Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଯାତ୍ରୀମାନେ ତୀର୍ଥ ଭ୍ରମଣ ପାଇଁ ରେଳବାଇ ଆଣିଲା ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କେମିତି ଯିବେ
ବିଶେଷ ଖବର

ଓଡିଶା ଯାତ୍ରୀମାନେ ତୀର୍ଥ ଭ୍ରମଣ ପାଇଁ ରେଳବାଇ ଆଣିଲା ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କେମିତି ଯିବେ

December 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଯାତ୍ରୀମାନେ ତୀର୍ଥ ଭ୍ରମଣ ପାଇଁ ରେଳବାଇ ଆଣିଲା ସ୍ବତନ୍ତ୍ର ଟ୍ରେନ, ଜାଣନ୍ତୁ କେମିତି ଯିବେ

ଭୁବନେଶ୍ବର: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପଶ୍ଚିମ ଭାରତରେ ଥିବା ଗୁରୁତ୍ୱପୂର୍ଣ୍ଣ ତୀର୍ଥ ସ୍ଥାନ ଗୁଡିକ ସହିତ ମାତା ​ବୈଷ୍ଣୋଦେବୀ ସହିତ ଉତ୍ତର ଭାରତ ଭ୍ରମଣ ପାଇଁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟନ ଟ୍ରେନ୍” ବ୍ୟବସ୍ଥା କରାଯାଇଅଛି। ଜାନୁୟାରୀ ୨୦୨୨ ରେ ପଶ୍ଚିମ ଭାରତ ପାଇଁ ସ୍ପେଶାଲ୍ ଟୁର୍ ପ୍ୟାକେଜ୍ “ତୀର୍ଥଯାତ୍ରୀ ସ୍ପେଶାଲ୍ ଟୁରିଷ୍ଟ ଟ୍ରେନ୍” ଏବଂ ମାର୍ଚ୍ଚରେ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍ ଉତ୍ତର ଭାରତ ଅଭିମୁଖେ ଯାତ୍ରା କରିବାକୁ ସ୍ଥିର କରାଯାଇଅଛି।

ଜାଣନ୍ତୁ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଦ୍ୱାରା ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ କଣ ଅଛି

● ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ଏବଂ ଝାରସୁଗୁଡା ମାର୍ଗଦେଇ ୨୦୨୨ ଜାନୁଆରୀ ୨୧ ତାରିଖରେ ପଶ୍ଚିମ ଭାରତର ଗୁଜୁରାଟକୁ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ।

● ବ୍ରହ୍ମପୁର, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ ଏବଂ ବାଲେଶ୍ୱର ମାର୍ଗଦେଇ ମାର୍ଗଦେଇ ୨୦୨୨ ମାର୍ଚ୍ଚ ୧୯ ତାରିଖରେ ମାତା ବୈଷ୍ଣୋଦେବୀ ସହିତ ଉତ୍ତର ଭାରତକୁ ପର୍ଯ୍ୟଟନ ଟ୍ରେନ ଯାତ୍ରା କରିବ।

● ସାଧାରଣ ଲୋକ ଗୁଜୁରାଟର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକ ସହିତ ମାତା ବୈଷ୍ଣୋଦେବୀ ସହିତ ଉତ୍ତର ଭାରତ ର ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକୁ ଅତି ସୁଲଭ ମୂଲ୍ୟରେ ପରିଦର୍ଶନ କରିବା ପାଇଁ ଅତି ବିରଳ ସୁଯୋଗ ଯୋଗାଇ ଦିଆଯାଉଅଛି।

● ଏହି ପରିକଳ୍ପନା ମଧ୍ୟରେ ଟ୍ରେନଓ ସଡକ ପରିବହନ, ଆବାସ, ଭ୍ରମଣ ସ୍ଥାନ ବୁଲାଇବା, ସାକାହାରୀ ଭୋଜନ (ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ), ଆଇଆରସିଟିସି ଟୁର୍ ଏସକର୍ଟ ଏବଂ ଟ୍ରାଭେଲ୍ ଇନସୁରାନ୍ସ ଗୁଡିକ ଅନ୍ତର୍ଭୂକ୍ତ।

● ପଶ୍ଚିମ ଭାରତ ଆଡକୁ ଗୁଜୁରାଟ ଟୁରିଷ୍ଟ ପ୍ୟାକେଜରେ ଷ୍ଟାଣ୍ଡାର୍ଡ ପ୍ୟାକେଜ ପାଇଁ ୧୦,୪୦୦ ଟଙ୍କା ଏବଂ ଆରାମଦାୟକ ଯାତ୍ରା ପାଇଁ ୧୭,୩୦୦ ଟଙ୍କା (୧୦ ରାତି / ୧୧ ଦିନ) ପାଇଁ ବ୍ୟୟ ଦେବାକୁ ପଡିବ। ଏହି ପ୍ୟାକେଜ ଦ୍ୱାରା ପର‌୍ୟ୍ୟଟକମାନେ ସୋମନାଥ ଜ୍ୟୋତିର୍ଲିଙ୍ଗ, ଦ୍ୱାରକା ସ୍ଥିତ ଦ୍ୱାରକାଧିଶ ମନ୍ଦିର, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ୍, ବେଟ୍ ଦ୍ୱାରକା ଠାରେ କୃଷ୍ଣଙ୍କ ମନ୍ଦିର, ଅହମ୍ମଦାବାଦରେ ଅକ୍ଷରଧାମ ମନ୍ଦିର ଏବଂ ସାବରମତୀ ଆଶ୍ରମ ଏବଂ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିବେ।

● ମାତା ବୈଷ୍ଣୋଦେବୀ ମନ୍ଦିର ସହିତ ଉତ୍ତର ଭାରତର ଆଗ୍ରା ଠାରେ ତାଜ ମହଲ ଏବଂ ଆଗ୍ରା ଦୁର୍ଗ, ମଥୁରାରେ କୃଷ୍ଣ ଜନ୍ମଭୂମି, ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଏବଂ ୱାଘା ସୀମା ଏବଂ ହରିଦ୍ୱାରର ମନସା ଦେବୀ ମନ୍ଦିର ଏବଂ ଗଙ୍ଗା ଆରତୀ ଦର୍ଶନ ପାଇଁ ପ୍ୟାକେଜ ଦେୟ ୮,୫୧୦ଟଙ୍କା ଷ୍ଟାଣ୍ଡାର୍ଡ ପ୍ୟାକେଜ ପାଇଁ ଏବଂ ୧୦,୪୦୦ ଟଙ୍କା ଆରାମଦାୟକ ଯାତ୍ରା (୦୮ ନାଇଟ୍ ଏବଂ ୦୯ ଦିନ) ଭ୍ରମଣ ପାଇଁ ପରିଦର୍ଶନ କରିବେ।

ପ୍ରତ୍ୟକ ତୀର୍ଥଯାତ୍ରୀଙ୍କ ପାଇଁ, ଏହି ପ୍ୟାକେଜରେ ରାତ୍ରି ରହଣି, ଦର୍ଶନୀୟ ସ୍ଥାନ, ଜଳଖିଆ ଏବଂ ସାକାହାରୀ ଭୋଜନ, ମଧ୍ୟାହ୍ନ ଭୋଜନ, ଟୁର୍ ଏସକର୍ଟ ଏବଂ ସୁରକ୍ଷା ବ୍ୟବସ୍ଥା, ଭ୍ରମଣ ବୀମା ଏବଂ ପାର୍କିଂ ଓ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ।

ଏହି ଅଞ୍ଚଳର ଯାତ୍ରୀମାନେ ଗୁଜୁରାଟ ଏବଂ ଉତ୍ତର ଭାରତର ଧାର୍ମିକ ଓ ପର‌୍ୟ୍ୟଟନ ସ୍ଥାନକୁ ଓଡ଼ିଶାର ବିଭିନ୍ନ ବୋର୍ଡିଙ୍ଗ ଷ୍ଟେସନ ମାନଙ୍କ ଠାରୁ ଉପରୋକ୍ତ ପର‌୍ୟ୍ୟଟକ ପ୍ୟାକେଜ୍ ଦ୍ୱାରା ପରିଦର୍ଶନ କରିବାର ଲାଭ ପାଇପାରିବେ।

ଏହା ବ୍ୟତୀତ ଭୁବନେଶ୍ୱରର ଆଇଆରସିଟିସି ଆଞ୍ଚଳିକ କାର‌୍ୟ୍ୟାଳୟ ମଧ୍ୟ ଭାରତର ବିଭିନ୍ନ ସ୍ଥାନ ତଥା ବିଦେଶକୁ ସବୁଠାରୁ ଶସ୍ତା ଘରୋଇ ଏୟାର ପ୍ୟାକେଜ୍ ପ୍ରଦାନ କରୁଛି। ଦଳଗତ ପ୍ୟାକେଜ୍ ଏବଂ ଯାତ୍ରୀ ଆବଶ୍ୟକତା ଅନୁଯାୟୀ ଗତାନୁଗତିକ ଭିତ୍ତିରେ ଏହି ପ୍ୟାକେଜ୍ ଉପଲବ୍ଧ କରାଯାଉଅଛି।

ପୂର୍ବତଟ ରେଳ ଭାରତ ଦର୍ଶନ ପର୍ଯ୍ୟଟନ ଟ୍ରେନ୍
Share. Facebook Twitter LinkedIn Email WhatsApp Copy Link

Related Posts

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ଘରୋଇ ବସ ଭଡା ବଢିଲା

May 15, 2026

ସ୍କର୍ପିଓ ଧକ୍କାରେ ଦୁଇ ମୃତ

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.