Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଏହା ହେଉଛି ହିନ୍ଦୁସ୍ତାନ, ତାଲିବାନ ନୁହେଁ’, ଇସଲାମ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଲେ ରାଖୀ ସାୱନ୍ତ

ନୂଆଦିଲ୍ଲୀ: ବି-ଟାଉନର ‘ଡ୍ରାମା କୁଇନ୍’ ଅର୍ଥାତ୍ ରାଖି ସାୱନ୍ତ ଆଦିଲ ଖାନ୍ ଦୁରାନୀଙ୍କ ସହ ବିବାହ ହେତୁ ବର୍ତ୍ତମାନ ହେଡଲାଇନରେ ଅଛନ୍ତି। କେବଳ ବିବାହ ବିଷୟରେ ନୁହେଁ, ରାଖୀ ସାୱନ୍ତଙ୍କ ଧର୍ମ ଏବଂ ନାମ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ହେଉଛି। ଲୋକମାନେ ଏହାକୁ ‘ଲଭ୍ ଜିହାଦ୍’ ସହିତ ଯୋଡୁଛନ୍ତି। ବର୍ତ୍ତମାନ ରାଖୀ ସାୱନ୍ତ ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସମ୍ପ୍ରତି, ରାଖୀ ସାୱନ୍ତ ‘ଲଭ୍ ଜିହାଦ୍’ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ, କିନ୍ତୁ ଧର୍ମ ପରିବର୍ତ୍ତନ ପ୍ରଶ୍ନର ନିଶ୍ଚିତ ଉତ୍ତର ଦେଇଥିଲେ। ଗଣାମଧ୍ୟମ ଅନୁଯାୟୀ, ରାଖୀ ସାୱନ୍ତ କହିଛନ୍ତି ଯେ, ଏହା ହିନ୍ଦୁସ୍ତାନ, ତାଲିବାନ ନୁହେଁ। ସେ କହିଛନ୍ତି ଯେ, ଇସଲାମ ଗ୍ରହଣ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ, କାରଣ ଏଠାରେ ସମସ୍ତଙ୍କୁ ଅନୁମତି ଦିଆଯାଇଛି। ରାଖୀ ‘ଲଭ୍ ଜିହାଦ୍’ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି, କାରଣ ସେ ଅନୁଭବ କରୁଛନ୍ତି ଯେ ଯଦି ସେ ଏହା କରନ୍ତି ତେବେ ତାଙ୍କ ସମସ୍ୟା ଅନ୍ୟ ଦିଗକୁ ଯିବ।

‘ବିଗ୍ ବସ୍ ମରାଠୀ ସିଜନ ୪’ ରୁ ବାହାରିବା ପରେ ରାଖି ସାୱନ୍ତ ଆଦିଲ ଖାନଙ୍କ ସହ ତାଙ୍କ ବିବାହ ଖବର ସାର୍ବଜନୀନ କରିଥିଲେ। ଅଭିନେତ୍ରୀ ସୋସିଆଲ ମିଡିଆରେ ବିବାହ ଫଟୋ ଠାରୁ ବିବାହ ପ୍ରମାଣପତ୍ର ପର୍ଯ୍ୟନ୍ତ ସବୁ ତଥ୍ୟ ସେୟାର କରିଥିଲେ। ବିବାହ ପ୍ରମାଣପତ୍ରରୁ ଏହା ଜଣା ପଡିଥିଲା ​​ଯେ, ରାଖୀ ତାଙ୍କର ଧର୍ମ ପରିବର୍ତ୍ତନ କରି ରାଖୀରୁ ଫାତିମା ନାମରେ ପରିବର୍ତ୍ତନ କରିଥିଲେ। କେବଳ ଏତିକି ନୁହେଁ, ରାଖୀ ଏବଂ ଆଦିଲ ୭ ମାସ ପୂର୍ବରୁ ବିବାହ କରିଥିଲେ।

ବିବାହ ବିଷୟରେ ପ୍ରକାଶ କରିବାବେଳେ ରାଖୀ କହିଥିଲେ ଯେ, କିଛି ଜିନିଷ ଏପରି ଥିଲା, ଯେଉଁଥିପାଇଁ ରାଖୀଙ୍କୁ ତାଙ୍କ ବିବାହ ଘୋଷଣା କରିବାକୁ ପଡିଥିଲା। ତେବେ ଏହାପୂର୍ବରୁ ଆଦିଲ ଏହି ବିବାହକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଥିଲେ ଏବଂ ପରେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଗଣମାଧ୍ୟମକୁ ଆଦିଲ କହିଥିଲେ ଯେ, ତାଙ୍କର ଏବଂ ରାଖୀଙ୍କ ବିବାହ ବାସ୍ତବ ଅଟେ। ସେ ତାଙ୍କ ପିତାମାତାଙ୍କୁ ପ୍ରବର୍ତ୍ତାଉଛନ୍ତି, କାରଣ ସେମାନେ ରାଖୀଙ୍କୁ ଶେଷ ପର୍ଯ୍ୟନ୍ତ ଗ୍ରହଣ କରିନାହାଁନ୍ତି।

ପ୍ରକାଶ ଯେ, ଆଦିଲ ବାଙ୍ଗାଲୋରରେ ଅବସ୍ଥିତ ଏକ କାର ଶୋ’ରୁମର ମାଲିକ।

Categories
NetajiJayanthi ବିଶେଷ ଖବର

ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ, ତାକୁ କେହି ଭୃତ୍ୟ କରି ରଖିପାରିବେ ନାହିଁ: ଏହା ଥିଲା ନେତାଜୀଙ୍କ ଶେଷକଥା

ପ୍ରଦୀପ ସେନାପତି

୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍‌ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍‌ସାଇଟ୍‌ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି। ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତିବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି।

୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍‌କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ କୋମାର ବିମାନ ୧୯୪୫ ଅଗଷ୍ଟ ୧୮ରେ ଭିଏତ୍‌ନାମାର ଟୋରେନ୍ସରୁ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ନେତାଜୀଙ୍କ ସହ ଜାପାନ ସେନାବାହିନୀର ଲ୍ୟୁଟନାଣ୍ଟ ଜେନେରାଲ ସୁନାମାସା ଶିଦେଇ ମଧ୍ୟ ଉପସ୍ଥିତ ଥିଲେ। ପାଗ ଭଲ ଥିବାରୁ ଏବଂ ବିମାନ ଅବସ୍ଥା ମଧ୍ୟ ଠିକ୍ ଥିବାରୁ ବିମାନଟି ହୋଇତୋ ଉପର ଦେଇ ଅଗଷ୍ଟ ୧୮ରେ ତେଇପେଇ ପହଞ୍ଚିବ ବୋଲି ପାଇଲଟ ସୂଚନା ଦେଇଥିଲେ।

ବିମାନରେ ଯାତ୍ରା କରୁଥିବା ଜାପାନର ଏୟାରଷ୍ଟାଫ୍ ଅଫିସର ମେଜର ଟାରୋ କାନୋ ଉକ୍ତ କମିଟିକୁ ଜଣାଇଥିଲେ ଯେ, ବିମାନର ବାମ ପାଶ୍ୱର୍ର ଇଞ୍ଜିନ ଠିକ୍ ଭାବେ କାମ କରୁନଥିବା ଲକ୍ଷ୍ୟ କରିଥିଲେ। ଏହାପରେ ସେ ଯାଞ୍ଚ କରିଥିଲେ ଏବଂ ଠିକ୍ ଥିବା ଜାଣିବାକୁ ପାଇଥିଲେ। ତାଙ୍କ ସହ ଥିବା ଇଞ୍ଜିନିୟର ମଧ୍ୟ ଏହାକୁ ଯାଞ୍ଚ କରିଥିଲେ।

ତେବେ ବିମାନଟି ରନ୍‌ୱେରେ ଉଡ଼ିବା ଆରମ୍ଭ କରିବା କ୍ଷଣି ସେଥିରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତୋପ ମାଡ଼ ହେବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ବିମାନଟି ବାମପାଶ୍ୱର୍କୁ ଢଳି ଯାଇଥିବା ରନ୍‌ୱେରେ ଥିବା ଇଞ୍ଜିନିୟର କ୍ୟାପ୍‌ନେଟ ନକମୁରା ପ୍ରକାଶ କରିଥିଲେ। ଏହି ସମୟରେ ବିମାନଟି ମାତ୍ର ୩୦ରୁ ୪୦ ମିଟର ଉପରେ ଉଡୁଥିଲା। ରନ୍‌ୱେର ମାତ୍ର ୧୦୦ ମିଟର ଦୂରରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ସମ୍ମୁଖ ଭାଗରେ ଅଗ୍ନି ସଂଯୋଗ ହୋଇଯାଇଥିଲା।

ତେବେ ବିମାନର ମୁଖ୍ୟ ପ୍ରବେଶ ପଥ ଦେଇ ଆମେ ବାହାରି ପାରିବା ନାହିଁ ଏବଂ ପଛପଟ ଦେଇ ବାହାରିବା ବୋଲି ତାଙ୍କ ସହ ଯାତ୍ରା କରୁଥିବା ଜେନେରାଲ ରହମାନଙ୍କୁ ନେତାଜୀ କହିଥିଲେ। ଏହାପରେ ରହମାନ ନେତାଜୀଙ୍କୁ ବିମାନ ଭିତରୁ ବାହାର କରିଥିଲେ। ତାଙ୍କ ମୁଣ୍ଡର ବାମପାଶ୍ୱର୍ରେ ଗଭୀର କ୍ଷତ ହୋଇଥିଲା। ନିଆଁରେ ତାଙ୍କ ମୁହଁ ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଥିଲା। ଶରୀରରେ ଥିବା ପୋଷାକ ମଧ୍ୟ ପୋଡ଼ି ଯାଇଥିଲା। ତମକୁ ଅଧିକ କ୍ଷତି ହୋଇନାହିଁ ତ ବୋଲି ନେତାଜୀ ଏହି ସମୟରେ ତାଙ୍କ ଉତ୍ତର ଦେଇଥିଲେ। କିନ୍ତୁ ନେତାଜୀ ମୁଁ ଆଉ ବଞ୍ଚିବିନି ବୋଲି ପ୍ରକାଶ କରିଥିଲେ। ନେତାଜୀ କହିଥିଲେ ଯେ, ଯେତେବେଳେ ଭାରତକୁ ଫେରିବ ନେତାଜୀ ଶେଷ ମୁହୂର୍ତ୍ତ ଯାଏ ଭାରତର ସ୍ୱାଧୀନତା ଲାଗି ସଂଗ୍ରାମ ଜାରି ରଖିଥିଲେ ବୋଲି ମୋ ଦେଶର ଭାଇଭଉଣୀମାନଙ୍କୁ ଜଣାଇବ। ସେମାନେ ସ୍ୱାଧୀନତା ସଂଗ୍ରାମକୁ ଜାରି ରଖିଥିବେ। ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ। ‘ତାକୁ କେହି ଭୃତ୍ୟ କରି କରି ରଖିପାରିବେ ନାହିଁ’। ଏହା ଥିଲା ନେତାଜୀଙ୍କ ଶେଷକଥା ବୋଲି ରହମାନ ଉକ୍ତ କମିଟିକୁ କହିଥିଲେ।

ଉକ୍ତ ବିମାନରେ ଯାତ୍ରା କରିଥିବା ଲ୍ୟୁଟନାଣ୍ଟ କଲୋନେଲ ଶିରୋ ନୋନୋଗାକି କହିଥିଲେ ଯେ, ବିମାନର ବାମ ୱିଙ୍ଗସ୍ ନିକଟରେ ଛିଡ଼ା ହୋଇଥିଲେ ତାଙ୍କ ପୋଷାକ ପୋଡ଼ି ଯାଇଥିଲା ଏବଂ ରହମାନ ତାଙ୍କ କୋର୍ଟ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୁର୍ଘଟଣାର ୧୧ ବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ କଲୋନେଲ ରହମାନ (ନୋନୋଗାକି ଘକ୍ଟଦ୍ଭକ୍ଟଶବଳସ) ତାକାହାସି ଏବଂ ନକମୁରା ଦେଇଥିବା ବୟାନରେ କିଛିଟା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଉକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଦୁର୍ଘଟଣାରେ ନେତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ନାନ୍‌ମୋନ୍ ସେନା ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ତେବେ, ନେତାଜୀଙ୍କର ଦେଶପ୍ରେମର ଆଦର୍ଶ ଥିଲା ଭିନ୍ନ। ସେ ସୁଦୂରଦର୍ଶୀ ଭାବରେ ଜାଣିଥିଲେ ଇଂରେଜମାନଙ୍କୁ ପରାସ୍ତ କରି ହଟାଇବା ପାଇଁ ମାର୍ଗ ହିଁ ଆପଣେଇବା ପାଇଁ ବାଧ୍ୟ। ଅହିଂସାର ମାର୍ଗଦର୍ଶନରେ ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ହାତରେ ବଳି ପଡ଼ିଯାଉଛନ୍ତି। କେତେଯେ, ନିରୀହ ସ୍ୱାଧୀନତା ସଂଗ୍ରାମୀ ଏହି ଆନ୍ଦୋଳନର ଝାସ ଦେଲେଣି ତା’ର ହିସାବ ଗାନ୍ଧିଜୀ ଦେଇପାରିବେ କି? ବୋଲି ଥରେ ଗାନ୍ଧୀଙ୍କୁ ପଚାରିଥିଲେ। ମୁଁ ଏହାକୁ ହୃଦୟତାର ସହ କୌଣସି ପ୍ରକାରେ ବରଦାସ୍ତ କରିପାରିବି ନାହିଁ। ଆମକୁ ଯେଶାକୁ ତେସା ନୀତିରେ ଲଢେଇ କରିବାକୁ ହିଁ ପଡ଼ିବ।

ଇଂରେଜମାନେ ଜାଣିଥିଲେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଭାରତୀୟ ମାନଙ୍କୁ ସହଜରେ ପରାସ୍ତ କରି ନିୟନ୍ତ୍ରଣ କରାଯାଇ ପାରିବ। ଆମେ ନିରୀହ, ସରଳ, ଆମେ ଶାନ୍ତିପ୍ରିୟ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ହଜାର ହଜାର ନିରୀହ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶରଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସତ୍ୟଯୁଗରେ ମଧ୍ୟ ମହାଭାରତରେ ଅହିଂସାର ନିର୍ଦ୍ଦଶନ ପ୍ରତିଫଳିତ ହୋଇଥିବା ବେଳେ ଆବଶ୍ୟକସ୍ଥଳେ ହିଂସାର ରୂପ ନେବା ପାଇଁ ଆମକୁ ଦିଗ୍‌ଦର୍ଶନ ଦେଇଛି। ଯାହା ସମସ୍ତ ବିଶ୍ୱକୁ ଚକିତ କରିଥିଲା।

ତେଣୁ, ଆଜି ସେହି ସଂଗ୍ରାମୀ ମହାପୁରୁଷଙ୍କର ମହତ୍ତ୍ୱ ଉପଦେଶକୁ ନିଶ୍ଚିତ ରୂପେ ଆଜିର ପବିତ୍ର ଦିବସରେ ଭାରତୀୟମାନଙ୍କୁ ସ୍ମରଣ କରିବାର ଯଥାର୍ଥତା ଜରୁରୀ। ନେତାଜୀଙ୍କର ସେହି ଚେତନାଶୀଳ ଭାବନାର ଉତ୍ତର ବାସ୍ତବରେ ପ୍ରତିଫଳନ ରୂପାନ୍ତରିତ ହୋଇଥିଲା କି ନାହିଁ ତାହା ମୁଁ ଆଜି ଭାରତୀୟ ମାନଙ୍କୁ ପଚାରିବା ପାଇଁ ଚାହେଁ। ନେତାଜୀଙ୍କ ଆଦର୍ଶକୁ ଆଜି ଆମ୍ଭେ ଭୁଲିଯାଇ ସ୍ୱାଧୀନ ଦେଶର ଏକ ଶାନ୍ତିପ୍ରିୟ ରାଷ୍ଟ୍ରର ମାନ୍ୟତା ପାଇଥିବାରୁ ଏହାକୁ ଦୁର୍ବଳ ମନେ କରି ସ୍ୱାଧୀନ ଦେଶର ନାଗରିକ ହୋଇଥିଲେ ମଧ୍ୟ ପଡ଼ୋଶୀ ଦେଶ ଭାବରେ ଆମଠାରୁ ଜନ୍ମ ନେଇ ପାକିସ୍ତାନ ଓ ଚୀନ୍ ଆମକୁ ଶାନ୍ତିପ୍ରିୟ ଭାବରେ ରହିବା ପାଇଁ ଚାହୁଁନାହାଁନ୍ତି। ଏହି ପରିପ୍ରେକ୍ଷୀରେ ନେତାଜୀ ସେତେବେଳେ ଯଦି ଥାଆନ୍ତେ, ଭାରତକୁ ଖଣ୍ଡବିଖଣ୍ଡିତ କିରବାର ଆସ୍ଫାଳନ ବିଫଳ ହୋଇଥାନ୍ତା ନିଶ୍ଚୟ।

ତେଣୁ, ହେ ମହାପୁରୁଷ, କେଉଁଠାରେ ଅଛ? ଖୋଜୁଛି ତୁମକୁ ଏଇ ଭାରତବର୍ଷ। ତୁମେ କହିଥିଲ, ମୋତେ ରକ୍ତ ଦିଅ ଭୁଲିଯିବ ନାହିଁ ଏଇ ମଣିଷ ଯେଉଁଠି ବଞ୍ଚିବେ, ଯେଉଁଠାରେ ଥାଅ ଭାରତମାତାକୁ ଆଶୀର୍ବାଦ ଦିଅ। ସର୍ବଶେଷରେ, ଆଜି ତାଙ୍କର ପୂଣ୍ୟତିଥି ଜୟନ୍ତୀ ଅବସରରେ ମୁଁ ଜଣେ ଆନ୍ତରିକତାର ସହିତ ଗର୍ବିତ ଭାରତୀୟ ଭାବେ ତାଙ୍କର ନୀତି, ଆଦର୍ଶ, ନୈତିକତା, ଜଳାଞ୍ଜଳି, ଚିନ୍ତାଧାରାକୁ ଅନୁସରଣ, ଅନୁକରଣ କରିବାର ସମୟ ଉପନୀତ ହୋଇଥିବାରୁ ତାଙ୍କର ହୃଦୟକୁ, ସହୃଦୟତାର ସହିତ ସସମ୍ମାନ ଜଣାଇ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜୟହିନ୍ଦ, ଜୟ ନେତାଜୀ, ଜୟ ଭାରତମାତା।