Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଐତିହାସିକ ‘ନଦୀବନ୍ଧ ନିରାପତ୍ତା ବିଲ୍‍ ୨୦୧୯’ ରାଜ୍ୟସଭାରେ ଗୃହୀତ, ଜାଣନ୍ତୁ ଏହା କଣ
ଜାତୀୟ ଖବର

ଐତିହାସିକ ‘ନଦୀବନ୍ଧ ନିରାପତ୍ତା ବିଲ୍‍ ୨୦୧୯’ ରାଜ୍ୟସଭାରେ ଗୃହୀତ, ଜାଣନ୍ତୁ ଏହା କଣ

December 2, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଐତିହାସିକ ‘ନଦୀବନ୍ଧ ନିରାପତ୍ତା ବିଲ୍‍ ୨୦୧୯’ ରାଜ୍ୟସଭାରେ ଗୃହୀତ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଐତିହାସିକ ନଦୀବନ୍ଧ ନିରାପତ୍ତା ବିଲ୍‍ (୨୦୧୯) ଗୃହୀତ ହୋଇଛି । ଏହା ଫଳରେ ଦେଶରେ ନଦୀ ସୁରକ୍ଷା ଆଇନ ପ୍ରଣୀତ ହେବା ନିମନ୍ତେ ଥିବା ସମସ୍ତ ପଥ ପରିଷ୍କାର ହୋଇଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ବିଲ୍‍କୁ ଡିସେମ୍ବର ୧, ୨୦୨୧ ତାରିଖ ଦିନ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ । ଲୋକସଭାରେ ନଦୀବନ୍ଧ ନିରାପତ୍ତା ବିଲ୍‍ (୨୦୧୯) ୨୦୧୯ ମସିହା ଅଗଷ୍ଟ ୨ ତାରିଖ ଦିନ ଗୃହୀତ ହୋଇଥିଲା ।

ଚୀନ୍‍ ଏବଂ ଆମେରିକା ପରେ ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ନଦୀବନ୍ଧ ସମ୍ପନ୍ନ ରାଷ୍ଟ୍ର । ଦେଶରେ ପ୍ରାୟ ୫,୭୦୦ ବିରାଟ ନଦୀବନ୍ଧ ରହିଛି ଏବଂ ସେଥିମଧ୍ୟରୁ ୮୦%ରୁ ଅଧିକ ନଦୀବନ୍ଧର ବୟସ ୨୫ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୨୨୭ଟି ନଦୀବନ୍ଧର ବୟସ ୧୦୦ ବର୍ଷରୁ ସୁଦ୍ଧା ଅଧିକ ଏବଂ ସେଗୁଡ଼ିକ ଏଯାବତ୍‍ କାର୍ଯ୍ୟକ୍ଷମ ରହିଆସିଛନ୍ତି । ଯଦ୍ୟପି ଭାରତର ନଦୀବନ୍ଧ ସୁରକ୍ଷା କାର୍ଯ୍ୟକ୍ରମର ମର୍ଯ୍ୟାଦା ବିଶ୍ୱର ଅନ୍ୟ ଯେକୌଣସି ଉନ୍ନତ ରାଷ୍ଟ୍ରଙ୍କ ସହିତ ସମାନ, ତଥାପି ଅପ୍ରତ୍ୟାଶିତ ନଦୀବନ୍ଧ ବିଫଳତା ଏବଂ ସେଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଚିନ୍ତାର ବିଷୟ ପାଲଟିଥିଲା ।

ନଦୀବନ୍ଧ ନିରାପତ୍ତା ବିଲ୍‍ରେ ଦେଶର ବୃହତ୍‍ ନଦୀବନ୍ଧଗୁଡ଼ିକର ଉପରେ ତୀକ୍ଷ୍ଣ ନଜର ରଖିବା, ନିରୀକ୍ଷଣ, ସେଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ବ୍ୟାପକ ପ୍ରାବଧାନ ରହିଛି ଯଦ୍ୱାରା ଯେକୌଣସି ପ୍ରକାର ନଦୀବନ୍ଧ ବିଫଳତା ଓ ତଦ୍‍ଜନିତ ବିପର୍ଯ୍ୟୟକୁ ପ୍ରତିହତ କରାଯାଇପାରିବ । ଏହି ବିଲ୍‍ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆନୁଷ୍ଠାନିକ ବ୍ୟବସ୍ଥା ରହିବ ଯଦ୍ୱାରା ଢ଼ାଂଚାଗତ ଓ ଅଣ-ଢାଂଚାଗତ ବ୍ୟବସ୍ଥା ଯାହାକି ନଦୀବନ୍ଧଗୁଡ଼ିକ ନିରାପଦ ଭାବେ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଆବଶ୍ୟକ ତାହା ସୁନିଶ୍ଚିତ କରାଯାଇପାରିବ ।

ଏହି ବିଲ୍‍ରେ ଥିବା ପ୍ରାବଧାନ ଅନୁସାରେ, ଦେଶରେ ଏକ ରାଷ୍ଟ୍ରୀୟ ନଦୀବନ୍ଧ ନିରାପତ୍ତା କମିଟି (ଏନସିଡିଏସ) ଗଠନ କରାଯିବ ଯାହାକି ନଦୀବନ୍ଧ ନିରାପତ୍ତା ସଂକ୍ରାନ୍ତ ସମାନ ନୀତି, ପ୍ରୋଟୋକଲ ଏବଂ ବିଧିବିଧାନର ବିକାଶ ନିମନ୍ତେ ସହାୟତା ଯୋଗାଇଦେବ । ଏହି ବିଲ୍‍ରେ ଥିବା ବ୍ୟବସ୍ଥା ଅନୁସାରେ ଏକ ରାଷ୍ଟ୍ରୀୟ ନଦୀବନ୍ଧ ନିରାପତ୍ତା ପ୍ରାଧିକରଣ (ଏନଡିଏସଏ) ନାମକ ନିୟନ୍ତ୍ରକ ସଂସ୍ଥା ଗଠନ କରାଯିବ ।

ଏହି ସଂସ୍ଥା ଦେଶବ୍ୟାପୀ ନଦୀବନ୍ଧ ସୁରକ୍ଷା ନୀତି ଓ ମାନ ପ୍ରବର୍ତ୍ତନକୁ ସୁନିଶ୍ଚିତ କରିବ । ରାଜ୍ୟ ସ୍ତରରେ ଏହି ବିଲ୍‍ରେ ଥିବା ବ୍ୟବସ୍ଥା ଅନୁସାରେ ନଦୀବନ୍ଧ ନିରାପତ୍ତା (ଏସସିଡିଏସ) ଉପରେ ଏକ ରାଜ୍ୟସ୍ତରୀୟ କମିଟି ଗଠିତ ହେବ ଏବଂ ରାଜ୍ୟ ନଦୀବନ୍ଧ ନିରାପତ୍ତା ସଂସ୍ଥା (ଏସଡିଏସଓ)ମାନ ମଧ୍ୟ ଗଠନ କରାଯିବ ।

ନଦୀବନ୍ଧ ନିରାପତ୍ତା ବିଲ୍‍ ବ୍ୟାପକ ଭାବେ, ନଦୀବନ୍ଧ ସଂପର୍କୀତ ସମସ୍ତ ପ୍ରକାର ଜଟିଳ ନିରାପତ୍ତା ଆଶଙ୍କା ଯଥା ଜଳବାୟୁ ପରିବର୍ତ୍ତନର ବିପଦ ଯୋଗୁ ସୃଷ୍ଟି ହେବାଭଳି ସମସ୍ୟାକୁ ଦୂର କରିବ । ଏହି ବିଲ୍‍ରେ ନଦୀବନ୍ଧଗୁଡ଼ିକର ନିୟମିତ ଯାଞ୍ଚ ଏବଂ ସେଗୁଡ଼ିକର ବର୍ଗୀକରଣ କରାଯିବାର ପ୍ରାବଧାନ ମଧ୍ୟ ରହିଛି । ସେହିଭଳି ସ୍ୱାଧୀନ ବିଶେଷଜ୍ଞ ପାନେଲ ଦ୍ୱାରା ନଦୀବନ୍ଧଗୁଡ଼ିକର ନିରାପତ୍ତା ସଂକ୍ରାନ୍ତ ପ୍ରସଙ୍ଗମାନଙ୍କର ବ୍ୟାପକ ସମୀକ୍ଷା କରାଯାଇ ତାହା ଉପରେ ଜରୁରି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ନିମନ୍ତେ ବ୍ୟବସ୍ଥା ରହିଛି ।

ସେହିଭଳି ଜରୁରି ବନ୍ୟା ଚେତାବନୀ ବ୍ୟବସ୍ଥା ମଧ୍ୟ କରାଯିବ ଯଦ୍ୱାରା ନଦୀ ଉପତ୍ୟକାର ତଳିଆ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ନିରାପତ୍ତାକୁ ସୁନିଶ୍ଚିତ କରାଯାଇପାରିବ । ଏହି ବିଲ୍‍ ମାଧ୍ୟମରେ ନଦୀବନ୍ଧ ନିୟନ୍ତ୍ରକମାନଙ୍କୁ ଉପଯୁକ୍ତ ସମୟରେ ସେଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇଦେବେ ଯଦ୍ୱାରା ନଦୀବନ୍ଧ ଢାଂଚା ଏବଂ ଏଥି ସହିତ ସଂପର୍କୀତ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇପାରିବ ।

ଏହି ବିଲ୍‍ ନଦୀବନ୍ଧ ନିରାପତ୍ତା ଉପରେ ସାମଗ୍ରିକ ଭାବେ ଦୃଷ୍ଟି ପ୍ରଦାନ କରେ ଏବଂ କେବଳ ଏହାର ଢାଂଚାଗତ ଦିଗ ପ୍ରତି ଦୃଷ୍ଟି ପ୍ରଦାନ କରେନାହିଁ ଅପରନ୍ତୁ ଉପଯୁକ୍ତ ତଥା କଠୋର ଅପରେସନ୍‍ ଏବଂ ମେଣ୍ଟେନାନ୍ସ ପ୍ରୋଟୋକଲ ମାଧ୍ୟମରେ ଏହାର ସକ୍ରିୟ କାର୍ଯ୍ୟକାରୀତା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରେ । ଏହି ବିଲରେ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି ଯାହାକି କୌଣସି ପ୍ରକାର ଅପରାଧ ପାଇଁ ଦଣ୍ଡବିଧାନ କରାଯାଇପାରିବ ଏବଂ ତାହା ପ୍ରଚଳିତ ବ୍ୟବସ୍ଥା ଅନୁସାରେ କାର୍ଯ୍ୟକାରୀ କରାଯିବ ।

ଏହି ବିଲ୍ ଏଥି ନିମନ୍ତେ ଏକ ବ୍ୟାପକ ଆନୁଷ୍ଠାନିକ ଢାଂଚା ସ୍ଥାପନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟସୂଚୀର ବ୍ୟବସ୍ଥା ରହିଛି ଯାହାକି ଉଭୟ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ସହାୟତାରେ ସମ୍ପାଦନ କରାଯିବ । ଏଥିରେ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାଧ୍ୟତାମୂଳକ ଭାବେ ନଦୀବନ୍ଧ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବ୍ୟାପକ ପ୍ରାବଧାନ କରାଯାଇଛି । ଏହି ବିଲ୍‍ ସଂସଦରେ ଗୃହୀତ ହେବା ଦ୍ୱାରା ଦେଶରେ ନଦୀବନଧ ନିରାପତ୍ତା ଏବଂ ଜଳସଂପଦ ପରିଚାଳନା କ୍ଷେତ୍ରରେ ଏକ ନୂତନ ଯୁଗର ଅୟମାରମ୍ଭ ହେଲା ବୋଲି ବିବେଚନା କରାଯାଉଛି ।

ରାଜ୍ୟସଭା
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.