Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ, ତାକୁ କେହି ଭୃତ୍ୟ କରି ରଖିପାରିବେ ନାହିଁ: ଏହା ଥିଲା ନେତାଜୀଙ୍କ ଶେଷକଥା
ବିଶେଷ ଖବର

ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ, ତାକୁ କେହି ଭୃତ୍ୟ କରି ରଖିପାରିବେ ନାହିଁ: ଏହା ଥିଲା ନେତାଜୀଙ୍କ ଶେଷକଥା

January 23, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଦୀପ ସେନାପତି

୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍‌ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍‌ସାଇଟ୍‌ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି। ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତିବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି।

୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍‌କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ କୋମାର ବିମାନ ୧୯୪୫ ଅଗଷ୍ଟ ୧୮ରେ ଭିଏତ୍‌ନାମାର ଟୋରେନ୍ସରୁ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ନେତାଜୀଙ୍କ ସହ ଜାପାନ ସେନାବାହିନୀର ଲ୍ୟୁଟନାଣ୍ଟ ଜେନେରାଲ ସୁନାମାସା ଶିଦେଇ ମଧ୍ୟ ଉପସ୍ଥିତ ଥିଲେ। ପାଗ ଭଲ ଥିବାରୁ ଏବଂ ବିମାନ ଅବସ୍ଥା ମଧ୍ୟ ଠିକ୍ ଥିବାରୁ ବିମାନଟି ହୋଇତୋ ଉପର ଦେଇ ଅଗଷ୍ଟ ୧୮ରେ ତେଇପେଇ ପହଞ୍ଚିବ ବୋଲି ପାଇଲଟ ସୂଚନା ଦେଇଥିଲେ।

ବିମାନରେ ଯାତ୍ରା କରୁଥିବା ଜାପାନର ଏୟାରଷ୍ଟାଫ୍ ଅଫିସର ମେଜର ଟାରୋ କାନୋ ଉକ୍ତ କମିଟିକୁ ଜଣାଇଥିଲେ ଯେ, ବିମାନର ବାମ ପାଶ୍ୱର୍ର ଇଞ୍ଜିନ ଠିକ୍ ଭାବେ କାମ କରୁନଥିବା ଲକ୍ଷ୍ୟ କରିଥିଲେ। ଏହାପରେ ସେ ଯାଞ୍ଚ କରିଥିଲେ ଏବଂ ଠିକ୍ ଥିବା ଜାଣିବାକୁ ପାଇଥିଲେ। ତାଙ୍କ ସହ ଥିବା ଇଞ୍ଜିନିୟର ମଧ୍ୟ ଏହାକୁ ଯାଞ୍ଚ କରିଥିଲେ।

ତେବେ ବିମାନଟି ରନ୍‌ୱେରେ ଉଡ଼ିବା ଆରମ୍ଭ କରିବା କ୍ଷଣି ସେଥିରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତୋପ ମାଡ଼ ହେବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ବିମାନଟି ବାମପାଶ୍ୱର୍କୁ ଢଳି ଯାଇଥିବା ରନ୍‌ୱେରେ ଥିବା ଇଞ୍ଜିନିୟର କ୍ୟାପ୍‌ନେଟ ନକମୁରା ପ୍ରକାଶ କରିଥିଲେ। ଏହି ସମୟରେ ବିମାନଟି ମାତ୍ର ୩୦ରୁ ୪୦ ମିଟର ଉପରେ ଉଡୁଥିଲା। ରନ୍‌ୱେର ମାତ୍ର ୧୦୦ ମିଟର ଦୂରରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ସମ୍ମୁଖ ଭାଗରେ ଅଗ୍ନି ସଂଯୋଗ ହୋଇଯାଇଥିଲା।

ତେବେ ବିମାନର ମୁଖ୍ୟ ପ୍ରବେଶ ପଥ ଦେଇ ଆମେ ବାହାରି ପାରିବା ନାହିଁ ଏବଂ ପଛପଟ ଦେଇ ବାହାରିବା ବୋଲି ତାଙ୍କ ସହ ଯାତ୍ରା କରୁଥିବା ଜେନେରାଲ ରହମାନଙ୍କୁ ନେତାଜୀ କହିଥିଲେ। ଏହାପରେ ରହମାନ ନେତାଜୀଙ୍କୁ ବିମାନ ଭିତରୁ ବାହାର କରିଥିଲେ। ତାଙ୍କ ମୁଣ୍ଡର ବାମପାଶ୍ୱର୍ରେ ଗଭୀର କ୍ଷତ ହୋଇଥିଲା। ନିଆଁରେ ତାଙ୍କ ମୁହଁ ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଥିଲା। ଶରୀରରେ ଥିବା ପୋଷାକ ମଧ୍ୟ ପୋଡ଼ି ଯାଇଥିଲା। ତମକୁ ଅଧିକ କ୍ଷତି ହୋଇନାହିଁ ତ ବୋଲି ନେତାଜୀ ଏହି ସମୟରେ ତାଙ୍କ ଉତ୍ତର ଦେଇଥିଲେ। କିନ୍ତୁ ନେତାଜୀ ମୁଁ ଆଉ ବଞ୍ଚିବିନି ବୋଲି ପ୍ରକାଶ କରିଥିଲେ। ନେତାଜୀ କହିଥିଲେ ଯେ, ଯେତେବେଳେ ଭାରତକୁ ଫେରିବ ନେତାଜୀ ଶେଷ ମୁହୂର୍ତ୍ତ ଯାଏ ଭାରତର ସ୍ୱାଧୀନତା ଲାଗି ସଂଗ୍ରାମ ଜାରି ରଖିଥିଲେ ବୋଲି ମୋ ଦେଶର ଭାଇଭଉଣୀମାନଙ୍କୁ ଜଣାଇବ। ସେମାନେ ସ୍ୱାଧୀନତା ସଂଗ୍ରାମକୁ ଜାରି ରଖିଥିବେ। ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ। ‘ତାକୁ କେହି ଭୃତ୍ୟ କରି କରି ରଖିପାରିବେ ନାହିଁ’। ଏହା ଥିଲା ନେତାଜୀଙ୍କ ଶେଷକଥା ବୋଲି ରହମାନ ଉକ୍ତ କମିଟିକୁ କହିଥିଲେ।

ଉକ୍ତ ବିମାନରେ ଯାତ୍ରା କରିଥିବା ଲ୍ୟୁଟନାଣ୍ଟ କଲୋନେଲ ଶିରୋ ନୋନୋଗାକି କହିଥିଲେ ଯେ, ବିମାନର ବାମ ୱିଙ୍ଗସ୍ ନିକଟରେ ଛିଡ଼ା ହୋଇଥିଲେ ତାଙ୍କ ପୋଷାକ ପୋଡ଼ି ଯାଇଥିଲା ଏବଂ ରହମାନ ତାଙ୍କ କୋର୍ଟ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୁର୍ଘଟଣାର ୧୧ ବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ କଲୋନେଲ ରହମାନ (ନୋନୋଗାକି ଘକ୍ଟଦ୍ଭକ୍ଟଶବଳସ) ତାକାହାସି ଏବଂ ନକମୁରା ଦେଇଥିବା ବୟାନରେ କିଛିଟା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଉକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଦୁର୍ଘଟଣାରେ ନେତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ନାନ୍‌ମୋନ୍ ସେନା ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ତେବେ, ନେତାଜୀଙ୍କର ଦେଶପ୍ରେମର ଆଦର୍ଶ ଥିଲା ଭିନ୍ନ। ସେ ସୁଦୂରଦର୍ଶୀ ଭାବରେ ଜାଣିଥିଲେ ଇଂରେଜମାନଙ୍କୁ ପରାସ୍ତ କରି ହଟାଇବା ପାଇଁ ମାର୍ଗ ହିଁ ଆପଣେଇବା ପାଇଁ ବାଧ୍ୟ। ଅହିଂସାର ମାର୍ଗଦର୍ଶନରେ ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ହାତରେ ବଳି ପଡ଼ିଯାଉଛନ୍ତି। କେତେଯେ, ନିରୀହ ସ୍ୱାଧୀନତା ସଂଗ୍ରାମୀ ଏହି ଆନ୍ଦୋଳନର ଝାସ ଦେଲେଣି ତା’ର ହିସାବ ଗାନ୍ଧିଜୀ ଦେଇପାରିବେ କି? ବୋଲି ଥରେ ଗାନ୍ଧୀଙ୍କୁ ପଚାରିଥିଲେ। ମୁଁ ଏହାକୁ ହୃଦୟତାର ସହ କୌଣସି ପ୍ରକାରେ ବରଦାସ୍ତ କରିପାରିବି ନାହିଁ। ଆମକୁ ଯେଶାକୁ ତେସା ନୀତିରେ ଲଢେଇ କରିବାକୁ ହିଁ ପଡ଼ିବ।

ଇଂରେଜମାନେ ଜାଣିଥିଲେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଭାରତୀୟ ମାନଙ୍କୁ ସହଜରେ ପରାସ୍ତ କରି ନିୟନ୍ତ୍ରଣ କରାଯାଇ ପାରିବ। ଆମେ ନିରୀହ, ସରଳ, ଆମେ ଶାନ୍ତିପ୍ରିୟ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ହଜାର ହଜାର ନିରୀହ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶରଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସତ୍ୟଯୁଗରେ ମଧ୍ୟ ମହାଭାରତରେ ଅହିଂସାର ନିର୍ଦ୍ଦଶନ ପ୍ରତିଫଳିତ ହୋଇଥିବା ବେଳେ ଆବଶ୍ୟକସ୍ଥଳେ ହିଂସାର ରୂପ ନେବା ପାଇଁ ଆମକୁ ଦିଗ୍‌ଦର୍ଶନ ଦେଇଛି। ଯାହା ସମସ୍ତ ବିଶ୍ୱକୁ ଚକିତ କରିଥିଲା।

ତେଣୁ, ଆଜି ସେହି ସଂଗ୍ରାମୀ ମହାପୁରୁଷଙ୍କର ମହତ୍ତ୍ୱ ଉପଦେଶକୁ ନିଶ୍ଚିତ ରୂପେ ଆଜିର ପବିତ୍ର ଦିବସରେ ଭାରତୀୟମାନଙ୍କୁ ସ୍ମରଣ କରିବାର ଯଥାର୍ଥତା ଜରୁରୀ। ନେତାଜୀଙ୍କର ସେହି ଚେତନାଶୀଳ ଭାବନାର ଉତ୍ତର ବାସ୍ତବରେ ପ୍ରତିଫଳନ ରୂପାନ୍ତରିତ ହୋଇଥିଲା କି ନାହିଁ ତାହା ମୁଁ ଆଜି ଭାରତୀୟ ମାନଙ୍କୁ ପଚାରିବା ପାଇଁ ଚାହେଁ। ନେତାଜୀଙ୍କ ଆଦର୍ଶକୁ ଆଜି ଆମ୍ଭେ ଭୁଲିଯାଇ ସ୍ୱାଧୀନ ଦେଶର ଏକ ଶାନ୍ତିପ୍ରିୟ ରାଷ୍ଟ୍ରର ମାନ୍ୟତା ପାଇଥିବାରୁ ଏହାକୁ ଦୁର୍ବଳ ମନେ କରି ସ୍ୱାଧୀନ ଦେଶର ନାଗରିକ ହୋଇଥିଲେ ମଧ୍ୟ ପଡ଼ୋଶୀ ଦେଶ ଭାବରେ ଆମଠାରୁ ଜନ୍ମ ନେଇ ପାକିସ୍ତାନ ଓ ଚୀନ୍ ଆମକୁ ଶାନ୍ତିପ୍ରିୟ ଭାବରେ ରହିବା ପାଇଁ ଚାହୁଁନାହାଁନ୍ତି। ଏହି ପରିପ୍ରେକ୍ଷୀରେ ନେତାଜୀ ସେତେବେଳେ ଯଦି ଥାଆନ୍ତେ, ଭାରତକୁ ଖଣ୍ଡବିଖଣ୍ଡିତ କିରବାର ଆସ୍ଫାଳନ ବିଫଳ ହୋଇଥାନ୍ତା ନିଶ୍ଚୟ।

ତେଣୁ, ହେ ମହାପୁରୁଷ, କେଉଁଠାରେ ଅଛ? ଖୋଜୁଛି ତୁମକୁ ଏଇ ଭାରତବର୍ଷ। ତୁମେ କହିଥିଲ, ମୋତେ ରକ୍ତ ଦିଅ ଭୁଲିଯିବ ନାହିଁ ଏଇ ମଣିଷ ଯେଉଁଠି ବଞ୍ଚିବେ, ଯେଉଁଠାରେ ଥାଅ ଭାରତମାତାକୁ ଆଶୀର୍ବାଦ ଦିଅ। ସର୍ବଶେଷରେ, ଆଜି ତାଙ୍କର ପୂଣ୍ୟତିଥି ଜୟନ୍ତୀ ଅବସରରେ ମୁଁ ଜଣେ ଆନ୍ତରିକତାର ସହିତ ଗର୍ବିତ ଭାରତୀୟ ଭାବେ ତାଙ୍କର ନୀତି, ଆଦର୍ଶ, ନୈତିକତା, ଜଳାଞ୍ଜଳି, ଚିନ୍ତାଧାରାକୁ ଅନୁସରଣ, ଅନୁକରଣ କରିବାର ସମୟ ଉପନୀତ ହୋଇଥିବାରୁ ତାଙ୍କର ହୃଦୟକୁ, ସହୃଦୟତାର ସହିତ ସସମ୍ମାନ ଜଣାଇ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜୟହିନ୍ଦ, ଜୟ ନେତାଜୀ, ଜୟ ଭାରତମାତା।

ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣା ସ୍ୱାଧୀନ ସ୍ୱାଧୀନତା ସଂଗ୍ରାମ ହିନ୍ଦୁସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.