କଂଗ୍ରେସ ଛାଡିଲେ ପ୍ରଫୁଲ ମାଝୀ, ସେପଟେ ଦଳ କଲା ବହିସ୍କୃତ, ବିଜେଡିରେ ଦେବେ ଯୋଗ

Published: Dec 6, 2021, 3:46 pm IST

ଭୁବନେଶ୍ବର: ଶେଷରେ ସୁନ୍ଦରଗଡ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝୀ କଂଗ୍ରେସ ଛାଡିଛନ୍ତି। ଏହା ଜାଣିବା ପରେ ସେପଟେ ତାଙ୍କୁ ଦଳ ବହିସ୍କାର କରିଛି। ସେ ପୂର୍ବରୁ କଂଗ୍ରେସ ଛାଡିବେ ବୋଲି ଆଶା କରାଯାଉଥିଲା। କାରଣ ତାଙ୍କୁ କଂଗ୍ରେସ ଦଳ ଭିତରେ ଯେପରି ଗୁରୁତ୍ବ ଦେବା କଥା ତାହା ହେଲା ନାହିଁ। ଏହାକୁ ନେଇ ସେ ଅସନ୍ତୁଷ୍ଠ ଥିଲେ।

ପ୍ରଫୁଲ ମାଝି ତିନିଥର ତଲସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥି ଭାବେ ଜିତି ଆସୁଥିଲେ। ହେଲେ ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ। 2006 ମସିହାରେ ତାଙ୍କର ଶଶୁର ଗଜାଧର ମାଝୀଙ୍କ ଦେହାନ୍ତ ପରେ ପ୍ରଫୁଲ ଉପନିର୍ବାଚନରେ ବିଜୟ ହୋଇ ଆସିଥିଲେ। ଏହାପରେ ସେ ଲଗାତର ଦୁଇଥର କଂଗ୍ରେସ ପ୍ରାର୍ଥୀ ଭାବେ ଜିତି ଆସୁଥିଲେ।

ଗତ 2019 ନିର୍ବାଚନରେ ସେ କଂଗ୍ରେସ ପ୍ରତି ଅସନ୍ତୁଷ୍ଠ ଥିଲେ। ସେଥିପାଇଁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ ବୋଲି ସମ୍ଭାବନା ରହିଥିଲା। ହେଲେ ପରବର୍ତ୍ତି ସମୟରେ ତାହା ସଫଳ ହୋଇପାରି ନ ଥିଲା। ଫଳରେ ସେ କଂଗ୍ରେସ ଟିକେଟର ପ୍ରତିଦ୍ବନ୍ଦିତା କରି ହାରିଯାଇଥିଲେ। ଏଥିପାଇଁ କଂଗ୍ରେସ ଦାୟୀ ବୋଲି ସେ ସେତେବେଳେ ଆରୋପ କରିଥିଲେ।

ପ୍ରଫୁଲ ବର୍ତ୍ତମାନ କଂଗ୍ରେସ ଛାଡିବା ପରେ ବିଜେଡିରେ ଯୋଗ ଦେବେ ବୋଲି ନିଶ୍ଚିତ ହୋଇଛି। କାରଣ ସେ ଇତିମଧ୍ୟରେ ବିଜେଡିର ମଙ୍ଗୁଆଳଙ୍କ ସହିତ ଯୋଗାଯୋଗ କରି କଥାବାର୍ତ୍ତା କରି ସାରିଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଚାଲିଥିଲା। ଯାହା ବର୍ତ୍ତମନା ସତ ହେବାକୁ ଯାଉଛି।

ବର୍ତ୍ତମାନ କଂଗ୍ରେସର ଗୋଟିଏ ପରେ ଗୋଟିଏ ଭେଟରାନ ନେତା ଖସିବାରେ ଲାଗିଛନ୍ତି। ନିକଟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେହିପରି ପ୍ରଫଲ ମାଝି ହେଉଛନ୍ତି ଦଳର ଆଉ ଜଣେ ଭେଟରାନ। ହେଲେ ସେ ମଧ୍ୟ ଦଳ ଛାଡି ବିଜେଡି ମୁହାଁ ହୋଇଛନ୍ତି। ଭବିଷ୍ୟତରେ ଆଉ ଡଜେନ ନେତା ମଧ୍ୟ କଂଗ୍ରେସ ଛାଡି ବିଜେଡି ଯିବେ ବୋଲି ଜଣାପଡିଛି।

Related posts