Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭୫ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କଲା ଏନବିଟି: ଓଡ଼ିଆ ଭାଷାରେ ୩ ଜଣ ମନୋନୀତ
ବିଶେଷ ଖବର

୭୫ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କଲା ଏନବିଟି: ଓଡ଼ିଆ ଭାଷାରେ ୩ ଜଣ ମନୋନୀତ

December 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ପିଏମ ଯୁବା ମେଣ୍ଟରଶିପ୍‌ ବା ପ୍ରଶିକ୍ଷଣ ଯୋଜନା ଅଧୀନରେ ସାରା ଦେଶରୁ ଚୟନ କରାଯାଇଥିବା ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଏହି ଲେଖକମାନଙ୍କୁ ଚୟନ କରିବା ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ (ଏନବିଟି) ପକ୍ଷରୁ ‘ଭାରତର ଜାତୀୟ ଆନ୍ଦୋଳନ’ ଶୀର୍ଷକ ଏକ ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଏକ ବୃତ୍ତି ତଥା ପ୍ରଶିକ୍ଷଣ (ସ୍କଲାରଶିପ କମ୍‌ ମେଣ୍ଟରଶିପ) ଯୋଜନା ପାଇଁ ଲେଖକମାନଙ୍କୁ ଚୟନ କରାଯାଇଛି।

ଉଲ୍ଲେଖନୀୟ ବିଷୟ ହେଉଛି, ଏହି ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଲେଖକ ଅଛନ୍ତି। ସେମାନେ ହେଲେ– ଅନିନ୍ଦ୍ୟ ନାରାୟଣ ସିଂ, ଦିଲେଶ୍ବର ରଣା, ଓମ ପ୍ରିୟଦର୍ଶୀ ଛୋଟରାୟ।

ମାଇଁ ଗଭ ଓ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଭାରତ ପ୍ଲାଟଫର୍ମ ଜରିଆରେ ଜୁନ ପହିଲାରୁ ଜୁଲାଇ ୩୧ ତାରିଖ ମଧ୍ୟରେ ସର୍ବଭାରତୀୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସାରା ଦେଶରୁ ତଥା ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କ ପକ୍ଷରୁ ୨୨ଟି ସାମ୍ବିଧାନିକ ଭାଷା ଓ ଇଂରାଜୀରେ ପାଖାପାଖି ୧୬ ହଜାର ଆବେଦନ ପ୍ରାପ୍ତ ହୋଇଥିଲା। ବିଶେଷଜ୍ଞମାନଙ୍କ ଏକାଧିକ ପ୍ୟାନେଲ ସମସ୍ତ ପୁସ୍ତକ ପ୍ରସ୍ତାବକୁ ପଢ଼ିଥିଲେ ଏବଂ ଏସବୁର ତ୍ରିସ୍ତରୀୟ ଯାଞ୍ଚ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୩୧ ଜାନୁଆରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତରେ କହିଥିଲେ : ‘‘ଆମର ସ୍ବାଧୀନତା ସଂଗ୍ରାମୀ, ସେମାନଙ୍କ ସହ ଜଡ଼ିତ ଘଟଣାବଳୀ ଏବଂ ନିଜ ନିଜ କ୍ଷେତ୍ରରେ ସ୍ବାଧୀନତା ସଂଗ୍ରାମର ବୀରତ୍ବ ଗାଥା ସମ୍ପର୍କରେ ଲେଖିବା ଲାଗି ମୁଁ ମୋ ଯୁବ ବନ୍ଧୁମାନଙ୍କୁ ଆହ୍ବାନ କରୁଛି।’’ ଏହାପରେ କାର୍ଯ୍ୟକାରୀ ସଂସ୍ଥା ଭାବେ ଭାରତୀୟ ରାଷ୍ଟ୍ରୀୟ ପୁସ୍ତକ  ନ୍ୟାସକୁ  ସାଥୀରେ ନେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୁବ ଲେଖକମାନଙ୍କ ପାଇଁ ପିଏମ-ଯୁବା ମେଣ୍ଟରଶିପ ଯୋଜନା ଆରମ୍ଭ କରାଯାଇଥିଲା।

ଚୟନ କରାଯାଇଥିବା ୭୫ ଜଣ ଲେଖକଙ୍କ ମଧ୍ୟରୁ ୩୮ ଜଣ ପୁରୁଷ ଏବଂ ୩୭ ଜଣ ମହିଳା ଲେଖକ ଥିଲେ। ଆହୁରି ଦୁଇ ଜଣ ଲେଖକଙ୍କ ବୟସ ୧୫ ବର୍ଷରୁ କମ ହୋଇଥିବା ବେଳେ ୧୬ ଜଣ ଲେଖକଙ୍କ ବୟସ ୧୫-୨୦ ବର୍ଷ ମଧ୍ୟରେ ଏବଂ ୩୨ ଜଣ ଲେଖକଙ୍କ ବୟସ ୨୧-୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ୨୫ ଜଣ ଲେଖକଙ୍କ ବୟସ  ୨୬-୩୦ ବର୍ଷ ମଧ୍ୟରେ ରହିଛି।

ଚୟନ କରାଯାଇଥିବା ଲେଖକମାନଙ୍କୁ ଛଅ ମାସ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିରେ ସେମାନଙ୍କୁ ଆଜାଦୀ କା ଅମୃତ ମହାତ୍ସବ ଯୋଜନାର ଅଂଶବିଶେଷ ଭାବେ ନିଜର ପୁସ୍ତକ ପ୍ରସ୍ତାବଗୁଡ଼ିକୁ ସମ୍ପୂର୍ଣ୍ଣ ପୁସ୍ତକ ଆକାରରେ ପ୍ରକାଶ କରିବା ଲାଗି ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ, ଭାରତ ପକ୍ଷରୁ ବିଶିଷ୍ଟ ଲେଖକ ଏବଂ ସମ୍ପାଦକୀୟ ଦଳ ଦ୍ବାରା ଗବେଷଣା ଓ ସମ୍ପାଦକୀୟ ସମର୍ଥନ ଯୋଗାଇ ଦିଆଯିବ। ସେମାନଙ୍କର ପ୍ରକାଶିତ ପୁସ୍ତକ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଭାରତୀୟ ଭାଷାରେ ପ୍ରକାଶ କରାଯିବ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୟରେ, ବଛା ହୋଇଥିବା ଲେଖକମାନଙ୍କୁ ଛଅ ମାସ ପାଇଁ ମାସିକ ୫୦,୦୦୦ ଟଙ୍କା ଲେଖାଏଁ ବୃତ୍ତି ଯୋଗାଇ ଦିଆଯିବ। ଆହୁରି, ଲେଖକମାନଙ୍କୁ ସେମାନଙ୍କର ପୁସ୍ତକ ପ୍ରକାଶିତ ହେବା ପରେ ୧୦ ପ୍ରତିଶତ ରୟାଲିଟୀ ପ୍ରଦାନ କରାଯିବ।

ଓଡ଼ିଆ ଭାଷା
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.