Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଔଷଧ ଖାଇବାକୁ ଭୁଲିଯାଉଛନ୍ତି କି?, ଏଣିକି ନିଜସ୍ୱ ଉପଚାର ନିମନ୍ତେ ନୂଆ ଆପ ‘ନିମାଇ’ ହେବ ସହାୟକ
ବିଶେଷ ଖବର

ଔଷଧ ଖାଇବାକୁ ଭୁଲିଯାଉଛନ୍ତି କି?, ଏଣିକି ନିଜସ୍ୱ ଉପଚାର ନିମନ୍ତେ ନୂଆ ଆପ ‘ନିମାଇ’ ହେବ ସହାୟକ

January 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା। ଏଣିକି ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ୍। ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’।  ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ।

ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ.ଟେକ ବିକ୍ରମ ରାୟ। ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡା. ଆଲୋକ କାନୁନଗୋ।

ବିଶେଷକରି ଏହି ଆପ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁତ ସହାୟକ ହେବ। ବ୍ୟସ୍ତବହୁଳ ଜୀବନ ଏବଂ ଯେଉଁମାନେ କାର୍ଯ୍ୟବ୍ୟସ୍ତତା ପାଇଁ ଅନେକ ଔଷଧ ଖାଇବା ନିମନ୍ତେ ଭୁଲି ଯାଆନ୍ତି। ସେହିପରି ଅନେକ ଜଟିଳ ରୋଗ ଯୋଗୁଁ କେଉଁ ଔଷଧ କେଉଁ ସମୟରେ ଖାଇବେ ତାହାକୁ ମଧ୍ୟ ମନେରଖି ପାରନ୍ତି ନାହିଁ। ଏହି କ୍ଷେତ୍ରରେ ଏହି ଆପ ସହାୟକ ହେବ।

ଏହି ନିମାଇ ଆପ ‘ଆଇଓଏସ’ ଏବଂ ପ୍ଲେ ଷ୍ଟୋର ଉପଲବ୍ଧ ରହିଛି ଏବଂ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଏହି ଏହି ଆପ ଇଂରାଜୀରେ ଥିବାବେଳେ ଖୁବଶୀଘ୍ର ଓଡ଼ିଆରେ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।  ଚିକିତ୍ସା କ୍ଷେତ୍ରରେ ପ୍ରୋତ୍ସାହନ କରୁଥିବା ତଥା ମୁଖ୍ୟ ପ୍ରଶିକ୍ଷକ ଓ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରୁଥିବା ପ୍ରଫେସର ଡା. ନିମାନନ୍ଦ ରାୟଙ୍କୁ ଉତ୍ସର୍ଗୀକୃତ କରାଯାଇଛି ବୋଲି ଡା ଆଲୋକ କାନୁନଗୋ ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏହି ନିମାଇ ଆପ୍ ଲୋକାର୍ପିତ ଉତ୍ସବରେ ଡଃ ସୁକନ୍ୟା ରାୟ, ଡଃ ମିହିର କୁମାର ସେନାପତି, ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଉପସ୍ଥିତ ରହି ଲୋକମାନଙ୍କ ହିତରେ ‘ନିମାଇ’ ଆପ଼ ଆସିବ ବୋଲି ମତବ୍ୟକ୍ତ କରିଥିଲେ।

ଆପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026
Latest News

ସ୍ୱତନ୍ତ୍ର ସଘନ ସଂଶୋଧନର ୧୧ତମ ଦିନ: ଓଡ଼ିଶାରେ ୮୭.୬୬% ଫର୍ମ ବଣ୍ଟନ ଶେଷ

June 10, 2026

ଭାରତରେ କେଉଁଠାରେ ଏବଂ କିପରି ଲାଇଭ୍ ଦେଖିବେ FIFA ବିଶ୍ୱକପ୍?: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ 

June 10, 2026

ଆଜି ଦିଲ୍ଲୀରେ ଏନଡିଏ ବୈଠକ: ଯୋଗଦେବେ ମେଣ୍ଟ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

June 10, 2026

କଣ୍ଟେନର ଧକ୍କାରେ ୨ ମୃତ

June 10, 2026

ଦିଘାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.