Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସାଂସଦ ରଂଜନ ଗୋଗୋଇଙ୍କ ବକ୍ତବ୍ୟକୁ ନେଇ ଝଡ, ଆସିଲା ସ୍ବାଧୀକାର ଭଂଗ ନୋଟିସ, ଜାଣନ୍ତୁ ସେ କଣ କହିଥିଲେ
ଜାତୀୟ ଖବର

ସାଂସଦ ରଂଜନ ଗୋଗୋଇଙ୍କ ବକ୍ତବ୍ୟକୁ ନେଇ ଝଡ, ଆସିଲା ସ୍ବାଧୀକାର ଭଂଗ ନୋଟିସ, ଜାଣନ୍ତୁ ସେ କଣ କହିଥିଲେ

December 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଂସଦ ରଂଜନ ଗୋଗୋଇଙ୍କ ବକ୍ତବ୍ୟକୁ ନେଇ ଝଡ, ଆସିଲା ସ୍ବାଧୀକାର ଭଂଗ ନୋଟିସ, ଜାଣନ୍ତୁ ସେ କଣ କହିଥିଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରାଜ୍ୟସଭା ସାଂସଦ ରଂଜନ ଗୋଗୋଇଙ୍କ ବିରୋଧରେ ତ୍ରୁଣମୂଳ କଂଗ୍ରେସର ଦୁଇଜଣ ସାଂସଦ ସ୍ବାଧୀକାର ଭଂଗ ଅଭିଯୋଗ ଆଣିଛନ୍ତି। କାରଣ ହେଲା ସେ ଏନଡିଟିଭି ଚ୍ୟାନଲର ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ କୌଣସି ପାର୍ଟିର ସଦସ୍ୟ ନୁହଁନ୍ତି। ସେ ହେଉଛନ୍ତି ମନୋନିତ ସଦସ୍ୟ। ସେ ଯେତେବେଳେ ଅନୁଭବ କରିବେ ସେତେବେଳେ ରାଜ୍ୟସଭାକୁ ଯିବେ। ରାଜ୍ୟସଭାକୁ ସବୁବେଳେ ଯିବାର କିଛି ଆବଶ୍ୟକ ନାହଁ ବୋଲି ଗୋଗେଇ ସିଧାସିଧା କହିଛନ୍ତି।

ଏହି ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ, ରାଜ୍ୟସଭାରେ ତାଙ୍କର ଉପସ୍ଥାନ ବହୁତ କମ ରହୁଛି। ଆପଣ ସାଂସଦ ହେବା ପରଠାରୁ 68 ବୈଠକ ହୋଇଛି। ସେଥିମଧ୍ୟରୁ ଆପଣ ମାତ୍ର 6ଟି ବୈଠକରେ ଯୋଗ ଦେଇଛନ୍ତି। ଏହାର ଉତ୍ତରରେ ଗୋଗୋଇ କହିଛନ୍ତି ଯେ, ଏହା ଠିକ୍ ଅଛି। ଏଥିରେ କିଛି ଅସୁବିଧା ନାହିଁ। ମୁଁ ପୂର୍ବରୁ ରାଜ୍ୟ ସଭାକୁ ଜଣାଇଥିଲି ଯେ କରୋନା ପାଇଁ ମୁଁ ବୈଠକକୁ ଆସିପାରିବି ନାହିଁ।

ଅନ୍ୟପକ୍ଷରେ ସେତେବେଳେ ପ୍ରତି ବୈଠକରେ ସାଂସଦମାନଙ୍କ ଆରଟିପିସିଆର ପରୀକ୍ଷା ହେବା ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯାଉଥିଲା। ଏହା ମୋ ପାଇଁ ଆରାମଦାୟକ ନ ଥିଲା । ମହାମାରୀ ମଧ୍ୟରେ ଆଜି ମଧ୍ୟ ରାଜ୍ୟସଭାକୁ ଯିବା ପାଇଁ ମୁଁ ଉଚିତ ମନେ କରୁ ନାହିଁ ବୋଲି ଗୋଗୋଇ କହିଛନ୍ତି।

ସେହିପରି ଗୃହରେ ସାମାଜିକ ଦୂରତା ମାନିବାକୁ କୁହାଯାଇଛିି। ହେଲେ ତାହା ଠିକରେ ପାଳନ କରାଯାଉ ନାହିଁ। ବାସ୍ତବରେ, ଯେତେବେଳେ ମୁଁ ଅନୁଭବ କରେ ଯେ ମୁଁ ରାଜ୍ୟସଭାକୁ ଯିବା ଉଚିତ୍, ମୁଁ ଯିବି। ଯେତେବେଳେ ମୁଁ ଅନୁଭବ କରେ ଯେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ଯାହା ଉପରେ ମୁଁ ମୋର ମତ ପ୍ରକାଶ କରିବା ଉଚିତ୍, ମୁଁ ଯିବି। ନଚେତ ସବୁବେଳେ ମୋର ଯିବାର କିଛି ଆବଶ୍ୟକ ନାହଁ ବୋଲି ଗୋଗୋଇ କହିଛନ୍ତି।

ଗୋଗେଇ କହିଛନ୍ତି ଯେ, CJI ପଦରୁ ଅବସର ଗ୍ରହଣ କରିବାର କିଛି ମାସ ପରେ ମୋତେ ମନୋନୀତ ସାଂସଦଙ୍କ ଭୂମିକା ଗ୍ରହଣ କରିବାକୁ ପଚରାଗଲା, ସେତେବେଳେ ସେ କହିଥିଲେ, ‘ରାଜ୍ୟସଭାର ଯାଦୁ କ’ଣ? ଯଦି ମୁଁ ଟ୍ରିବ୍ୟୁନାଲର ଚେୟାରମ୍ୟାନ୍ ହୋଇଥା’ନ୍ତି, ତେବେ ଭଲ ଦରମା ଏବଂ ସୁବିଧା ହୋଇଥାନ୍ତା। ମୁଁ ରାଜ୍ୟସଭାରୁ ଗୋଟିଏ ପଇସା ମଧ୍ୟ ନେଉନାହିଁ ବୋଲି ଗୋଗୋଇ କହିଛନ୍ତି।

ତେବେ ଏହାକୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହୋଇଯାଇଛି। ତ୍ରୁଣମୂଳର ଦୁଇଜଣ ସାଂସଦ ସ୍ବାଧୀକାରଭଂଗ ଅଭିଯୋଗ ଆଣିଥିବା ବେଳେ ଅନ୍ୟ ସଦସ୍ୟମାନେ ଏହାକୁ ସମାଲୋଚନା କରିବାରେ ଲାଗିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଜଣେ ସାଂସଦଙ୍କର ଯେତେବେଳେ ଇଚ୍ଛା ହେବ ସେ ସେତେବେଳେ ଆସିବେ। ଏହା ସମସ୍ତ ସାଂସଦଙ୍କ ପ୍ରତି ଏ ଅପମାନ ବୋଲି ରମେଶ କହିଛନ୍ତି। ଅନ୍ୟ କେତେକ ବିରୋଧୀ ନେତା ଏହି ଘଟଣାକୁ ଏଥିକ୍ସ କମିଟରେ ଅଭିଯୋଗ କରିବେ ବୋଲି ଜଣାପଡିଛି।

ଏନଡିଟିଭି ରଂଜନ ଗୋଗୋଇ ରାଜ୍ୟସଭା ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.