Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟ୍ରିପଲ ତଲାକର ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କହିଲେ ଏଭଳି କଥା
ବିଶେଷ ଖବର

ଟ୍ରିପଲ ତଲାକର ଯନ୍ତ୍ରଣା ଭୋଗୁଥିବା ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, କହିଲେ ଏଭଳି କଥା

December 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କାନପୁର: ‘ନିଜ ଝିଅମାନଙ୍କୁ ଶିକ୍ଷିତ କରାନ୍ତୁ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କାନପୁରରେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ହିତାଧିକାରୀ ଫରଜାନାଙ୍କୁ କହିଛନ୍ତି।

ଫରଜାନା କାନପୁରର କିଦବଇନଗରର ଅଧିବାସୀ। ସେ ପିଏମ ମୋଦୀଙ୍କୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚାରି ବର୍ଷ ପୂର୍ବେ ତାଙ୍କୁ ଟ୍ରିପଲ ତଲାକ ଦେଇଛନ୍ତି। ବର୍ତ୍ତମାନ ସେ ଏକ ଛୋଟ ଫାଷ୍ଟଫୁଡ୍ ସେଣ୍ଟର ଚଲାଉଛନ୍ତି। ଲକଡାଉନ ସମୟରେ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରୁ ଋଣ ନେଇ ଦୋସା-ଇଡଲି ବିକ୍ରି କରନ୍ତି।

ଯେତେବେଳେ ଫରଜାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫଟୋ ମାଗିଥିଲେ। ସେ ତାଙ୍କ ଦୋକାନରେ ଏହି ଫଟୋ ରଖିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ। ଯାହା ପ୍ରଧାନମନ୍ତ୍ରୀ ମନା କରି ନଥିଲେ। ଏବଂ ତାଙ୍କ ମୁଣ୍ଡ ଉପରେ ହାତ ରଖି ଫଟୋ ନେଇଥିଲେ।

ବିଭିନ୍ନ ସରକାରୀ ଯୋଜନାର ୨୫ ହିତାଧିକାରୀଙ୍କ ମଧ୍ୟରୁ ଫରଜାନା ଅନ୍ୟତମ। ସେ ପିଏମ ମୋଦୀଙ୍କୁ କହିଛନ୍ତି, ଆପଣଙ୍କ ଯୋଗୁଁ ମୁଁ ମୋର ଦୁଇ ଝିଅଙ୍କୁ ଶିକ୍ଷିତ କରିବାକୁ ସକ୍ଷମ ଅଟେ। ମୁଁ ଚାହୁଁଛି ମୋ ଝିଅମାନେ ଭଲ ପଢନ୍ତୁ। ମୁଁ ଅନେକ ଖରାପ ଦିନ ଦେଖିଛି। ମୋ ସ୍ଵାମୀ କେବଳ ଟ୍ରିପଲ୍ ତଲାକ୍ କହିଥିଲେ ଏବଂ ମୋତେ ମୋର ଦୁଇ ଝିଅଙ୍କ ସହିତ ଘରୁ ବାହାରକୁ ଯିବାକୁ ପଡିଲା। ମୋର ମାମଲା ଏବେ ବି କୋର୍ଟରେ ଅଛି।

ଫରଜାନା ପିଏମ ମୋଦୀଙ୍କୁ କହିଛନ୍ତି ଯେ, ପୂର୍ବରୁ ସେ ଏମ୍ବ୍ରୋଡେରୀ କାମ କରୁଥିଲେ ଏବଂ ସେଠାରେ ଏକ ରେଷ୍ଟୁରାଣ୍ଟରେ କାମ କରିବାବେଳେ ସେ ଦକ୍ଷିଣ ଭାରତୀୟ ଖାଦ୍ୟ ରାନ୍ଧିବା ଶିଖିଥିଲେ। ବର୍ତ୍ତମାନ ସେ ନିଜେ ଏକ ଛୋଟ ରେଷ୍ଟୁରାଣ୍ଟ ଚଳାଉଛନ୍ତି।

କାନପୁର ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ: ଅମିତ ଶାହ

October 3, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026
Latest News

ବେଆଇନ ମଦ କାରବାର ଉପରେ ବଡ଼ ଚଢ଼ାଉ: ୮୧୦ ଲିଟର ଦେଶୀ ମଦ ଜବତ

October 3, 2026

ଶ୍ରୀକ୍ଷେତ୍ରରେ ଆଜିଠୁ ଶାରଦୀୟ ଷୋଳପୂଜା ଆରମ୍ଭ

October 3, 2026

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026

ମିଠି ନଦୀ ସଫେଇ ଦୁର୍ନୀତି ମାମଲା: ଗିରଫ ହେଲେ ଅଭିନେତା ଡିନୋ ମୋରିଆ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.