Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସେନା ହେଲିକାପ୍ଟର ଦୁର୍ଘଟଣାରେ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କ ମୃତ୍ୟୁ, ଜାଣନ୍ତୁ କଣ ଥିଲା ପୁରା ଘଟଣା
ଜାତୀୟ ଖବର

ସେନା ହେଲିକାପ୍ଟର ଦୁର୍ଘଟଣାରେ 14 ଜଣଙ୍କ ମଧ୍ୟରୁ 13 ଜଣଙ୍କ ମୃତ୍ୟୁ, ଜାଣନ୍ତୁ କଣ ଥିଲା ପୁରା ଘଟଣା

December 8, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜେନରାଲ ରାୱତକୁ ନେଇ ଯାଉଥିବା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ 13 ଜଣଙ୍କର ମୃତ୍ୟୁ ହୋଇଥିବାର ସ୍ପଷ୍ଟ ହୋଇଛି। ତେବେ ବିପିନ ରାୱାତଙ୍କ ଅବସ୍ଥା ସଂପର୍କରେ ଏ ପର୍ଯ୍ୟନ୍ତ କେହି ସ୍ପଷ୍ଟ କରିନାହାଁନ୍ତି।

ତାମିଲନାଡୁ ନୀଳଗିରି ଜିଲ୍ଲାର କଲେକ୍ଟରଙ୍କ ସୂଚନା ଅନୁସାରେ ଏଥିରେ ଯାତ୍ରା କରୁଥିବା 14 ଜଣଙ୍କ ମଧ୍ୟରୁ 13 ଜଣଙ୍କର ମୃତ୍ୟୁ ହୋଇଛି। 90 ପ୍ରତିଶତ ପୋଡିଯାଇଥିବା ଜଣେ ମାତ୍ର ବଞ୍ଚିଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି। ତେବେ ସେହି ବ୍ୟକ୍ତି କିଏ ସେ ତାହା ସ୍ପଷ୍ଟ ହୋଇ ନାହିଁ। ଜେନରାଲ ରାୱତଙ୍କ ଅବସ୍ଥା ମଧ୍ୟ ଅସ୍ପଷ୍ଟ ରହିଛି।

ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାନେ ମଧ୍ୟ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ ଦଶ ମିନିଟ ରହି ଫେରି ଆସିଥିଲେ।

ଦୁର୍ଘଟଣା ସଂପର୍କରେ କେମିତି ମିଳିଲା ଖବର

ତାମିଲନାଡୁର କୋଏମ୍ବାଟୁର ନିକଟ ସୁଲୁରର ବାୟୁସେନା ଘାଟିରୁ ଆଜି ସକାଳେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଉଦଗାମଣ୍ଡାଲମର ୱେଲିଙ୍ଗଟନ୍ ଅଭିମୁଖେ ଯାଉଥିଲା, ଯାହା ଓଟି ନାମରେ ମଧ୍ୟ ଜଣାଶୁଣା, ଯେଉଁଠାରେ ଏକ ପ୍ରତିରକ୍ଷା ସେବା ଷ୍ଟାଫ୍ କଲେଜ ଅବସ୍ଥିତ। ତାମିଲନାଡୁର ନୀଳଗିରି ପାହାଡରେ ଦିନ ପ୍ରାୟ 12.20 ମିନିଟରେ ବିପିନ ରାୱାତଙ୍କ ଏହି ହେଲିକାପ୍ଟର ଦୁର୍ଘଟଣା ହୋଇ ଭୂମିଷ୍ଠ ହୋଇଥିଲା।

ଏଥିରେ ମୋଟ 14 ଜଣ ଯାତ୍ରୀ ଥିଲେ। ସେଥିମଧ୍ୟରୁ ପାଞ୍ଚ ଜଣ କର୍ମଚାରୀ ଏବଂ ନଅ ଜଣ ଅଫିସର ଥିଲେ। ଜେନରାଲ ରାୱତ ଏହି ବିମାନରେ ଥିବାର ବାୟୁସେନା ସ୍ପଷ୍ଟ କରିଛି। ଏଥିସହିତ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଥିଲେ ବୋଲି ଜଣାପଡିଛି।

ଏହି ଦୁର୍ଘଟଣା ହେବା ପରେ ପ୍ରତିରକ୍ଷା ପ୍ରତିଷ୍ଠାନ ନିକଟସ୍ଥ କାଟେରୀର ଗ୍ରାମବାସୀମାନେ ପ୍ରଥମେ ଦେଖିଥିଲେ। ସେମାନେ ଦୁର୍ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଫଳରେ ଜିଲ୍ଲା ପ୍ରଶାସନ କୋଏମ୍ବାଟୁର ଏବଂ ୱେଲିଙ୍ଗଟନ୍‌ରୁ ଆଠଟି ଆମ୍ବଲାନସ ଏବଂ ମେଡିକାଲ୍ ଟିମ୍ ଘଟଣାସ୍ଥଳରେ ମୁତୟନ କରିଥିଲେ।

ଦୁର୍ଘଟଣା ପରେ ପରେ ନୀଳଗିରି ଜିଲ୍ଲା କଲେକ୍ଟରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଉଦଗାଣ୍ଡାଲମର ଏକ ଡାକ୍ତରୀ ଦଳ ଏବଂ କୋଏମ୍ବାଟୁରର ବିଶେଷଜ୍ଞମାନଙ୍କୁ ମୁତୟନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିଥିଲେ।

ଦୁର୍ଘଟଣାଗ୍ରସ୍ତ ସ୍ଥାନଟି ଏକ ଜଙ୍ଗଲ ଅଞ୍ଚଳରେ ଥିଲା। ଯାହା ଫଳରେ ଧ୍ୱଂସାବଶେଷକୁ ଠାବ କରିବା କଷ୍ଟକର ହୋଇ ପଡିଥିଲା। ଘଟଣାସ୍ଥଳରେ ହେଲିକାପ୍ଟରର ଖଣ୍ଡବିଖଣ୍ଡିତ ଅଂଶ ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କେତେକରେ ନିଆଁ ଲାଗି ପାହାଡ ଉପରେ ବିଛାଇ ହୋଇ ପଡି ଥିଲା।

ଉଦ୍ଧାରକାରୀମାନେ ଘନ ଧୂଆଁ ଏବଂ ନିଆଁ ମଧ୍ୟରେ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ବ୍ୟାପାର ହୋଇଥିଲା। ବର୍ତ୍ତମାନ ଉଦ୍ଧାର ହୋଇଥିବା ଶବଗୁଡ଼ିକ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କାରଣ ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ଗୁରୁତର ଭାବେ ପୋଡି ଯାଇଛନ୍ତି।

ଦୁର୍ଘଟଣା ହୋଇଥିବା ଏହି ହେଲିକାପ୍ଟରଟି ହେଉଛି ମି ସିରିଜ୍ ମଡେଲର। ଏହା ହେଉଛି ଭାରତୀୟ ବାୟୁସେନାର ଏକ ସୁରକ୍ଷିତ ହେଲିକାପ୍ଟର ଯାହା ପ୍ରଧାନମନ୍ତ୍ରୀଙ୍କ ସମେତ ଭିଆଇପିମାନଙ୍କ ଗସ୍ତ ପାଇଁ ବ୍ୟବହାର କରାଯାଇଥାଏ।

ଜେନେରାଲ ବିପିନ ରାୱାତ ହେଲିକାପ୍ଟର ହେଲିକାପ୍ଟରଯାଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ସେଚେଲ୍ସ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୁରାଦାବାଦୀ ପିତ୍ତଳ କଇଁଛ ଉପହାର

June 30, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026

ICC Ranking: ଟି-୨୦ ରେ ଏହି ଭାରତୀୟ ଖେଳାଳି ନମ୍ବର-୧, ଜାଣନ୍ତୁ ତାଲିକା

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.