Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲିଠାରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ
ଜାତୀୟ ଖବର

ଆସନ୍ତାକାଲିଠାରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ

January 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲିଠାରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେସନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେସନ ଆରମ୍ଭ ହେବ। ଆସନ୍ତାକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ସେହିପରି ଆସନ୍ତାକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨ ଗୃହରେ ମଧ୍ୟ ଉପସ୍ଥାପିତ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବୃୟାରୀ ୧ ତାରିଖ ମଙ୍ଗଳବାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ।

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଆସନ୍ତାକାଲି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସେ ଗୃହର କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେବେ। ସେହିପରି ଗୃହ କାର‌୍ୟ୍ୟ ସୁରୁଖୁରୁରେ ଚାଲିବା ପାଇଁ ରାଜନୈତିକ ଦଳ ସହଯୋଗ ଲୋଡ଼ିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ସର୍ବଦଳୀୟ ବୌଠକ ଆହ୍ବାନ କରାଯାଇଛି।

କୋଭିଡ -୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟସଭା ଓ ଲୋକସଭାରେ ରାଜନୈତିକ ଦଳର ନେତାଙ୍କୁ ଏହି ବୈଠକ ପାଇଁ ନିମନ୍ତ୍ରଣ କରାଯାଇଛ। ଚଳିତ ବର୍ଷ ଏହି ବଜେଟ୍ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେବ। ପ୍ରଥମ ଭାଗ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଫେବୃୟାରୀ ମାସର ୧୧ ତାରିଖ ପର‌୍ୟ୍ୟନ୍ତ ଜାରି ରହିବ। ଏକ ମାସର ଛୁଟି ପରେ ପୁଣିଥରେ ଅଧିବେଶନର ଦ୍ୱିତୀୟ ଭାଗ ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ୮ ଏପ୍ରିଲରେ ଶେଷ ହେବ।

କେନ୍ଦ୍ରୀୟ ବଜେଟ ନିର୍ମଳା ସୀତାରମଣ ବଜେଟ ଅଧିବେସନ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Latest News

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026

ତୈଳ ସଙ୍କଟ ମଧ୍ୟରେ, ପେଟ୍ରୋଲ ଉପରେ ଲାଗୁ ହେଲା ଟିକସ

May 16, 2026

ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

May 16, 2026

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.