Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ସତ, ହେଲେ ଏତେ ସପନକୁ ରାତି କାହିଁ !
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ସତ, ହେଲେ ଏତେ ସପନକୁ ରାତି କାହିଁ !

January 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ସତ, ହେଲେ ଏତେ ସପନକୁ ରାତି କାହିଁ !

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରାଜନୈତିକ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଛି। ହେଲେ ପ୍ରଶ୍ନ ଉଠୁଛି ଏତେ ସପନକୁ ରାତି କାହିଁ। ଅର୍ଥାତ ରାଜନୈତିକ ଦଳଗୁଡିକ ପଞ୍ଚାୟତ ନିର୍ବାଚନ ପାଇଁ ଯାହା ସବୁ କରିବେ ବୋଲି ଭାବି ଥିଲେ ତାହା ସବୁ ଫସର ଫାଟିଗଲା। ପରିସ୍ଥିତି ଏପରି ହୋଇଛି ଯେ, କେତେକ ଦଳ ସବୁଆଡେ ପ୍ରାର୍ଥୀ ଦେଇପାରିବେ କି ନାହିଁ ସନ୍ଦେହ ହେଲାଣି।

ଏହାର କାରଣ ହେଲା ଯେ, ହାତରେ ମାତ୍ର ଆଉ ଅଳ୍ପ ଦିନ ରହିଲା। ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ମନୋନୟନ ପତ୍ର ଦାଖଲ ତାରିଖ ହେଉଛି ଜାନୁୟାରୀ 17 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ। ଅର୍ଥାତ ଆଉ ମାତ୍ର ପାଞ୍ଚ ଦିନ ହାତରେ ଅଛି। ଏତେ ସଂଖ୍ୟକ ପ୍ରାର୍ଥୀ ଦଳଗୁଡିକ ଏହି ସମୟ ଭିତରେ କିପରି ଖୋଜିବେ ତାହା ତାଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି।

ହେଲେ ଏହି ସ୍ବଳ୍ପ ସମୟକୁ ନେଇ ରାଜ୍ୟର ଜଣେ ବରିଷ୍ଠ ନେତା, ବଡ ମଜଦାର କଥା କହିଲେ। ତାଙ୍କ ହିସାବରେ ବର୍ତ୍ତମାନ ନେତାମାନଙ୍କ ହାତରେ ଆଉ ସମୟ ନାହିଁ। ସେଥିପାଇଁ ସରପଞ୍ଚ ସ୍ତରରେ ଯିଏ ଛିଡା ହେବ ହୁଅନ୍ତୁ। ସେମାନେ ଜିତିକି ଆସିଲେ ତାଙ୍କୁ ଦଳ ଭିତରକୁ ଆଣି ଜିତିବା ସଂଖ୍ୟା ବଢାଇ ଦେଇ ହେବ। ହେଲେ ପ୍ରଶ୍ନ ଉଠୁଛି ଯେ, ବର୍ତ୍ତମାନ ଏହି ସ୍ବଳ୍ପ ସମୟରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଗୁରୁତ୍ବ ମିଳିବ କି ନାହିଁ।

ଅନ୍ୟପକ୍ଷରେ ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି ପ୍ରଚାର ମାଧ୍ୟମ। କାରଣ କରୋନା ପାଇଁ ନିର୍ବାଚନ କମିଶନର ଯେଉଁ କଟକଣା କରିଛନ୍ତି ତାହା ସେମାନଙ୍କୁ ହତାଶ କରିଛି। ଏଥର ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ବା ପ୍ରାର୍ଥିନୀମାନେ କୌଣସି ରାଲି, ସଭା, ସମାବେଶ କିମ୍ବା ଶୋଭାଯାତ୍ରା କରିପାରିବେ ନାହିଁ। ଫଳରେ ଲୋକମାନଙ୍କ ନିକଟରେ ସେମାନଙ୍କର ଶକ୍ତି ପ୍ରଦର୍ଶନ କିପରି କରିବେ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି।

ନିର୍ବାଚନ କମିଶନର କହିଛନ୍ତି ଯେ, ଡିଜିଟାଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଯେତେବେଳେ ସହରାଞ୍ଚଳରେ ଡିଜିଟାଲ ପ୍ରଚାର ଫେଲମାରିଛି ସେତେବେଳେ ଗାଁ ଗହଳିରେ ଏହା କେତେ କାମ କରିବ ତାହା ସନ୍ଦେହ ଜନକ। କାରଣ ଗାଁ ଭୋଟର ନା ଜାଣନ୍ତି ଫେସବୁକ ନା ଜାଣନ୍ତି ଟୁଇଟର ନା ହ୍ବାଟସଆପ। ଏପରି କ୍ଷେତ୍ରରେ ପ୍ରାର୍ଥୀମାନେ କଣ କରିବେ ତାହା ମଧ୍ୟ ସେମାନଙ୍କର ଚିନ୍ତା ବଢାଇ ଦେଇଛି। କମଶନର କହିଛନ୍ତି ଯେ ପ୍ରାର୍ଥୀମାନେ ଭଚ୍ୟୁୟାଲି ପ୍ରଚାର କରିବେ। ହେଲେ ଏମାନେ ନବୀନ ପଟ୍ଟନାୟକ ନୁହଁନ୍ତି ଯେ ତାଙ୍କ ଭିଡିଓ ଦେଖିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିବେ।

ତେବେ ଏହି ପ୍ରଚାରକୁ ନେଇ ଆଉ ଜଣେ ବରିଷ୍ଠ ନେତା ତଥା ବିଧାୟକଙ୍କ ମଧ୍ୟ ଚମତକାର ଚିନ୍ତାଧାର ରହିଛି। ତାଙ୍କ କହିବା ଅନୁସାରେ ପ୍ରଚାର କଟକଣା କରାଗଲା ଭଲ ହେଲା। ଏପରି ନ ହୋଇଥିଲେ ପ୍ରାର୍ଥୀମାନେ ଆମଠାରୁ ପଇସା ଭିଡି ନେଇ ଥାଆନ୍ତେ। ଏଥର ନା ହେବ ରାଲି ନା ହେବ ଶୋଭାଯାତ୍ରା, ତେଣୁ ଆମ ପକେଟ ଏଥର ସୁରକ୍ଷିତ ରହିବ। ହେଲେ ଯେଉଁମାନେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନେକ କିଛି ସପନ ଦେଖିଥିଲେ ସେମାନଙ୍କ ପାଇଁ ଆଉ ରାତି ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Panchayat Election ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ ରାଜ୍ୟ ନିର୍ବାଚନ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.