Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷରେ ଓଡିଶା ରାଜନୀତି ମଇଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ପ୍ରଧାନ
ବିଶେଷ ଖବର

ଶେଷରେ ଓଡିଶା ରାଜନୀତି ମଇଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ପ୍ରଧାନ

December 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷରେ ଓଡିଶା ରାଜନୀତି ମଇଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ପ୍ରଧାନ

ଭୁବନେଶ୍ବର: ବିଭିନ୍ନ ନିର୍ବାଚନ ଆଉ ଉପନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ବ ହାରିବା ପରେ ବର୍ତ୍ତମାନ ତାଙ୍କ ଧର୍ମପତ୍ନୀ ରାଜନୈତିକ ମଇଦାନକୁ ଲମ୍ପ ପ୍ରଦାନ କରିଛନ୍ତି। ଯାହାର ପ୍ରମାଣ ବର୍ତ୍ତମାନ ତାଳଚେର ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାରେ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ କେନ୍ଦ୍ର ସରକାରଙ୍କ ଉଜ୍ଜଳା ଗ୍ୟାସ ବଣ୍ଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ତାଙ୍କର ଏହି ଗସ୍ତକୁ ସଫଳ କରିବା ପାଇଁ ଧର୍ମେନ୍ଦ୍ରଙ୍କ ପୁରା ଟିମ ଲାଗିପଡିଛନ୍ତି।

ମୃଦୁଳାଙ୍କ ପାଇଁ ତାଳଚେର ଅଞ୍ଚଳରେ ବିଭିନ୍ନ ମଞ୍ଚ ବା ସଭାସମିତର ଆୟୋଜନ ହେବାରେ ଲାଗିଛି। ବର୍ତ୍ତମାନ ମୃଦୁଳୁ ନୂଆଦିଲ୍ଲୀରେ କମ ତାଳଚେରରେ ବେଶୀ ସମୟ ଦେବେ ବୋଲି ତାଙ୍କ ନିକଟତମ ମହଲରୁ ପ୍ରକାଶ ପାଇଛି। ମୁଖ୍ୟତଃ ଜଣେ ନାରୀ ଏବଂ ଜଣେ ଟାଣୁଆ ମନ୍ତ୍ରୀଙ୍କ ପତ୍ନୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ବୋହୁ ଭାବେ ତାଙ୍କର ତାଳଚେରରେ ବେଶ ଖାତିର ରହିଛି। ଫଳରେ ତାଙ୍କ ସଭାରେ ଲୋକଙ୍କ ଭିଡ ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି।

କଣ କରନ୍ତି ମୃଦୁଳା ପ୍ରଧାନ, କଣ ତାଙ୍କର ଯୋଗ୍ୟତା

ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ହେଉଛନ୍ତି ହିମାଚଳ ପ୍ରଦେଶର ଝିଅ। ସେ ଜଣେ ଏବିଭିପିର ଟାଣୁଆ କର୍ମି। ସେ ଛାତ୍ରୀ ଜୀବନରେ ଜମ୍ମୁ, ହିମାଚଳ ପ୍ରଦେଶ ଏବଂ ପଂଜାବର ଝିଅମାନଙ୍କୁ ଏବିଭିପିରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିଲେ। ଧର୍ମେନ୍ଦ୍ର ମଧ୍ୟ ଛାତ୍ର ଜୀବନରେ ଏବିଭିପିର ସକ୍ରିୟ ସଦସ୍ୟ ଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଦେଖା ସାକ୍ଷାତ ଭିତରେ ଉଭୟ 1995 ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ମୃଦୁଳା ଏବିଭିପି ପରେ ହିମାଚଳ ପ୍ରଦେଶ ହାଇକୋର୍ଟରେ କିଛି ବର୍ଷ ଓକିଲ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ହେଲେ ବିବାହ ପରେ ସେ ଆଉ ଓକିଲାତି ପେଶା କାର୍ଯ୍ୟ କରିପାରିଲେ ନାହିଁ। ବିବାହ ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲଏମଏମ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ସେ ଜଣେ ଗୃହିଣୀ ଭାବେ ଜୀବନ ଅତିବାହିତ କରୁଛନ୍ତି। ତେବେ ସେ ବିବାହ କରିବା ପରେ ବର୍ତ୍ତମାନ ଓଡିଆ ପରିବାର ଭିତରେ ରହି ଭଲ ଓଡିଆ କହିପାରୁଛନ୍ତି।

ମୃଦୁଳା କଣ ଆଗରୁ ରାଜନୀତି କରୁଥିଲେ ନା ଏବେ ଆରମ୍ଭ କରୁଛନ୍ତି

ବିବାହ ପରେ ମୃଦୁଳା ଏବିଭିପି କିମ୍ବା ରାଜନୀତିରେ ଆଉ ସକ୍ରିୟ ନ ଥିଲେ। ହେଲେ ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ଦିଲ୍ଲୀରେ ତାଙ୍କୁ ବିଭିନ୍ନ ଓଡିଆ ଅନୁଷ୍ଠାନ ତରଫରୁ ସଭାସମିତିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆସିଲା। ଫଳରେ ସେ କେତେକ ଓଡିଆ ଅନୁଷ୍ଠାନରେ ଯୋଗ ଦେବା ସହିତ ରିତିମତ ସେମାନଙ୍କ ସହିତ ସଂପର୍କରେ ରହିଲେ। ଫଳରେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରିବା ପାଇଁ ନୂଆଦିଲ୍ଲୀର ଓଡିଆ ସଂଗଠନକୁ ମୃଦୁଳା ସୁଦୃଢ କରିବାରେ ଲାଗିଲେ।

ଏହିପରି କାର୍ଯ୍ୟ ପରେ ସେ ଗତ ଦିଲ୍ଲୀ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। ଦିଲ୍ଲୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ଓଡିଆ ଭୋଟ ସାଉଁଟିବାରେ ଲାଗିଥିଲେ। ଏପରିକି ଅନେକ ସ୍ଥାନରେ ସେ ଧର୍ମେନ୍ଦ୍ରଙ୍କ ସହିତ ମଧ୍ୟ ପ୍ରଚାରରେ ସାମିଲ କରିଥିଲେ। ଏହିପରି ଭାବେ ସେ ଆକସ୍ମିକ ଭାବେ ରାଜନୀତିରେ ନିଜକୁ ସାମିଲ କରାଇଛନ୍ତି।

ହେଲେ ବର୍ତ୍ତମାନ ତାଳଚେରରେ ସେ କୁଆଡେ ନିଜର ରାଜନୈତିକ କର୍ମଭୂମି କରିବେ ବୋଲି ନିଷ୍ପତି କରିଛନ୍ତି। ଫଳରେ ସେଠାରେ ସେ ଉଜ୍ଜଳା ବଣ୍ଟନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇବାରେ ଲାଗିଛନ୍ତି। ଭବିଷ୍ୟତରେ ସେ ତାଳଚେରରୁ ବିଜେପି ପ୍ରାର୍ଥୀ ହେବେ ବୋଲି ତାଙ୍କର ସମର୍ଥକମାନେ ଆଲୋଚନା କରିବାରେ ଲାଗିଛନ୍ତି। ମୃଦୁଳାଙ୍କ ଏପରି ରାଜନୈତିକ କାର୍ଯ୍ୟକ୍ରମ ଓଡିଶା ବିଜେପିରେ ଏକ ନୂଆ  ସମୀକରଣ ସୃଷ୍ଟି ହେଲାଣି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର ପ୍ରଧାନ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.