Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମକର ସଂକ୍ରାନ୍ତିରେ ଏକ କୋଟିରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ: ସର୍ବାନନ୍ଦ ସୋନୱାଲ
ଜାତୀୟ ଖବର

ମକର ସଂକ୍ରାନ୍ତିରେ ଏକ କୋଟିରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ: ସର୍ବାନନ୍ଦ ସୋନୱାଲ

January 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜାନୁଆରୀ ୧୪, ୨୦୨୨ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୭୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକ ହୋଇଯାଇଛି। ସୂର୍ଯ୍ୟ ନମସ୍କାର ଜୀବନ ଶକ୍ତି ଏବଂ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହା କରୋନା ଠାରୁ ସୁରକ୍ଷା ଦେବାରେ ସକ୍ଷମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ପଞ୍ଜୀକରଣ ଏବଂ ଆମର ପ୍ରସ୍ତୁତିକୁ ଦେଖି, ଆମର ଆଶା ରହିଛି ଯେ ଏହି ସଂଖ୍ୟା ଏକ କୋଟି ଅତିକ୍ରମ କରିବ ବୋଲି ସେ କହିଥିଲେ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପାରା ମହେନ୍ଦ୍ର ଭାଇ କହିଥିଲେ ଯେ ସୂର୍ଯ୍ୟ ନମସ୍କାର ମନ ଓ ଶରୀରକୁ ସକ୍ରିୟ କରିଥାଏ। ମଲିକ୍ୟୁଲାର ଜେନେଟିକ୍ସ ଉପରେ ଯୋଗର ପ୍ରଭାବ କିଭଳି ପଡ଼ିଥାଏ ତାହାର ଅଧ୍ୟୟନ କରାଯାଉଛି ବୋଲି ସେ କହିଥିଲେ।

ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶବିଶେଷ। ଏହା ହେଉଛି ‘‘ଜୀବନ ଶକ୍ତି ପାଇଁ ସୂର୍ଯ୍ୟ ନମସ୍କାର’’ ବୋଲି ସେ କହିଥିଲେ।

ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ପ୍ରତିଷ୍ଠାନ, ଜାତୀୟ ଯୋଗ କ୍ରୀଡ଼ା ମହାସଂଘ, ଯୋଗ ପ୍ରାମାଣୀକରଣ ବୋର୍ଡ, ଫିଟ୍‌ ଇଣ୍ଡିଆ ଏବଂ ଆହୁରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କ୍ରୀଡ଼ାବିତ୍‌ମାନେ ସୂର୍ଯ୍ୟ ନମସ୍କାରକୁ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଖେଳାଳୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରତିଯୋଗୀ ଏବଂ ଯୋଗ ପ୍ରତି ଆଗ୍ରହୀ ଲୋକମାନେ ସମ୍ପୃକ୍ତ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ପାରିବେ ଏବଂ ୧୪ ଜାନୁଆରୀରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରୁଥିବାର ଭିଡିଓ ଅପଲୋଡ୍‌ କରିବେ। ସମ୍ପୃକ୍ତ ୱେବସାଇଟରେ ପଞ୍ଜୀକରଣର ଲିଙ୍କ ଉପଲବ୍ଧ ରହିଛି ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ପ୍ରତିଯୋଗୀ ଏବଂ ଯୋଗ ଆଗ୍ରହୀ ଲୋକମାନେ ନିମ୍ନ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ:

https://yoga.ayush.gov.in/suryanamaskar

https://yogacertificationboard.nic.in/suryanamaskar/

https://www.75suryanamaskar.com

ଆୟୁଷ ମନ୍ତ୍ରଣାଳୟ ମକର ସଂକ୍ରାନ୍ତି ସର୍ବାନନ୍ଦ ସୋନୱାଲ ସୂର୍ଯ୍ୟ ନମସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.