Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ମନଇଚ୍ଛା ଡିଜିଟାଲ ନ୍ୟୁଜ ଚ୍ୟାନେଲ କରିପାରିବେ ନାହିଁ, ଡିସେମ୍ବର 5ରୁ ୟୁଟ୍ୟୁବର ନୂଆ ନିୟମ
ଜାତୀୟ ଖବର

ଏଣିକି ମନଇଚ୍ଛା ଡିଜିଟାଲ ନ୍ୟୁଜ ଚ୍ୟାନେଲ କରିପାରିବେ ନାହିଁ, ଡିସେମ୍ବର 5ରୁ ୟୁଟ୍ୟୁବର ନୂଆ ନିୟମ

December 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିଜିଟାଲ ଚ୍ୟାନେଲ କରୁଥିବା ନ୍ୟୁଜ ସଂସ୍ଥା ପାଇଁ ଆସିଲା ସତର୍କ ସୂଚନା। ଏଣିକି ମନଇଚ୍ଛା ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଖୋଲିପାରିବେ ନାହିଁ। ଯଦି ଖୋଲିବେ ତେବେ ୟୁବ୍ୟୁବ ଏହାକୁ ବନ୍ଦ କରିଦେବ। ଏହିପିର ନୂଆ ନିୟମ ଚଳିତ ଡିସେମ୍ବର 5 ତାରିଖରୁ ଲାଗୁ ହେଉଛି। ଯେଉଁଥିରେ ୟୁଟ୍ୟୁବ କେବଳ ଭାରତୀୟ ନ୍ୟୁଜ ସଂସ୍ଥା ପାଇଁ ଏହି ନିୟମ ଜାରୀ କରିଛି।

ନୂଆ ନିୟମ ଅନୁସାରେ ୟୁଟ୍ୟୁବରେ କେହି ନ୍ୟୁଜ କିମ୍ବା କରେଣ୍ଟ ଆଫାୟର୍ସ କାର୍ଯ୍ୟକ୍ରମ ପ୍ରସାରଣ କରିବ ସେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ପ୍ରଦାନ କରିବ। ସେହି ଅନୁମତି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଆକାଉଣ୍ଟରେ ରହିବ। କିମ୍ବା ୟୁଟ୍ୟୁବ ସଂସ୍ଥାକୁ ଅବଗତ କରାଇବେ।

ଏକ୍ସଚେଞ୍ଜ ଫୋର ମିଡିଆ ରିପୋର୍ଟ ଅନୁସାରେ ୟୁଟ୍ୟୁବ କହିଛି ଯେ, ଭାରତ ସରକାର ଲାଗୁ କରିଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ ରୁଲସ 2021( Intermediary Guidelines and Digital Media Ethics Code Rules, 2021 ) ଅନୁଯାୟୀ ଡିଜିଟାଲ ଚ୍ୟାନେଲ ସଂସ୍ଥା ପଂଜିକରଣ ହେବା ଆବଶ୍ୟକ।

ତେବେ ଯେଉଁମାନଙ୍କର ଟିଭି ଚ୍ୟାନେଲ ଥିବା ସେମାନଙ୍କ ପାଇଁ କୌଣସି ପଂଜିକରଣର ଆବଶ୍ୟକତା ନାହିଁ ବୋଲି ସଂସ୍ଥା କହିଛି। ସେମାନେ ସେମାନଙ୍କର ଡିଜିଟାଲ ଚ୍ୟାନେଲ ୟୁଟ୍ୟୁବରେ ପ୍ରସାର କରିପାରିବେ। ଏପରିକି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ସେମାନେ ତାଙ୍କର କଣ୍ଟେଣ୍ଟ ପ୍ରସାର କରାଇପାରିବେ।

ୟୁଟ୍ୟୁବ ସ୍ପଷ୍ଟ କରିଛି ଯେ, ଭାରତ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡିଛି। ଭାରତରେ ଯେଉଁ ଡିଜିଟାଲ ଚ୍ୟାନେଲ ହେବ ସେମାନେ ସେହି ନିୟମ ଅନୁସାରେ କାର୍ଯ୍ୟ କରିବାକୁ ପଡିବ। ଭାରତରେ ୟୁଟ୍ୟୁବ ଗ୍ରାହାକଙ୍କ ଭଲ କଣ୍ଟେଣ୍ଟ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସଂସ୍ଥା ଏହା ମଧ୍ୟ ସତର୍କ କରାଇଛି ଯେ, ଯେଉଁମାନେ ଏହି ନିୟମକୁ ଖିଲାପ କରିବେ ତେବେ ସେମାନଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଦିଆଯିବ। ନଚେତ ସେମାନଙ୍କ ଚ୍ୟାନେଲକୁ ଆଂଶିକ ପ୍ରତ୍ୟାହାର ମଧ୍ୟ କରାଯାଇପାରିବ। ସେଥିରେ ଯାହା ଭିଜୁୟାଲ ଥିବା ତାହା ଡିଲିଟ ହୋଇଯିବ। ଏହି ନିୟମକୁ ନେଇ ବହୁ ବଡବଡ ଡିଜିଟାଲ ସଂସ୍ଥା ଚିନ୍ତାରେ ପଡିଯାଇଛନ୍ତି।

ନ୍ୟୁଜ ଚ୍ୟାନେଲ ୟୁଟ୍ୟୁବ ୟୁଟ୍ୟୁବ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026
Latest News

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.