ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳିନ ଅଧିବେସନ। ଏହି ଅଧିବେସନର ଅବଧୀ ସ୍ବଳ୍ପ ହେଲେ ପ୍ରସଂଗ ରହିଛି ଅନେକ। ଏତେ ପ୍ରସଂଗକୁ ବିଧାନସଭାରେ ସମୟ ନାହିଁ। ମୁଖ୍ୟତଃ ଏଥର ମମିତା ମେହେର ହତ୍ୟାକାଣ୍ଡ ବିରୋଧୀଙ୍କ ମୁଖ୍ୟ ପ୍ରସଂଗ ହେବ। ଏ ନେଇ ଗୃହ ବେଶ ସରଗରମ ହେବ ବୋଲି ସ୍ପଷ୍ଟ ହୋଇଛି। ଏଥିସହିତ ମାହାଙ୍ଗା ଡବଲ ମର୍ଡର ଘଟଣା ମଧ୍ୟ ବିରୋଧୀ ପ୍ରସଂଗ କରିବେ।
ଏଥର ବିଧାନସଭା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି। ଏଥିରେ ବାଚସ୍ପତି ବିଧାୟକମାନେ ଗୃହରେ ହୋହଲ୍ଲା କରିବାକୁ ବାରଣ କରିଛନ୍ତି। ତେବେ ଏହା କେତେଦୂର ପାଳନ ହେବ ତାହା ଜଣାପଡିବ।
ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥା
ଏଥର ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କାରଣ ଅଣ୍ଡା ଫିଙ୍ଗିବା, ବିଧାନସଭା ଆଗରେ ଆତ୍ମହୁତି ଦେବ, ଆନ୍ଦୋଳନ ଆଦି କାର୍ଯ୍ୟର ସମ୍ଭାବନା ଅଛି। ସେଥିପାଇଁ ସୁରକ୍ଷା ଦାୟିତ୍ବରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ୬ ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଇନ୍ସପେକ୍ଟର୍, ୬୨ଜଣ ଏସ୍ଆଇ ଓ ଏଏସ୍ଆଇ ନିୟୋଜିତ ରହିବେ। ଏସ୍ଓଜିର ଦୁଇ ୟୁନିଟ୍ ସ୍ବତନ୍ତ୍ର ତାଲିମପ୍ରାପ୍ତ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ମୁତୟନ ରହିବେ।
ସିସିଟିଭି କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ରବୀନ୍ଦ୍ର ମଣ୍ଡପ ଏବଂ ଗାନ୍ଧୀ ମାର୍ଗରେ ଦୁଇଟି କଣ୍ଟ୍ରୋଲ ରୁମ୍ ରହିବ । ଗାନ୍ଧୀମାର୍ଗରେ ଉଭୟ ଧାରଣାସ୍ଥଳ ଓ ବିଧାନସଭାର ଚାରିପାଖ ସିସିଟିଭି ଅନ୍ତର୍ଭୁକ୍ତ ରହିବ । ସେହିପରି ଟ୍ରାଫିକ୍ ପରିଚାଳନା ପାଇଁ ୧ ପ୍ଲାଟୁନ୍ ଫୋର୍ସ ନିୟୋଜିତ ରହିବେ। ଏହାବାଦ୍ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫ୍-ଟପ୍ ସିକ୍ୟୁରିଟି, ସାର୍ପ ସୁଟର୍ମାନଙ୍କ ମଧ୍ୟ ମୁତୟନ କରାଯିବ ।
ଭୁବନେଶ୍ବରର ଗାଡି ଚଳାଚଳରେ ହେବ ପରିବର୍ତ୍ତନ