Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»CycloneAlert: ବିପଦ ଟଳିଲା, ଦୁର୍ବଳ ହେଲା ସାମ୍ଭବ୍ୟ ବାତ୍ୟା ‘ଜୱାଦ’, ଜାରୀ ରହିବ ପ୍ରବଳ ବର୍ଷା
ବିଶେଷ ଖବର

CycloneAlert: ବିପଦ ଟଳିଲା, ଦୁର୍ବଳ ହେଲା ସାମ୍ଭବ୍ୟ ବାତ୍ୟା ‘ଜୱାଦ’, ଜାରୀ ରହିବ ପ୍ରବଳ ବର୍ଷା

December 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
CycloneAlert: ବିପଦ ଟଳିଲା, ଦୁର୍ବଳ ହେଲା ସାମ୍ଭବ୍ୟ ବାତ୍ୟା 'ଜୱାଦ', ଜାରୀ ରହିବ ପ୍ରବଳ ବର୍ଷା

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ବର୍ତ୍ତମାନ ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି। ଯାହା ଆଶା କରାଯାଉଥିଲା ତାହା ଆଉ ହେବ ନାହିଁ ବୋଲି ଜଣାପଡିଛି। ତେବେ ଏହା ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇଛି। ଧୀରେଧୀରେ ଏହା ସ୍ଥଳ ଭାଗକୁ ମାଡି ଆସୁଛି। ଆସନ୍ତାକାଲି ଏହି ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ‘ଜୱାଦ’ ବର୍ତ୍ତମାନ ବିଶାଖପାଟନାମ୍ ର ଦକ୍ଷିଣପୂର୍ବ ଦିଗରେ 230 କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରରୁ 340 କିଲୋମିଟର, ପୁରୀ ଉପକୂଳରୁ 410 କିଲୋମିଟର ଏବଂ ପାରାଦ୍ବୀପଠାରୁ 490 କିଲୋମିଟର ଦୂରରେ ରହିଛି।

ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଏହା ପୁରୀତଟ ସ୍ଥଳଭାଗରେ ପ୍ରବେଶ କରି ପଶ୍ଚିମ ବଂଗ ଆଡକୁ ଗତି କରିବ। ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇପଡିଥିବା। ଫଳରେ ପବନର ଗତି ହ୍ରାସ ପାଇବ। ହେଲେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବକୁ ଲକ୍ଷ ରଖି ତିନୋଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ ପୁରୀ ଏବଂ ଜଗତସିଂହପୁର। ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି।

ସେହିପରି ଆଠଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଜପତି ଏବଂ ଯାଜପୁର ଜିଲ୍ଲା। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି କନ୍ଧମାଳ, ରାୟଗଡା, କେଉଁଝର ଏବଂ ମୟୁରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି।

cyclone ଜୱାଦ ପ୍ରବଳ ବର୍ଷା ବାତ୍ୟା ବାତ୍ୟା ଜୱାଦ
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.