Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ଇସ୍ତଫା ଦେଲେ ନାହିଁ ! ଏବେ ବିରୋଧୀ ଭଲ ଭାବେ ଜାଣିଲେ
ବିଶେଷ ଖବର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ଇସ୍ତଫା ଦେଲେ ନାହିଁ ! ଏବେ ବିରୋଧୀ ଭଲ ଭାବେ ଜାଣିଲେ

January 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କାହିଁକି ଇସ୍ତଫା ଦେଲେ ନାହିଁ ! ଏବେ ବିରୋଧୀ ଭଲ ଭାବେ ଜାଣିଲେ

ଭୁବନେଶ୍ବର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେବା ନେଇ ସାରା ଓଡିଶା ପଡିଲା ଉଠିଲା। ବିରୋଧୀମାନେ ରାଜରାସ୍ତା ଉପରେ ବିକ୍ଷୋଭ କଲେ। ବିଧାନସଭା ଘେରାଉ କଲେ। ବ୍ଲକ ସ୍ତରରେ ପ୍ରତିବାଦ କଲେ। ବିଭିନ୍ନ ମନ୍ତ୍ରୀଙ୍କ ଗସ୍ତ ବେଳେ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଲେ। ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ଦିବ୍ୟଶଙ୍କର ମିଶ୍ରଙ୍କ କିପରି ହତ୍ୟାକାଣ୍ଡରେ ସଂପର୍କ ରହିଛି ତାହାର ଗଣ୍ଡଗଣ୍ଡା ପ୍ରମାଣ ଦେଲେ। କହିବାକୁ ଗଲେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ବେଶ ତୁମ୍ବି ତୋଫାନ କଲେ।

ସାରା ଓଡିଶାରେ ଦିବ୍ୟଶଙ୍କର ଇସ୍ତଫା ଜୋର ଧରିଥିଲେ ମଧ୍ୟ ସେ ଇସ୍ତଫା ଦେଲେ ନାହିଁ। ଓଲଟି ବିରୋଧୀଙ୍କୁ ଚ୍ୟାଲେଞ୍ଜ କଲେ। କହିଲେ ତମ ପାଖରେ ଯଦି ପ୍ରମାଣ ଅଛି ତେବେ କୋର୍ଟରେ ଦିଅ। ଗଦାଗଦା ପ୍ରମାଣ ଅଛି ବୋଲି କହୁଥିବା ବିରୋଧୀ ନେତାମାନେ କୋର୍ଟ ଗଲେ ନାହିଁ । ହେଲେ ବିରୋଧ ଜାରୀ ରଖିଲେ। ଏତେ ସବୁ ପରେ ଦିବ୍ୟଶଙ୍କର ଇସ୍ତଫା ନ ଦେବାର କାରଣ ସେମାନେ ଖୋଜିବାକୁ ଲାଗିଲେ।

ସେମାନେ ସ୍ପଷ୍ଟ ଭାବେ ପ୍ରମାଣ ପାଇଲେ ଯେ, ବିଜେଡି ଦିବ୍ୟଶଙ୍କରଙ୍କ ଇସ୍ତଫା ନ ଦିଆଇ ତାଙ୍କ ପଛରେ ସେମାନଙ୍କୁ ଲଗାଇଲା। ବିରୋଧୀମାନେ ଦିବ୍ୟଶଙ୍କର ଇସ୍ତଫା ପଛରେ ଧାଇଁଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଜିଲ୍ଲା ବୁଲି ପଞ୍ଚାୟତ ନିର୍ବାଚନ ପ୍ରଚାର ସାରି ଦେଲେ। ବିରୋଧୀ ପ୍ରକୃତ କଥା ଜାଣିବା ବେଳକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରି ପ୍ରଚାର ଶେଷ କଲେ। ସେହି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡକୁ ବିରୋଧ କରିବା ପାଇଁ ବିରୋଧୀଙ୍କୁ ଆଉ ସମୟ ମିଳିଲା ନାହିଁ। ବିଜେଡି ଜାଣିଶୁଣି ବିରୋଧୀଙ୍କୁ ଦିବ୍ୟଶଙ୍କର ପଛରେ ଲଗାଇ ସେପଟେ ଭୋଟ ସାଉଁଟିବାରେ ଲାଗିଲା।

ଯଦି ବିରୋଧୀଙ୍କ ଚାପରେ ବିଜେଡି ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବା ପାଇଁ କହିଥାଆନ୍ତେ ତେବେ ବିରୋଧୀଙ୍କ ନାଟ ଶେଷ ହୋଇଯାଇ ଥାଆନ୍ତା। ସେମାନଙ୍କ ଏହି ଲୋକପ୍ରିୟ ଯୋଜନାକୁ ଲାଗୁ କରିବାରେ ପ୍ରତିବନ୍ଧକ ସାଜି ଥାଆନ୍ତେ। ହେଲେ ବିଜେଡିର ଏହି ରଣନୀତିକୁ ନ ଜାଣିପାରି ବିରୋଧୀ ସେହି ଗୋଟିଏ ଦାବୀ ପଛରେ ଲାଗି ରହିଲେ। ତେଣୁ ଏବେ ପ୍ରଶ୍ନ ଉଠୁଛି ଯେ, ଦିବ୍ୟଶଙ୍କରଙ୍କ ଘଟଣାରେ ଲାଭ କାହାର ହେଲା। ଦୁଇ ବିରୋଧୀ ଦଳ ଏପରି ଆନ୍ଦୋଳନ କରି ପ୍ରକୃତରେ ବିଜେଡିର ଲୋକପ୍ରିୟତାରେ କିଛି ଆଘାତ କରିପାରିଲେ କି ?

ଏଥିରେ ସମସ୍ତେ ନିଶ୍ଚିତ ହେବେ ଯେ, ଦୁଇ ବିରୋଧୀଙ୍କ ଆନ୍ଦୋଳନରେ ନା ବିଜେଡିର ଲୋକପ୍ରିୟତା ହ୍ରାସ ଘଟିଲା ନା ବିରୋଧୀ ଲୋକପ୍ରିୟତା ପାଇଲେ। ବରଂ ଏହି ଘଟଣାରେ ବିଜେଡି ବେଶ ଚତୁର ଭାବେ ଗୋଟି ଚାଳନା କରିବାରେ ସକ୍ଷମ ହୋଇପାରିଲା।

ଏବେ ବିରୋଧୀ ଦଳ ହୃଦୟଙ୍ଗମ କରିସାରିଲେଣି ଯେ, ବିଜେଡିର ରଣନୀତିକୁ ଟକ୍କର ଦେବାରେ ସେମାନେ ଅକ୍ଷମ। କେଉଁ ଉପାୟରେ କିପରି ଭାବେ ଲୋକଙ୍କ ବିଶ୍ବାସ ଭାଜନ କରିହେବ ତାହା ବିଜେଡିକୁ ବେଶ୍ ଭଲ ଜଣା । ଏକଥା ବହୁବାର ପ୍ରମାଣିତ ହୋଇସାରିଛି। ସେପଟେ ବିରୋଧୀ ଏହି ରଣନୀତିକୁ ମୁକାବିଲା ନ କରିପାରି ବାରମ୍ବାର ନିର୍ବାଚନ ହାରିବାରେ ଲାଗିଛନ୍ତି।

ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.