Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ଉପଭୋକ୍ତାଙ୍କ ବିବାଦର ଆଶୁ ସମାଧାନ କରିବେ ମଧ୍ୟସ୍ଥି, ସରକାର ଦେଲେ ପ୍ରଶିକ୍ଷଣ
ବିଶେଷ ଖବର

ଏଣିକି ଉପଭୋକ୍ତାଙ୍କ ବିବାଦର ଆଶୁ ସମାଧାନ କରିବେ ମଧ୍ୟସ୍ଥି, ସରକାର ଦେଲେ ପ୍ରଶିକ୍ଷଣ

December 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ଉପଭୋକ୍ତାଙ୍କ ବିବାଦର ଆଶୁ ସମାଧାନ କରିବେ ମଧ୍ୟସ୍ଥି, ସରକାର ଦେଲେ ପ୍ରଶିକ୍ଷଣ

ଭୁବନେଶ୍ୱର:  ନୂତନ ଉପଭୋକ୍ତା ଅଧିନିୟମ ୨୦୧୯ରେ ମଧ୍ୟସ୍ଥତା କେନ୍ଦ୍ର ସ୍ଥାପନ ମାଧ୍ୟମରେ ଉପଭୋକ୍ତା ବିବାଦର ସମାଧାନ ଏକ ସମୟୋଚିତ ପଦକ୍ଷେପ । ଏହାଦ୍ୱାରା ଉପଭୋକ୍ତା ବିବାଦର ସହଜରେ ଓ ତୁରନ୍ତ ସମାଧାନ ହୋଇପାରିବ ଏବଂ ଉପଭୋକ୍ତା ମାମଲା ବହୁପରିମାଣରେ ହ୍ରାସ ପାଇବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟସ୍ଥତାମାନଙ୍କ ପ୍ରଶିକ୍ଷଣ ଶିବିରରେ କହିଛନ୍ତି ।

ଆଜି କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଏବଂ ସେଣ୍ଟର ଫର କନ୍‌ଜୁ୍ୟମର ଲ ପକ୍ଷରୁ ଦିଲ୍ଲୀ ଉଚ୍ଚନ୍ୟାୟାଳୟର ମଧ୍ୟସ୍ଥତା ଏବଂ ମିଳାମିଶା କେନ୍ଦ୍ର ‘ସମାଧାନ’ର ସହାୟତାରେ ମଧ୍ୟସ୍ଥିମାନଙ୍କ ପାଇଁ ଆୟୋଜିତ ଛଅଦିନିଆ ପ୍ରଶିକ୍ଷଣ ତଥା ଦିଗ୍‌ଦର୍ଶନ ଶିବିରକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମଧ୍ୟସ୍ଥତା କେନ୍ଦ୍ର ଉପଭୋକ୍ତା ବିବାଦ ସମାଧାନ ଦିଗରେ ଏକ ଉତ୍ତମ ବିକଳ୍ପ ପନ୍ଥା ଭାବରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ ଏକ ପ୍ରାଚୀନ ପନ୍ଥା ଏବଂ ପୁରାଣରେ ନାରଦ ମୁନି ଜଣେ ସଫଳ ମଧ୍ୟସ୍ଥି ଭାବେ ସୁନାମ ଅର୍ଜନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି । ଏହି ପରିପ୍ରେକ୍ଷୀରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତିଙ୍କର ମଧ୍ୟସ୍ଥତାର କଳା ସଂପର୍କରେ ପୂର୍ଣ୍ଣ ଦକ୍ଷତା ହାସଲ କରିବା ସହିତ ଉପଭୋକ୍ତା ଅଧିନିୟମ ସଂପର୍କରେ ଜ୍ଞାନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଉପଭୋକ୍ତା ସୁରକ୍ଷା ଅଧିନିୟମ ୨୦୧୯ ଅନୁଯାୟୀ ଯେଉଁସବୁ ବିବାଦଗୁଡ଼ିକ ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ସମାଧାନ କରିହେବ, ସେଗୁଡ଼ିକ ଯେପରି ମଧ୍ୟସ୍ଥତା ଦ୍ୱାରା ସମାଧାନ ହୋଇ କ୍ଷତିଗ୍ରସ୍ତ ଉପଭୋକ୍ତାଙ୍କୁ ନ୍ୟାୟ ମିଳିପାରିବ ସେଥି ନିମନ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

ଅନୁସୂଚିତ ଜନଜାତିବହୁଳ ଜିଲ୍ଲାରେ ଯେଉଁଠି ଉପଭୋକ୍ତାମାନେ ଅଧିନିୟମ ସଂପର୍କରେ ଅଧିକ ସଚେତନ ନୁହଁନ୍ତି, ସେଠାରେ ମଧ୍ୟସ୍ଥତା କେନ୍ଦ୍ରଗୁଡ଼ିକ ଉପଭୋକ୍ତାମାନଙ୍କ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ମଧ୍ୟସ୍ଥତା ପ୍ରଶିକ୍ଷଣ ଶିବିର ଦକ୍ଷ ମଧ୍ୟସ୍ଥି ସୃଷ୍ଟି କରିବାରେ ଉପାଦେୟ ସାବ୍ୟସ୍ତ ହେବ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଉଦ୍ୟମରେ ଏପରି ଏକ ଶିବିର ଆୟୋଜନ କରାଯାଇଥିବାରୁ ମନ୍ତ୍ରୀ ସ୍ୱାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପରିସରରେ ଡିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୪୫ ଘଣ୍ଟିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦକୁମାରୀ, କୁଳସଚିବ ପ୍ରଫେସର ଯୋଗେଶ ପ୍ରତାପ ସିଂ, ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜୋନ୍‌ ମିଶ୍ର, ଉପଭୋକ୍ତା ବିଶାରଦ ଡ. ମୟଙ୍କ ତିୱାରୀ, ଦିଲ୍ଲୀ ଉଚ୍ଚନ୍ୟାୟାଳୟର ଆଡ୍‌ଭୋକେଟ୍‌ ଶ୍ରୀମତୀ ବୀଣା ରାଲିଙ୍କ ସମେତ ବହୁ ଖାଉଟି ବିଶାରଦ ଏବଂ ମଧ୍ୟସ୍ଥିମାନେ ଯୋଗଦେଇଥିଲେ ।

ଉପଭୋକ୍ତା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.