Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପୁଣି ରାଜ୍ୟରୁ ଧରା ହେଲା ନକଲି ସିମେଣ୍ଟ କାରଖାନା, ଏହାର ତିଆର କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଅପରାଧ

ପୁଣି ରାଜ୍ୟରୁ ଧରା ହେଲା ନକଲି ସିମେଣ୍ଟ କାରଖାନା, ଏହାର ତିଆର କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

January 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି ରାଜ୍ୟରୁ ଧରା ହେଲା ନକଲି ସିମେଣ୍ଟ କାରଖାନା, ଏହାର ତିଆର କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଟକ: ରାଜ୍ୟରୁ ପୁଣି ଧରା ହୋଇଛି ନକଲି ସିମେଣ୍ଟ କାରଖାନା। ଏହା ସେହି କଟକ ଜଗତପୁର ଶିଳ୍ପାଞ୍ଚଳରୁ ଧରାଯାଇଛି। ଗତକାଲି କଟକ ପୋଲିସର ଏକ ଟିମ ଖବର ପାଇ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ସେଠାରେ ବିଭିନ୍ନ ନାମିଦାମୀ କଂପାନୀର ଖାଲି ସିମେଣ୍ଟ ବସ୍ତା ଜବତ କରିଛନ୍ତି। ଏଥିସହିତ ସିମେଣ୍ଟ ମିଶ୍ରଣ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଉପକରଣ ମଧ୍ୟ ଜବତ କରିଛନ୍ତି।

ସୂଚନା ଅନୁସାରେ ଜଗତପୁରରେ ଦୀର୍ଘ ଦିନ ଧରି ମା ତାରିଣୀ କନଷ୍ଟ୍ରକସନ ନାମରେ ଏକ କଂପାନୀ ଅଛି। ହେଲେ ସେଠାରେ ସିମେଣ୍ଟ ଅପମିଶ୍ରଣ କରାଯାଉଛି ବୋଲି ପୋଲିସକୁ ଖବର ମିଲିଲା। ଏହାପରେ କଟକ ପୋଲିସ ସେଠାରେ ଚଢାଉ କରିଥିଲେ। ସେଠାରୁ ପୋଲିସ ଦୁଇ ଟ୍ରକ ନକଲି ସିମେଣ୍ଟ ଜବତ କରିଛି। ଏଥିସହିତ ଏହାର ମାଲିକ ବିଜୟ ମହାପାତ୍ରଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ପୋଲିସର କହିବା କଥା ଯେ, ଏମାନେ ଦୀର୍ଘଦିନ ଧରି କନଷ୍ଟ୍ରକସନ କଂପାନୀ ନାମରେ ଏହି ନକଲି ସିମେଣ୍ଟ ପ୍ରସ୍ତୁତ କରିଆସୁଥିଲେ। ସେମାନେ ବାହାର ରାଜ୍ୟକୁ ଟ୍ରକ ଟ୍ରକ ଏହି ନକଲି ସିମେଣ୍ଟ ପଠାଉଥିଲେ। ଏଥିପାଇଁ କଂପାନୀ ତରଫରୁ ବାହାର ରାଜ୍ୟରେ ବିଭିନ୍ନ ଏଜେଣ୍ଟକୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ମୁଖ୍ୟତଃ ନାମିଦାମୀ କଂପାନୀ ବସ୍ତାରେ ଏହି ନକଲି ସିମେଣ୍ଟ ବିକ୍ରି ହେଉଥିବାରୁ ଗ୍ରାହକମାନେ ଜାଣିପାରନ୍ତି ନାହିଁ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କର ଏହି ନକଲି ସିମେଣ୍ଟ ପ୍ରସ୍ତୁତି ପ୍ରଣାଳୀ। ଏହି କଂପାନୀ ଏଜେଣ୍ଟମାନେ ବିଭିନ୍ନ ସିମେଣ୍ଟ ଗୋଦାମ କିମ୍ବା କନଷ୍ଟ୍ରକସନ କଂପାନୀ ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କର ଗୋଟା ହୋଇଯାଇଥିବା କିମ୍ବା ପରିତ୍ୟକ୍ତ ହୋଇଥିବା ସିମେଣ୍ଟ ବସ୍ତାକୁ ଏମାନେ ମାଗଣା ନେଇ ଆସନ୍ତି।

ଏହି ଗୋଟା ସିମେଣ୍ଟକୁ ସେମାନେ ମେସିନ ସାହାଯ୍ୟରେ ଗୁଣ୍ଡ କରନ୍ତି। ଏହାପରେ ସେଥିରେ କିଛି ଅସଲି ସିମେଣ୍ଟ ମିଶ୍ରଣ କରନ୍ତି। ଏହି ମିଶ୍ରଣ ଏପରି ହୋଇଥାଏ ଯେ କୌଣସି ଗ୍ରାହକଙ୍କ ଘର ତିଆରି ବେଳେ ହଠାତ କିଛି ହେବ ନାହିଁ। ହେଲେ କେତେ ମାସ କିମ୍ବା ବର୍ଷ ପରେ ସେହି ଘରେ କିମ୍ବା ନିର୍ମାଣ କାର୍ଯ୍ୟରେ ଫାଟ ଦେଖାଦେବ।

ତେବେ ଏମାନଙ୍କର ବିକ୍ରି କୌଶଳ ମଧ୍ୟ ଭିନ୍ନ ପ୍ରକାରର ଥିଲା। ଏମାନେ ଶହଶହ ବସ୍ତା କୌଣସି ନିର୍ମାଣ କଂପାନୀକୁ ଦିଅନ୍ତି ନାହିଁ। ଏମାନେ ଅସଲି ସିମେଣ୍ଟ ବସ୍ତାରେ ଏହି ନକଲି ବସ୍ତା ମିଶାଇ ପଠାଇ ଦିଅନ୍ତି। ଏଥିପାଇଁ ଏମାନେ ବିଭିନ୍ନ ସିମେଣ୍ଟ ଡିଲର ସହିତ ଯୋଗାଯୋଗରେ ଅଛନ୍ତି। ପୋଲିସ ଏହି ଚେର ପାଇବା ପରେ ବର୍ତ୍ତମାନ ଏମାନଙ୍କଠାରୁ କେଉଁମାନେ ସିମେଣ୍ଟ ନେଉଥିଲା ତାହାର ଖୋଲତାଡ ଆରମ୍ଭ କରିଛି।

କଟକ ପୋଲିସ ଜଗତପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଆଶ୍ୱସ୍ତି!: ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

March 22, 2026
Latest News

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପରିବହନ ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କଲା ନୂତନ ରେକର୍ଡ

March 22, 2026

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.