ଦ୍ଦେଶ ଜାରୀ କରିଛି।

NBDSA ର ସଭାପତି ଅବସରପ୍ରାପ୍ତ ବିଚାରପତି, ଜଷ୍ଟିସ୍ ଏ.କେ ସିକ୍ରିଙ୍କ ଦସ୍ତଖତରେ ଏହି ନୋଟିସ ଜୀ ମିଡିଆ କରପୋରେସନକୁ ପଠାଯାଇଛି। ଏଥିରେ କୁହାଯାଇଛି ଯେ, ଆବେଦନକାରୀ ଇନ୍ଦ୍ରଜିତ୍ ଘୋରପେଡ ଜାନୁଆରୀ 19, 20 ଏବଂ 26 ରେ ଜୀ ନ୍ୟୁଜରେ ପ୍ରସାରିତ ଦୁଇଟି ଭିଡିଓ ପ୍ରମାଣ ସ୍ବରୂପ ଦାଖଲ କରିଛନ୍ତି।

ଅଭିଯୋଗକାରୀ କହିଛନ୍ତି ଯେ, ଏହି ଭିଡିଓରେ କୋଡ ଅଫ ଏଥିକ୍ସର ଆଠଟି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରାଯାଇଛି। ଏଥିରେ ଲୋକଙ୍କ ଭୟଭିତ କରାଇବା, ଉତ୍ତେଜନା ସୃଷ୍ଟି କରାଇବା, ନିର୍ଦ୍ଦିଷ୍ଠ ସଂସ୍ଥାକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବା ପରି ରିପୋର୍ଟିଂ କରାଯାଇଛି। ଘୋରପେଡ ତାଙ୍କ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କେତେକ ଭିଡିଓ ବ୍ୟବହାର କରାଯାଇଥିଲା, ଯାହା ଚାଷୀଙ୍କ ଆନ୍ଦୋଳନ ସହିତ କୌଣସି ପ୍ରକାରରେ ଜଡିତ ନ ଥିଲା।

ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଜୀ ନ୍ୟୁଜ୍ କାର୍ଯ୍ୟକ୍ରମର ହେଡଲାଇନଗୁଡିକ ଥିଲା ‘ଗଣତନ୍ତ୍ର ଦିବସରେ ଗୃହଯୁଦ୍ଧ’, ‘ଗଣତନ୍ତ୍ର ବିରୁଦ୍ଧରେ ଯୁଦ୍ଧର ଷଡଯନ୍ତ୍ର’, ‘ବିରୋଧର ଛାୟା’ ଏବଂ ‘କୃଷକ ଆଡାମାମେଣ୍ଟ’ ଏକ ରକ୍ତାକ୍ତ ଯୁଦ୍ଧ ନିଷ୍ପତ୍ତି ‘। ଯାହା ଏକ ଦାୟିତ୍ବବାନ ଗଣମାଧ୍ୟମର କର୍ତ୍ତବ୍ୟ ନୁହେଁ ବୋଲି ସେ କହିଛନ୍ତି।

ସେହିପରି Times Now ଚ୍ୟାନେଲକୁ ମଧ୍ୟ ଏକ ନୋଟିସ ଜାର କରାଯାଇଛି। ଏଥିରେ ଦିଲ୍ଲୀ ଦଙ୍ଗା ବେଳେ ଏହି ଚ୍ୟାନେଲ କେତେକ ଭୁଲ ଭିଡିଓ ପ୍ରସାରଣ କରିଥିଲା। ଯାହା କୋଡ ଅଫ ଏଥିକ୍ସ ଉଲ୍ଲଘଂନ କରୁଛି। ସେହି ଭିଡିଓକୁ ମଧ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ଅଭିଯୋଗ ପରେ ଜୀ ନ୍ୟୁଜ ସେହି ଭିଡିଓ ହଟାଇବାକୁ ପଦକ୍ଷେପ ନେଇଥିବାର ଜଣାପଡିଛି।

Zee News ଜୀ ନ୍ୟୁଜ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.