ପଞ୍ଚାୟତ ନିର୍ବାଚନରେ ନିଯୋଜିତ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ନିର୍ବାଚନ କମିଶନ

Published: Jan 18, 2022, 1:27 pm IST

ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଯୋଜିତ କର୍ମଚାରୀଙ୍କ ପାଇଁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି। ନିର୍ବାଚନ ସମୟରେ ମୃତ୍ୟୁବରଣ କଲେ କର୍ମାଚାରୀମାନଙ୍କ ପରିବାରକୁ ୩୦ ଲକ୍ଷ କ୍ଷତିପୂରଣ ମିଳିବ। ଏ ନେଇ ନିର୍ବାଚନ କମିଶନ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ବାଚନ କମିଶନଙ୍କ ନୂତନ ନିର୍ଦ୍ଦେଶାବଳି ଅନୁଯାୟୀ ହିଂସା, ଆକ୍ରମଣ, ବିସ୍ଫୋରଣ ଇତ୍ୟାଦିରେ ମୃତ୍ୟୁବରଣ କରୁଥିବା ମତଦାନ କର୍ମଚାରୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ତେବେ କାର୍ଯ୍ୟରେ ନିୟୋଜିତ ସମୟରେ ଅନ୍ୟ କୌଣସି କାରଣରୁ ମୃତ୍ୟୁ ବରଣ କଲେ ୧୫ ଲକ୍ଷ କ୍ଷତିପୁରଣ ମିଳିବ। କିନ୍ତୁ କର୍ମଚାରୀଙ୍କ ଆଖି ନଷ୍ଟ ହେଲେ ମଧ୍ୟ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ମଧ୍ୟ ମିଳିବ।

ସେହିଭଳି ନିର୍ବାଚନ ସମୟରେ ଦୁର୍ଘଟଣାରେ କୌଣସି ଶରୀରର ଅଙ୍ଗ ହରାଇଲେ କର୍ମଚାରୀଙ୍କ ପରିବାରକୁ ୭.୫ ଲକ୍ଷ ଟଙ୍କାର କ୍ଷତି ପୁରଣ ମିଳିବ। ନିୟୋଜିତ ସମୟରେ ଗୁରୁତ୍ତର ଆହାତ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମଧ୍ୟ ମିଳିବ। ଏହି ସମସ୍ତ ପ୍ରକାର ସୁବିଧା ନିର୍ବାଚନରେ ନିୟୋଜିତ ସରକାରୀ ଏବଂ ପ୍ରାଇଭେଟ୍ ଗାଡି ଡ୍ରାଇଭର ଏବଂ ହେଲ୍‌ପର ମଧ୍ୟ ପାଇବେ।

Related posts