Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଭିକ୍ଷା ବୃତ୍ତିରୁ କର୍ମ, ଆଉ ଷ୍ଟେସନରେ ବୁଲୁଥିବା ସେହି ଭିକାରୀଟି ଧନୀ ହେବାର ସଫଳତା
ଜୀବନ ଶୈଳୀ

ଭିକ୍ଷା ବୃତ୍ତିରୁ କର୍ମ, ଆଉ ଷ୍ଟେସନରେ ବୁଲୁଥିବା ସେହି ଭିକାରୀଟି ଧନୀ ହେବାର ସଫଳତା

December 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭିକ୍ଷା ବୃତ୍ତିରୁ କର୍ମ, ଆଉ ଷ୍ଟେସନରେ ବୁଲୁଥିବା ସେହି ଭିକାରୀଟି ଧନୀ ହେବାର ସଫଳତା

ଭୁବନେଶ୍ବର: ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, “ବାବୁ କିଛି ମିଳିବ” ?

ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ?

ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହଁ ତେବେ ମୁଁ କାହିଁକି ତୁମକୁ ଦେବି।

ଭିକାରୀ ଏ କଥା ଶୁଣି ଦୁଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ଝୁମ୍ପୁଡି ଘରକୁ ଫେରିଗଲା, ସେ ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି । କିଛି ଫୁଲ ତୋଳିଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା । ଫୁଲ ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣି ରେ ରଖେ । ଯାତ୍ରୀ ମାନେ ବି ବହୁତ ଖୁସି ହୁଅନ୍ତି । ଅନ୍ୟ ଦିନ ଅପେକ୍ଷା ତାର ପଇସା ମଧ୍ୟ ବଢିବାକୁ ଲାଗିଲା । ମନେ ମନେ ସେ ଧନୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲା ।

କିଛି ଦିନ ପରେ ସେ ଭିକାରୀଟି ଧନୀ ବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା ଟ୍ରେନ ରେ । ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇ ଦେଲା, ବ୍ୟକ୍ତି ଜଣକ ପର୍ସରୁ 10ଟଙ୍କା ତାକୁ ଦେଲେ ଏବଂ କହିଲେ, ଯେଉଁଠୁ ଏ ଫୁଲ ଆଣିଛ ତାର ଯତ୍ନ ନେଉଛ ନା ନାହିଁ?

ଭିକାରୀ ଜଣକ ଉତ୍ତର ଦେଲା “ମୁଁ ତ ସେ କଥା ଆଦୌ ଭାବିନି”। ଧନୀ ବ୍ୟକ୍ତି ଜଣକ କହିଲେ କର୍ମ କରିବା ଶିଖ।

ଭିକାରି ବିଚରା ଦ୍ଵନ୍ଦରେ ପଡିଗଲା ମନେ ମନେ ଭାବିଲା ଫୁଲ ଗଛ ତ ମୁଁ ଲଗେଇ ନାହିଁ କି କେବେ ପାଣି ମଧ୍ୟ ଦେଇ ନାହିଁ। ତା’ହିଁ କର୍ମ ବୋଧେ । ସକାଳୁ ଉଠି ବାହାରେ ବୁଲିବାକୁ ଲାଗିଲା ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲ ଗଛ ଲଗାଏ, ଏମିତି ହଉ ହଉ ସାରା ଷ୍ଟେସନ ଆଖପାଖ ସୁନ୍ଦର ଦେଖା ଗଲା । ପରେ ଫୁଲ ସହ ଫୁଲ ତୋଡା ବିକ୍ରି କରିବାରେ ଲାଗିଗଲା ।

ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧି ଏକ ବ୍ୟକ୍ତି ବସିଥିଲେ, ସୁଟବୁଟ ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତି ପଚାରିଲେ ମୋତେ ଚିନ୍ହି ପାରିଲେ? ଧନୀ ବ୍ୟକ୍ତି କହିଲେ ନା, କିନ୍ତୁ ମୁଁ ଆପଣଙ୍କ ସହ ତିନି ଥର ସାକ୍ଷାତ କଲିଣି । ଧନୀ ବ୍ୟକ୍ତି କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମନେ ନାହିଁ। କୁହନ୍ତୁ କେମିତି ଜାଣିଲେ ମୋତେ, ସେ ସୂଟବୁଟ ଜଣକ ଉତ୍ତର ଦେଲେ ମୁଁ ହେଉଛି ସେଇ ଭିକାରି, ଯାହାକୁ ଆପଣ କହିଥିଲେ ଜୀବନରେ କେବେ କାହାକୁ କିଛି ଦେଇଛ…..।

ଆଛା ତେବେ ଏ ପରିବର୍ତ୍ତନ କିପରି !! ସେ ଉତ୍ତର ଦେଲା ଆପଣ ହିଁ ତା ମୂଳ କାରଣ! ଦୁଇ ଥର ଆପଣଙ୍କ ସହ ଭେଟ ହୋଇଛି ଆପଣ ଦୁଇ ଥର ଯାକ ବହୁ ମୂଲ୍ୟ କଥା କହିଛନ୍ତି ।

ପ୍ରଥମ ହେଲା ଅନ୍ୟକୁ ଦେବା ଶିଖ ତେବେ ଭଗବାନ ତୁମକୁ ଦେବେ ।

ଦ୍ବିତୀୟ ଟି ହେଲା କର୍ମ କର, ଫଳ ଭଗବାନ ଦେବେ।

ଧନୀ ଭିକାରୀ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପଥୁରିଆରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

September 13, 2026

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.